• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁଣି ଚାଷୀ ଆତ୍ମହତ୍ୟା ଘଟଣା ।

  • ଚାଷୀ କୈବଲ୍ୟ ରୋହିଦାସଙ୍କ ଆତ୍ମହତ୍ୟା ।

  • ଚାଷରେ କ୍ଷତି ଯୋଗୁଁ ଗଲା ଜୀବନ ।

ସମ୍ବଲପୁର: ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା । ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଧନକଉଡ଼ା ବ୍ଲକ୍‌ କୁଦଗୁଣ୍ଡେରପୁର ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ କୈବଲ୍ୟ ରୋହିଦାସ ବୋଲି ଜଣାପଡ଼ିଛି । ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ କହିଛନ୍ତି ।

ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିଲେ ମଧ୍ୟ ଆତ୍ମହତ୍ୟା ପଛର କାରଣ, ଚାଷରେ କ୍ଷତି ଓ ଧନ ବିକ୍ରି ସମସ୍ୟା ବୋଲି କହିଛନ୍ତି ପରିବାର ଲୋକ । ଚାଷ କ୍ଷତି ଓ ଧାନ ବିକ୍ରି ସମସ୍ୟା ପାଇଁ ବୁଧବାର ବିଷ ପିଇ ଦେଇଥିଲେ ଚାଷୀ କୈବଲ୍ୟ । ବିଷ ପିଇବା ପରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃୃତ୍ୟୁ ଘଟିଛି ।

ରବି ଋତୁରେ ପ୍ରାୟ ୨ଶହ କ୍ୱିଣ୍ଟାଲ ଧାନ ଉତ୍ପାଦନ ହୋଇଥିବେଳେ ତାଙ୍କୁ ମାତ୍ର ୪୫ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲା । ବାକି ପ୍ରାୟ ଦେଢଶହ କ୍ୱିଣ୍ଟାଲ ଧାନ କମ ଦରରେ ବିକ୍ରି କରିଥିବାରୁ ବିପୁଳ ପରିମାଣର କ୍ଷତି ସହିଥିଲେ । ଏହାକୁ ନେଇ ଆର୍ଥିକ ସଂକଟରେ ପଡ଼ିବା ସହ ସେ ଋଣ ଚାପରେ ଥିଲେ । ପରେ ବର୍ଷା କାରଣରୁ ଖରିଫ୍ ଚାଷ କ୍ଷତି ହେବାରୁ ଭାଙ୍ଗି ପଡ଼ିଥିଲେ ।

କୈବଲ୍ୟଙ୍କ ପୁଅ ଦଶରଥ କହିଛନ୍ତି, ବାପା ମାନସିକ ଚାପ ମଧ୍ୟରେ ଗତି କରୁଥିବା ବେଳେ ଗତ ବୁଧବାର ବିଷ ପିଇଥିଲେ । ଆଉ ଆଜି ବୁର୍ଲା ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି ।