• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବରଗଡ଼: ମାଆ ରୋଗିଣା ହୋଇଗଲା ବୋଲି ଜଙ୍ଗଲରେ ଛାଡ଼ିଦେଲା ସନ୍ତାନ । ଭୁଲିଗଲା ନିଜ ମାଆର ମମତା । କେତେ ଅଝଟ ସହିଥିଲା ସେହି ମାଆ । ହେଲେ ଆଜି ସାମାନ୍ୟ ରୋଗ ପାଇଁ ମାଆର ମମତାକୁ ଭୁଲି, ଜଙ୍ଗଲରେ ଛାଡ଼ିଦେଲା ନିଷ୍ଠୁର ସନ୍ତାନ । ମା’ ଚିକିତ୍ସା କରିବା ପରିବର୍ତ୍ତେ ଯେଉଁ ସନ୍ତାନ ତାକୁ ଜଙ୍ଗଲରେ ଛାଡ଼ି ପାରୁଛି, ସେ କେତେ ଯେ ନିଷ୍ଠୁର ହୋଇଥିବ ତାହା ସ୍ପଷ୍ଟ ଅନୁମେୟ । ବରଗଡ଼ ସୀମାନ୍ତ ବାରପାହାଡ଼ ଜଙ୍ଗଲରୁ ସେହି ୮୦ ବର୍ଷୀୟ ବୃଦ୍ଧାଙ୍କୁ ଉଦ୍ଧାର କରିଛି ସାମାଜିକ ସଂଗଠନ ସଂକଳ୍ପ ପରିବାର । ବୃଦ୍ଧାଙ୍କୁ ଏବେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

Women Rescued From JungleWomen Rescued From Jungle

ଏହି ଘଟଣା ହେଉଛି ବରଗଡ଼ ଜିଲ୍ଲା ଅତାବିରା ଥାନା ଘନଘାଟି ଗାଁର । ୮୦ ବର୍ଷୀୟ ମହିଳାଙ୍କ ମୁଣ୍ଡରେ ଏକ ଘାଆ ହୋଇଥିଲା । ହାତରେ ଧଳା ଦାଗ ବି ହୋଇଥିଲା । ଏହି କାରଣରୁ ଗାଁ ଲୋକେ ଓ ଜାତି ସମାଜ ତାଙ୍କ ପରିବାରକୁ ବାସନ୍ଦ କରିଥିଲେ । ବୃଦ୍ଧ ମହିଳାଙ୍କୁ ଘରୁ ବାହାର କରିବା ପାଇଁ କିଛି ଗ୍ରାମବାସୀ ଉକ୍ତ ପରିବାର ଉପରେ ଏକ ପ୍ରକାର ଚାପ ପ୍ରୟୋଗ କରିଥିଲେ । ଏନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ମଧ୍ୟ ସୂଚନା ମିଳିଛି ।

ଅନ୍ୟପଟେ ପରିବାର ଲୋକ ମହିଳାଙ୍କ ଚିକିତ୍ସା କରିବା ବଦଳରେ, ଗାଁ ଲୋକଙ୍କ ଚାପରେ ପଡ଼ି, ତାଙ୍କୁ ଜଙ୍ଗଲରେ ଛାଡ଼ି ଦେଇଥିଲେ । ସେଠାରେ ପ୍ରବଳ ବର୍ଷା ମାଡ଼ ଖାଇ ବୃଦ୍ଧ ମହିଳା ଜଣକ ପ୍ରାୟ ୧୪୫ ଦିନ ଧରି ସେମିତି ଭୋକ ଉପାସରେ ଜଙ୍ଗଲରେ ପଡ଼ିରହିଥିଲେ । ଏମିତିକି ଜଙ୍ଗଲରେ ହିଂସ୍ର ଜନ୍ତୁ ରହୁଥିବା ମଧ୍ୟ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ରହିଛି ।

ଘଟଣା ଘଟିବାର ପ୍ରାୟ ୧୫ ଦିନ ପରେ ବରଗଡ଼ର ଏକ ସାମାଜିକ ସଂଗଠନ ସଂକଳ୍ପ ପରିବାର ପାଖରେ ଖବର ପହଞ୍ଚିଥିଲା । ଖବର ପାଇ ସଂଗଠନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଜଙ୍ଗଲରୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ବୃଦ୍ଧାଙ୍କୁ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଭଲ ନଥିବା ଜଣାପଡ଼ିଛି ।