• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ସାରା ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପାଳନ ହେଉଛି ଦୀପାବଳି । ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରିଛନ୍ତି । ଉତ୍ତର ଭାରତରେ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ପୂର୍ବ ଭାରତରେ ମାଆ କାଳୀଙ୍କୁ ଆରାଧନା କରାଯାଉଛି ।

ସେପଟେ ରାଜ୍ୟରେ ବାଣ ବଜାର ଏଥର ଖାଁ ଖାଁ । ଗ୍ରୀନ୍ କ୍ରାକର ଓ ବିଳମ୍ବରେ ଅନୁମତି ମିଳିଥିବାରୁ ଲୋକେ ଓ ଦୋକାନୀ ଦ୍ୱନ୍ଦ୍ୱରେ ରହିଛନ୍ତି । ବଜାରରେ ଚାହିଦା ମୁତାବକ ଗ୍ରୀନ କ୍ରାକର ନାହିଁ । ଲୋକେ ନିଜ ପରିବାର ଓ ପରିଜନ ସହ ଏକାଠି ହୋଇ ଦୀପ ଜାଳି ଦୀପାବଳି ଉତ୍ସବ ପାଳନ କରିବେ ।

ଅନ୍ୟପଟେ କାଳୀପୂଜା ପାଇଁ ପ୍ରସିଦ୍ଧ ଭଦ୍ରକରେ ଜୋରଦାର ପ୍ରସ୍ତୁତି ଚାଲିଛି । ଏପଟେ କଟକ ସହରରେ ବିଭିନ୍ନ ପୂଜା ମଣ୍ଡପରେ ମାଆ କାଳୀଙ୍କୁ ଆବାହନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସହରର ବିଭିନ୍ନ ପୂଜା ମଣ୍ଡପରେ କାଲି ମଧ୍ୟ ରାତିରୁ ମହାକାଳୀଙ୍କ ପୂଜା ଆରମ୍ଭ ହୋଇଛି ।

ପ୍ରଥମେ ଘଟ ସ୍ଥାପନ କରି ମାଆଙ୍କୁ ଆବାହନ କରାଯାଇ ପରେ ଚକ୍ଷୁ ଦାନ କରାଯିବ ସନ୍ଧିପୂଜା ଓ କାଳୀପୂଜା ଶେଷ ପରେ ଘଟ ବିସର୍ଜନ କରାଯିବ । ଚଳିତବର୍ଷ କୋଭିଡ୍ କଟକଣା ଭିତରେ ସମସ୍ତ ପୂଜା ମଣ୍ଡପରେ ପୂଜା ଆୟୋଜନ ହେଉଛି । ଯାଜପୁରରେ ମଧ୍ୟ ଚଳିତ ବର୍ଷ ନିରାଡ଼ମ୍ବର ଭାବେ ବିନା ସାଜସଜ୍ଜାରେ ପାଳନ ହେବ କାଳୀ ପୂଜା ।

ସେହିପରି ଦୀପାବଳି ଅବସରରେ ଝଲସୁଛି ରାମ ଜନ୍ମଭୂମି ଅଯୋଧ୍ୟା । ଦୀପୋତ୍ସବ ସହ ସରଜୁ ନଦୀ କୂଳରେ ପ୍ରଜ୍ଜ୍ୱଳିତ ହୋଇଛି ୯ ଲକ୍ଷ ଦୀପ । ତାସହିତ ଆକର୍ଷଣୀୟ ଲେଜର ସୋ ପୁରା ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଯାଇଛି । ରାମାୟଣ ଗାଥା ଅନୁସାରେ ୧୪ ବର୍ଷ ବନବାସ ଓ ରାବଣକୁ ବଧ ପରେ ଆଜିର ଦିନରେ ଅଯୋଧ୍ୟାକୁ ଫେରିଥିଲେ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଅନୁଜ ଲକ୍ଷ୍ମଣ ।

ସେମାନଙ୍କୁ ସ୍ୱାଗତ କରିବାକୁ ପୁରା ଅଯୋଧ୍ୟା ପ୍ରଜ୍ଜ୍ୱଳିତ ହୋଇଥିଲା । ସେହି ପରମ୍ପରାର ସ୍ମୃତିରେ ଆଜି ଅଯୋଧ୍ୟାକୁ ଏପରି ସଜ୍ଜିତ କରାଯାଇଛି । ସେଠାରେ ବି ରାମଲୀଳା ଅନୁଷ୍ଠିତ ହୋଇଥିଲା କାଯର୍ୟକ୍ରମରେ ଯୋଗ ଦେଇଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀ ।