• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଭାଗ୍ୟରେ ଥିଲେ ଏଭଳି ପୁଅ ମିଳିଥାଏ

  • ଘରେ ପ୍ରତିଷ୍ଠା କଲେ ବାପା ମାଙ୍କ ପ୍ରତିମୂର୍ତ୍ତି

ସାଲେପୁର (ମନୋଜ କୁମାର ଆଚାର୍ଯ୍ୟ): ବାପା ମାଆଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପନ କଲେ ସନ୍ତାନ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗାଁରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଗାଁରେ ରହୁଥିବା ଏକ ପରିବାରର ସନ୍ତାନମାନେ ନିଜ ବାପାମାଆଙ୍କ ମୃତ୍ୟୁ ପରେ ସେମାନଙ୍କ ପ୍ରତିମୂର୍ତ୍ତି ନିଜ ଘରେ ସ୍ଥାପନ କରିଛନ୍ତି । ଏନେଇ ସେ କହିଛନ୍ତି ଯେ, ସେମାନଙ୍କୁ ମାନେରଖିବା ପାଇଁ ଓ ସେମାନଙ୍କ ଅନୁପସ୍ଥିତିରେ ପ୍ରତିମୂର୍ତ୍ତୀ ରହିବାରୁ, ଘରେ ବାପମାଆ ରହିବା ଭଳି ଲାଗିବ ବୋଲି ସେ ମୂର୍ତ୍ତି ସ୍ଥାପନା କରିଛନ୍ତି । ପ୍ରତିମୂର୍ତ୍ତି ସ୍ଥାପନ କରିଥିବାରୁ ବେଶ୍ ଖୁସି ଅନୁଭବ କରୁଥିବା ସେମାନେ ପ୍ରକାଶ କରିଛନ୍ତି ।

 

ସୂଚନା ଅନୁସାରେ,ବୃଦ୍ଧ ବାପମାଆ ଦୈତାରି ସିଂ ଓ ରୋହିଣି ସିଂ ବାର୍ଦ୍ଧକ୍ୟ ଜନିତ ରୋଗରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ପରେ ଘରର ପିଲାମାନେ ମିଳିମିଶି ନିଜ ଘରେ ଉଭୟ ବାପା ମାଆଙ୍କ ପ୍ରତିମୂର୍ତ୍ତି ତିଆରି କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସେମାନଙ୍କର ପୂଜା କରୁଛନ୍ତି । ଯାହାକୁ ନେଇ ସେମାନେ ବହୁ ଖୁସି ବ୍ୟକ୍ତ କରିଛନ୍ତି । ସେମାନଙ୍କ ଏହି ନିଆରା ଚିନ୍ତାଧାରା ତଥା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଗାଁ ଲୋକେ ପ୍ରଶଂସା କରିଛନ୍ତି । କେବଳ ଗାଁ ନୁହେଁ ବରଂ ଦୂର ଦୂରରୁ ସେମାନଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଆସୁଛି ।

ବଳ ବୟସ ଚାଲିଗଲେ ଆଜିକାଲି ବି ପଚାରୁଛି ବା କିଏ ? ଅଧିକାଂଶ ସନ୍ତାନମାନେ ତାଙ୍କ ବାପମାଅଙ୍କ ମୃତ୍ୟୁ ପରେ ସେମାନଙ୍କ ଅବଦାନକୁ ସମ୍ପୂର୍ଣ୍ଣ ଭୁଲିଯାଆନ୍ତି । ବଞ୍ଚିଥିବା ଅବସ୍ଥାରେ ମଧ୍ୟ ବୃଦ୍ଧ ବାପମାଆ ପିଲାମାନଙ୍କ ପାଇଁ ହଠାତ ଅଲୋଡା ହୋଇପଡି ନିରବ ଅଲୋଡା ଜୀବନ ଜୀଇଁଥାନ୍ତି । ଏହି ପରିସ୍ଥିତିରେ ଏମିତି ନିଆରା କାର୍ଯ୍ୟ ବର୍ତ୍ତମାନ ଯୁଗର ଲୋକମାନଙ୍କ ହୃଦୟକୁ ଛୁଇଁପାରିଛି । ଫଳରେ ସେମାନେ ସମାଜରେ ଏକ ବିଶିଷ୍ଟ ଉଦାହରଣ ପାଲଟିଛନ୍ତି । ଏ ଚିତ୍ର ଆଗାମୀ ପୀଢି ଯୁବଗୋଷ୍ଠୀଙ୍କୁ ଉଚିତ୍ ଶିକ୍ଷା ଦେବା ସହ ନିଜ ଗୁରୁଜନଙ୍କ ପ୍ରତି ସମ୍ମାନ ବୃଦ୍ଧି କରିବାରେ ସାହାଯ୍ୟ ହୋଇପାରିବ ବୋଲି ଆଶା କରାଯାଉଛି ।