• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମସ୍ତିଷ୍କ ଗବେଷଣା କ୍ଷେତ୍ରରେ ଆଉପାଦେ ଆଗକୁ ବଢ଼ିବ ଓଡ଼ିଶା ।

  • ଏମ୍‌ସ ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବ ବ୍ରେନ୍ ବ୍ୟାଙ୍କ୍ ।

  • ମେଡିକାଲ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଏବଂ ଗବେଷଣା ପାଇଁ ହେବ ସହାୟକ ।

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବ୍ରେନ୍ ବ୍ୟାଙ୍କ୍ । ପୂର୍ବ ଭାରତରେ ପ୍ରଥମ ଥର ଏଭଳି ଏକ ବ୍ୟାଙ୍କ୍ ଖୋଲିବକୁ ଯାଉଛି । ମେଡିକାଲ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଏବଂ ଗବେଷଣା ନିମନ୍ତେ ଏହା ବେଶ୍ ମହତ୍ୱ ରଖିବ । ଏହା ସହ ମସ୍ତିଷ୍କ ସମସ୍ୟାରେ ପୀଡ଼ିତ ଲୋକେ ଏହା ଯୋଗୁଁ ଉପକୃତ ହୋଇପାରିବେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

ମସ୍ତିଷ୍କ ଗବେଷଣା କ୍ଷେତ୍ରରେ ଆଉପାଦେ ଆଗକୁ ବଢିବ ଓଡ଼ିଶା । ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଖୋଲିବାକୁ ଯାଉଛି ବ୍ରେନ୍ ବ୍ୟାଙ୍କ୍ । ସର୍ବ ଭାରତୀୟ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନ ବା AIIMS ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବକୁ ଯାଉଛି ଏହି ବ୍ୟାଙ୍କ୍ । ମସ୍ତିଷ୍କରେ ଥିବା ଟିସୁକୁ ସରକ୍ଷିତ କରି ରଖିବା ସହ ସେଗୁଡିକୁ ଗବେଷଣା ନିମନ୍ତେ ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ବୟସ ବର୍ଗ, ଭିନ୍ନ ଭିନ୍ନ ରୋଗ ତଥା ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ମସ୍ତିଷ୍କ ଓ ସେଥିରୁ ଟିସୁ ନିଆଯାଇ ଏହି ବ୍ୟାଙ୍କରେ ରଖାଯିବ । ଏହା ମଡିକାଲ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଏବଂ ଗବେଷଣା ନିମନ୍ତେ ସହାୟକ ହେବା ସହ ମସ୍ତିଷ୍କ ସମସ୍ୟାରେ ପୀଡ଼ିତ ଲୋକେ ଉପକୃତ ହୋଇପାରିବେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

ଆଇସିଏମ୍‌ଆର୍ ପକ୍ଷରୁ ଏହାକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଏହି ବ୍ୟାଙ୍କ୍ ପାଇଁ ୪୭ ଲକ୍ଷ ଟଙ୍କା ଅନୁଦାନ ମଧ୍ୟ ମିଳିସାରିଛି । ଭାରତ ଶରୀର ଅଙ୍ଗଦାନ ସମିତି ଅଧିନରେ ପୂର୍ବରୁ ବିଭିନ୍ନ ସମୟରେ ଅଙ୍ଗଦାନ ନିମନ୍ତେ ରାଜ୍ୟରେ ପ୍ରାୟ ୩୫ ହଜାର ଲୋକେ ପଞ୍ଜିକରଣ କରିଛନ୍ତି । କର୍ଣ୍ଣିଆ, ଲିଭର୍, କିଡ୍‌ନୀ ଭଳି ଅଙ୍ଗ ଦାନ କରୁଥିବା ବ୍ୟକ୍ତିମାନେ ନିଜ ଇଚ୍ଛାରେ ମସ୍ତିଷ୍କ ଦାନ କରିପାରିବେ । ଡିପାର୍ଟମେଣ୍ଟ ଅଫ୍ ପାଥୋଲୋଜି ଏବଂ ଲାବ୍ ମେଡିସିନ୍ ବିଭାଗରେ ଏହି ବ୍ରେନ୍ ବ୍ୟାଙ୍କ ଖୋଲିବାକୁ ଯାଉଛି ।