• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମନ୍ତ୍ରୀ ପ୍ରତାପ ଜେନାଙ୍କ ସାମ୍ନାରେ ବିଜେଡି ୨ ଗୋଷ୍ଠୀ ମୁହାଁମୁହିଁ

  • ବାଲିଗୁଡ଼ା ବ୍ଲକ ବିଜେଡି କାର୍ଯ୍ୟାଳୟ ଆରେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ

  • କନ୍ଧମାଳ ଗସ୍ତରେ ଥିବା ମନ୍ତ୍ରୀଙ୍କୁ ସ୍ୱାଗତ ନାଁରେ ତେଜିଲା ଗୋଷ୍ଠୀ କନ୍ଦଳ

  • ବାଲିଗୁଡ଼ା ବ୍ଲକ ଏବଂ ନଗର ବିଜେଡି କର୍ମକର୍ତ୍ତା ମୁହାଁମୁହିଁ, ଉଚ୍ଚବାଚ

ବାଲିଗୁଡା : ମନ୍ତ୍ରୀଙ୍କ ସାମ୍ନାରେ ବିଜେଡି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଠେଲାପେଲା, ପାଟିତୁଣ୍ଡ । ବାଲିଗୁଡା ବ୍ଲକ ବିଜେଡି ଓ ନଗର ବିଜେଡି ମଧ୍ୟରେ ପାଟିତୁଣ୍ଡ ହୋଇଛି । କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଦୁଇଗୋଷ୍ଠୀ ପରସ୍ପରକୁ ଆକ୍ଷେପ କରିଥିଲେ । ଏହାପରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ପ୍ରତାପ ଜେନାଙ୍କ ସ୍ୱାଗତକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଛା ହୋଇଥିଲା । ତେବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ ମନ୍ତ୍ରୀ ପ୍ରତାପ ଜେନା । ସେହିପରି ଗୋଷ୍ଠୀ କନ୍ଦଳକୁ ନେଇ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ଗଣ୍ଡଗୋଳ, ଦାଦାଗିରି ବନ୍ଦ ନକଲେ ମୁଁ କାର୍ଯ୍ୟକ୍ରମକୁ ଯିବି ନାହିଁ ବୋଲି କହିଛନ୍ତି ।

ଅନ୍ୟପଟେ ବାଲିଗୁଡା କାର୍ଯ୍ୟକ୍ରମରେ ଯୋଗଦେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଦାରିଙ୍ଗବାଡ଼ି ବ୍ଲକ ପରିସରରେ ଆୟୋଜିତ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ସମୀକ୍ଷା ବୈଠକରେ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଉ ଏହି ବୈଠକରେ ହଜାର ହଜାର ମହିଳା ଯୋଗ ଦେଇଥିଲେ, ଯାହାକି କୋଭିଡ ନିୟମର ଖୋଲାଖୋଲି ଉଲଂଘନ ବୋଲି କୁହାଯାଉଛି ।

ସର୍ବସାଧାରଣ ସଭା ସମିତି, ବୈଠକରେ ଲୋକଙ୍କ ଭିଡ଼ ହୋଇପାରିବ ନାହିଁ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କିନ୍ତୁ ଆଇନ ମନ୍ତ୍ରୀ ପ୍ରତାପ ଜେନା କୋଭିଡ କଟକଣାକୁ ଜଳାଞ୍ଜଳି ଦେଇ ବୈଠକରେ ସାମିଲ ହୋଇଥିଲେ । ଏହି ଅବସରରେ ମନ୍ତ୍ରୀ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସମୀକ୍ଷା କରିବା ସହିତ ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ।