• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାଗ୍ୟ ଓ ଭବିଷ୍ୟତ ଜାଣିବା ପାଇଁ ଲୋକେ ଅଧିକ ଉତ୍ସାହିତ ଥାଆନ୍ତି । ନିଜ ଜୀବନକୁ ଜାଣିବା ନେଇ ଇଛା ପ୍ରକାଶ କରନ୍ତି । ତେବେ ଆସନ୍ତୁ ଏ ସପ୍ତାହରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିନେବା . . .

ମେଷ

ଚଳିତ ସପ୍ତାହରେ ତୁମର ଏକ ବଡ଼ ସ୍ୱପ୍ନ ସାକାର ହେବାର ସମ୍ଭାବନା ରହିଛି । କ୍ୟାରିୟର ସହିତ ଜଡିତ ଟୁର୍‌ରେ ଯାଇପାରନ୍ତି । ମେଷ ରାଶିର କିଛି ଲୋକଙ୍କର ନୂତନ ଚାକିରି, ପଦୋନ୍ନତି କିମ୍ବା ବେତନ ବୃଦ୍ଧି ହୋଇପାରେ । କ୍ୟାରିୟରକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ଯୋଜନା କରନ୍ତୁ । ଆର୍ଥିକ ଦୃଷ୍ଟିରୁ ଏହି ସପ୍ତାହରେ ଅସୁବିଧା ଅନୁଭବ ହୋଇନପାରେ । ତଥାପି ଜଗି ରଖି ଖର୍ଚ୍ଚ କରିବା ଆବଶ୍ୟକ । ବ୍ୟକ୍ତିଗତ ଭାବେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସହିତ ସବୁକିଛି ପରିଚାଳନା କରିବାକୁ ପଡ଼ିବ । ଏହି ସପ୍ତାହରେ ଶିଶୁ ଏବଂ ପରିବାର ସଦସ୍ୟ ଅଧିକ କିଛି ଦାବି କରିପାରିନ୍ତି । ବିବାହିତ ଦମ୍ପତିମାନେ ଏକ ସୁଖୀ ଏବଂ ମନୋରମ ଜୀବନ ଅନୁଭବ କରିବେ । ତେବେ ସାମାନ୍ୟ ରୋଗକୁ ଅବହେଳା କରନ୍ତୁ ନାହିଁ ।

ବୃଷ

ଚଳିତ ସପ୍ତାହରେ ତୁମର ଭାଗ୍ୟ ଖୋଲିପାରେ । ନିଜ ଉର୍ଜାକୁ ସଠିକ୍ ଭାବରେ ଉପଯୋଗ କଲେ ତଥା ଯତ୍ନ ସହକାରେ କାମ କଲେ କ୍ୟାରିୟର ଏବଂ ବ୍ୟବସାୟରେ ଅପ୍ରତ୍ୟାଶିତ ସଫଳତା ପାଇବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ପଦୋନ୍ନତି, ଇଚ୍ଛାକୃତ ସ୍ଥାନକୁ ବଦଳି କିମ୍ବା ଏକ ନିର୍ଦ୍ଦିଷ୍ଟ ଚାକିରି ପାଇଁ ପୁରସ୍କାର ମିଳିପାରେ । ଯେଉଁମାନେ ବିଦେଶରେ କାମ କରିବାକୁ ଆଗ୍ରହୀ, ସେମାନେ ଭାଗ୍ୟବାନ ହେବେ । ତୁମର ବୃତ୍ତିଗତ ଜୀବନ ସନ୍ତୋଷଜନକ ରହିବ ଏବଂ ବୟସ୍କମାନେ ସହଯୋଗରେ ରହିବେ । ପରୀକ୍ଷା-ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏହି ସପ୍ତାହରେ କିଛି ଭଲ ଖବର ଶୁଣିପାରିବେ । ହୋଲସେଲ ବ୍ୟବସାୟୀଙ୍କ ତୁଳନାରେ ଖୁଚୁରା ବ୍ୟବସାୟୀମାନେ ଆଶାତୀତ ଲାଭ ପାଇପାରନ୍ତି । ପ୍ରେମ-ସମ୍ପର୍କରେ ତତ୍ପରତା ଠାରୁ ଦୂରେଇ ରୁହନ୍ତୁ ଏବଂ ଭାବିଚିନ୍ତି ଯେକୌଣସି ପଦକ୍ଷେପ ନେବା ଜରୁରୀ । ସପ୍ତାହର ଦ୍ୱିତୀୟାର୍ଦ୍ଧରେ ନିଜର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ଆବଶ୍ୟକ, ନଚେତ୍ ଶେଷ ହୋଇଥିବା କାମ ମଧ୍ୟ ବିଗିଡ଼ିବାର ସମ୍ଭାବନା ରହିଛି ।

ମିଥୁନ

ବ୍ୟବସାୟୀମାନେ ଗ୍ରାହକଙ୍କଠାରୁ ନୂତନ ଡିଲ୍ ପାଇବାର ସମ୍ଭାବନା ରହିଛି । ଡିଲ୍ ମିଳିଲେ ସୁଦ୍ଧା ଠିକ୍ ସମୟରେ ଡେଲିଭରି କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଚାକିର କରୁଥିବା ବ୍ୟକ୍ତିଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ଏବଂ କର୍ମକ୍ଷେତ୍ରରେ ସେମାନଙ୍କ ସ୍ଥିତିକୁ ସୁରକ୍ଷିତ ରଖିବା ପାଇଁ ଅତିରିକ୍ତ ପରିଶ୍ରମ ଆବଶ୍ୟକ । ଆର୍ଥିକ ସ୍ଥିତି ଉପରେ ଅଧିକ ଯତ୍ନବାନ୍ ହେବାକୁ ପଡ଼ିବ । ଧାର ନେବାଆଣିବା ଆଦି କାରବାରରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ବିବାହିତ ଦମ୍ପତିଙ୍କୁ ଏହି ସପ୍ତାହରେ ସାମାନ୍ୟ ଅଧିକ ଯତ୍ନବାନ ହେବାକୁ ପଡ଼ିବ । ନହେଲେ ଭୁଲ ବୁଝାମଣା ଏବଂ ବିବାଦର କାରଣ ହୋଇପାରେ । ପ୍ରେମୀଯୁଗଳଙ୍କ ପାଇଁ ଏହା ଏକ ଭଲ ସମୟ, କାରଣ ସେମାନେ ଏକ ସୁଖମୟ ସମ୍ପର୍କ ଉପଭୋଗ କରିପାରନ୍ତି । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

କର୍କଟ

ଏହି ସପ୍ତାହରେ ସହକର୍ମୀ ଏବଂ ସମ୍ପର୍କୀୟଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାର ସମ୍ଭାବନା ଅଛି । କ୍ୟାରିୟର ପାଇଁ ସ୍ଥିର କରିଥିବା ଲକ୍ଷ୍ୟ ହାସଲ ହୋଇପାରେ । ବ୍ୟବସାୟ ବିସ୍ତାର ପାଇଁ ଆପଣ ଆଶାବାଦୀ ହୋଇପାରନ୍ତି ଏବଂ ଆପଣଙ୍କର ବ୍ୟବସାୟ ସହଯୋଗୀ ସହିତ ଚାଲିଥିବା ବିବାଦର ସମାଧାନ ହେବାର ଅନେକ ସମ୍ଭାବନା ରହିଛି । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଆର୍ଥିକ କ୍ଷେତ୍ରରେ ସ୍ଥିତିରେ ସୁଧାର ଆସିବ । ଆପଣଙ୍କ ସାଥୀ ଏବଂ ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ସମ୍ପର୍କ ଉନ୍ନତ ହେବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସାଧାରଣ ଥଣ୍ଡା ଏବଂ କାଶ ହୋଇପାରେ ।

ସିଂହ

ଏହି ସପ୍ତାହରେ ମିଶ୍ରିତ ଫଳାଫଳ ମିଳିପାରେ । କ୍ୟାରିଅରକୁ ଗୁରୁତ୍ୱ ଦେଉଥିବା ଲୋକେ ନୂତନ ସୁଯୋଗ ପାଇ ପାରିବେ ନାହିଁ । ବଡ଼ କାମ ହାତକୁ ଆସିପାରେ କିନ୍ତୁ ସେଥିପାଇଁ ଚାପଗ୍ରସ୍ତ ହୋଇପାରନ୍ତି । କୌଣସି କାର୍ଯ୍ୟରେ ସମସ୍ୟାକୁ ଦୂର କରିବା ପାଇଁ ତୁମର ଯଥେଷ୍ଟ ସ୍ଥିରତା ରହିବା ଆବଶ୍ୟକ । ଆର୍ଥିକ କ୍ଷେତ୍ରରେ ଆପଣ ଖର୍ଚ୍ଚ ବୃଦ୍ଧି ହୋଇପାରେ । କିଛି ଧାର୍ମିକ ସମାରୋହରେ ଟଙ୍କା ଖର୍ଚ୍ଚ କରିପାରିନ୍ତି । ଏକ ଦୀର୍ଘମିଆଦୀ ଆର୍ଥିକ ଯୋଜନା କରନ୍ତୁ ଏବଂ ଆପଣଙ୍କର ସଞ୍ଚୟ ବୃଦ୍ଧି କରନ୍ତୁ । ହଜମ ପ୍ରକ୍ରିୟା ସହିତ ଜଡିତ ଛୋଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

କନ୍ୟା

ବୃତ୍ତିଗତ କ୍ଷେତ୍ରରେ ସହକର୍ମୀ ଏବଂ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ତୁମର ସମ୍ପର୍କ ସୁଦୃଢ଼ ହେବାର ସମ୍ଭାବନା ରହିଛି । ଚାକିରିରେ କରିଥିବା ସମସ୍ତ କଠିନ ପରିଶ୍ରମ ଏବଂ ଉଦ୍ୟମ ପାଇଁ ପୁରସ୍କାର ଏବଂ ସ୍ୱୀକୃତି ମିଳିପାରେ । ଆପଣଙ୍କ ପୂରା ଟିମ୍‌ ମଧ୍ୟ ଆପଣଙ୍କୁ ସହଯୋଗ କରିବ । ବ୍ୟବସାୟରେ ଲାଭରେ ଯୋଗ ରହିଛି ଏବଂ ଚଳିତ ସପ୍ତାହରେ ଭ୍ରମଣ ମଧ୍ୟ କରିପାରନ୍ତି । ସମ୍ପତ୍ତି ଓ ଯାନବାହାନ କିଣିବା କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଏହା ଏକ ଭଲ ସମୟ ହୋଇପାରେ । ଜୀବନସାଥୀଙ୍କ ସହ ସମ୍ପର୍କ ଆହୁରି ସୁଦୃଢ଼ ହେବ ଏବଂ ତାଙ୍କ ସହ ଉତ୍ତମ ସମୟ  ଅତିବାହିତ କରିବେ । ଛାତ୍ରମାନେ ନିଜେ ଚାହୁଁଥିବା ଅନୁଷ୍ଠାନରେ ଆଡମିଶନ ପାଇପାରିବେ । ବୃତ୍ତିଗତ ପାଠ୍ୟକ୍ରମରେ ଉଚ୍ଚ ଅଧ୍ୟୟନ ପାଇଁ ଆବେଦନ କରିବା ପାଇଁ  ମଧ୍ୟ ଏହା ଉପଯୁକ୍ତ ସମୟ ।

ତୁଳା

କ୍ୟାରିୟର ଉପରେ ଗୁରୁତ୍ୱ ଦେଉଥିବା ଲୋକଙ୍କ ପାଇଁ ସ୍ଥିତି ଶୁଭଙ୍କର ହୋଇପାରେ । ଉତ୍ତମ ପ୍ରଦର୍ଶନ ପାଇଁ ଉତ୍ସାହିତ ରହିବେ । ବ୍ୟବସାୟରେ ଲାଭ ପାଇଁ ବ୍ୟବସାୟୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଚଳିତ ସପ୍ତାହରେ ଏକ ବଡ଼ ସୁଯୋଗ ପାଇପାରନ୍ତି । ତେବେ ଗ୍ରାହକଙ୍କ ସହ କହଳ ହେବାର ସମ୍ଭାବନା ରହିଛି, ଏଥିରୁ ଦୂରେଇ ରହିବା ଉଚିତ । ନୂତନ ବିବାହିତ ଦମ୍ପତିମାନେ ପରିବାର ବଢ଼େଇବାକୁ ଯୋଜନା କରପାରନ୍ତି । ହୃଦୟ ଏବଂ ଛାତି ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ, ତେଣୁ ଆପଣଙ୍କର ନିୟମିତ ଯାଂଚ କରାଇ‍ବା ଆବଶ୍ୟକ ।

ବିଛା

ଚଳିତ ସପ୍ତାହରେ ଆପଣଙ୍କ ଉପରେ ଦାୟିତ୍ୱ ବଢ଼ିପାରେ । କ୍ୟାରିଅରରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିଲେ କିମ୍ବା ବିଦେଶ ଯିବାକୁ ଚାହୁଁଥିଲେ, ଏହା ହେଉଛି ଉପଯୁକ୍ତ ସମୟ । ଏ ସପ୍ତାହରେ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ତେବେ ଆପଣ ନିତ୍ୟ ବ୍ୟବହାର୍ଯ୍ୟ ଏବଂ ଆନୁସଙ୍ଗିକ ଖର୍ଚ୍ଚକୁ ଆରାମରେ ପରିଚାଳନା କରିବାରେ ସମର୍ଥ ହେବେ । ବୈବାହିକ ଜୀବନରେ ସାଥୀଙ୍କ ସହ ଭାବପ୍ରବଣତା ବଢ଼ିପାରେ । ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି ସେମାନେ ବିବାହ ପାଇଁ ନିଷ୍ପତ୍ତି ନେଇପାରନ୍ତି ।  ମା’ର ସ୍ୱାସ୍ଥ୍ୟର ଅଧିକ ଯତ୍ନ ନିଅ । ଛାତ୍ରମାନେ ସେମାନଙ୍କର ପରିଶ୍ରମ ଅନୁସାରେ ଫଳ ପାଇ‍ପାରନ୍ତି ।

ଧନୁ

ବ୍ୟକ୍ତିଗତ ଜୀବନରେ କିଛି ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ମାନସିକ ଚାପଗ୍ରସ୍ତ ହୋଇପାରନ୍ତି । ଏପରି ସ୍ଥିତିରେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ଏହି ସପ୍ତାହ ବ୍ୟବସାୟ କିମ୍ବା ବୃତ୍ତିଗତ ଜୀବନରେ ଅଭିବୃଦ୍ଧି ପାଇଁ ଲାଭଦାୟକ ହେବ । ତେବେ ଲକ୍ଷ୍ୟ ହାସଲ ପାଇଁ ତୁମକୁ ବହୁତ କଠିନ ପରିଶ୍ରମ କରିବା ସହ ଉତ୍ସର୍ଗୀକୃତ ହେବାକୁ ପଡିବ । ଯେଉଁମାନେ ନିଜ ଚାକିରିରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି କିମ୍ବା ସେମାନଙ୍କର ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି, ଏହା ହିଁ ପ୍ରକୃଷ୍ଟ ସମୟ । ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ଶୁଭ ଖବର ମିଳିପାରେ । ଆଖି ସମ୍ବନ୍ଧୀୟ ସମସ୍ୟାକୁ ନେଇ ସଚେତନ ରହିବା ଉଚିତ୍ ।

ମକର

ଅତ୍ୟଧିକ ଆତ୍ମବିଶ୍ୱାସ ଯୋଗୁଁ ବିପଦରେ ପଡ଼ିପାରନ୍ତି । ସହକମୀଙ୍କ ସହ ସୁସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ । ଏହି ସପ୍ତାହ ପ୍ରେମୀଯୁଗଳଙ୍କ ପାଇଁ ଏତେ ଭଲ ନୁହେଁ ଏବଂ ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନେ ବାଧାବିଘ୍ନର ସାମ୍ନା କରିପାରନ୍ତି । କର୍ମକ୍ଷେତ୍ରରେ ପରିବେଶ ଉତ୍ତମ ହୋଇନପାରେ । ଅନାବଶ୍ୟକ ଯୁକ୍ତିରୁ ନିଜକୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଆର୍ଥିକ କ୍ଷେତ୍ରା ଦୀର୍ଘକାଳୀନ ଯୋଜନାରେ ବିନିଯୋଗ କରିବା ପାଇଁ ଏହା ଏକ ଅନୁକୂଳ ସମୟ ହୋଇପାରେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତମ ଫଳାଫଳର ପାରନ୍ତି । ବିଦେଶରେ ପାଠ ପଢ଼ିବାର ସୁଯୋଗ ମିଳିପାରେ ।

କୁମ୍ଭ

ଏହି ସପ୍ତାହରେ ଆପଣଙ୍କର ଖର୍ଚ୍ଚ ଅଧିକ ରହିପାରେ, ଯାହା ଆପଣଙ୍କୁ ଚିନ୍ତିତ କରିପାରେ । ସମ୍ପତ୍ତି ସହ ଜଡିତ ବିଷୟଗୁଡ଼ିକ ସହିତ କାରବାର କରୁଥିବାବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଚଳିତ ସପ୍ତାହରେ ଆପଣ ଠକାମିର ଶିକାର ହୋଇପାରନ୍ତି । ପରିସ୍ଥିତି ନିଜ ପରିବାର ଠାରୁ ଦୂରରେ ରହିବାକୁ ବାଧ୍ୟ କରିପାରେ ଏବଂ ଆପଣ ଏକ ଦୂର ଦୂରାନ୍ତର ଯାତ୍ରା କରିବାକୁ ଇଚ୍ଛୁକ ହୋଇପାରନ୍ତି । ଚାକିରି ବଦଳାଇବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇପାରନ୍ତି । ତେଣୁ ବୃତ୍ତିଗତ ଜୀବନ ସହିତ ଜଡିତ ବିଷୟଗୁଡ଼ିକ ସହିତ କାରବାର କରିବା ସମୟରେ ସଚେତନ ହେବାକୁ ପରାମର୍ଶ ଦିଆଯାଇଛି । ବ୍ୟକ୍ତିଗତ ଜୀବନ ସନ୍ତୋଷଜନକ ରହିବ । ଏହି ସପ୍ତାହରେ ଚାପଗ୍ରସ୍ତ ହୋଇପାରନ୍ତି ।

ମୀନ

ଅତୀତରେ କରିଥିବା କଠିନ ପରିଶ୍ରମର ଫଳ ପାଇବାର ଅନେକ ସମ୍ଭାବନା ରହିଛି । କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ସୁଚାରୁରୂପେ ନିବାର୍ହ କରିପାରିବେ । କର୍ମକ୍ଷେତ୍ରରେ ଏକ ବହୁତ ଭଲ ସମୟ ହେବ । ନିଜ କାର୍ଯ୍ୟରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅନୁଭବ କରିବେ ଏବଂ ଆପଣ ବିଭିନ୍ନ ଆୟର ଉତ୍ସ ସୃଷ୍ଟି କରିବାରେ ସକ୍ଷମ ହେବେ । ଏହି ଅବଧି ମଧ୍ୟରେ ବିନିଯୋଗ ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ । ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ପାଇବ, ଏବଂ ସେମାନେ ତୁମକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ରହିବେ । ତୁମ ଭାଇଭଉଣୀ ଏବଂ ପରିବାର ସଦସ୍ୟଙ୍କଠାରୁ ମଧ୍ୟ ସମର୍ଥନ ପାଇବ ।