• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଭୂମିରେ ଲଗାନ୍ତୁ ନାହିଁ ତୁଳସୀ ଗଛ

  • ତୁଳସୀ ଗଛ ନିକଟରେ ରଖନ୍ତୁ ନାହିଁ ଅନ୍ୟ କୌଣସୀ ଗଛ

ତୁଳସୀ ଗଛକୁ ହିନ୍ଦୁ ଧର୍ମ ଅନୁସାରେ ପୂଜା କରାଯାଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ଘରେ ସାକାରତ୍ମକ ବାତାବରଣ ସୃଷ୍ଟି କରିଥାଏ ଏବଂ ନାକାରତ୍ମକ ଶକ୍ତିକୁ ନଷ୍ଟ କରିଥାଏ । ପ୍ରାୟତଃ ସମସ୍ତଙ୍କ ଘରେ ତୁଳସୀ ଗଛ ରହିଥାଏ । କିନ୍ତୁ ଏହି ଗଛକୁ ଲାଗାଇବା ପାଇଁ କେତେକ ନିୟମ ରହିଛି ଯାହା ଦ୍ୱାରା ଘରେ ଅନେକ ବାସ୍ତୁ ଦୋଷ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ କିଭଳି ଭାବେ ଘରେ ତୁଳସୀ ଗଛ ଲାଗାଇବେ ।

  • ପ୍ରତିଦିନ ସକାଳେ ତୁଳସୀ ଗଛରେ ଜଳ ପ୍ରଦାନ କଲେ ଅନେକ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ ।
  • ଘରେ ତୁଳସୀ ଗଛ ଲଗାଇବା ପାଇଁ ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗକୁ ବାଛନ୍ତୁ । କାରଣ ଏହି ଦିଗଟି ଜୈଳିକ ଦିଗ ବା ଜଳର କୋଣ ଅଟେ । ଘରେ ଏହି ଦିଗରେ ତୁଳସୀ ଗଛ ଲଗାଇବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ ।
  • ଭୂମିରେ ଲଗାନ୍ତୁ ନାହିଁ ତୁଳସୀ ଗଛ । ପ୍ରାୟତଃ ଦେଖାଯାଏ ଯେ ତୁଳସୀ ଗଛ ମାଟି ବା ଭୂମିରେ ଲଗାଯାଏ । ଭୂମିରେ ତୁଳସୀ ଗଛରେ ଲଗାଇବା ଦ୍ୱାରା ଏହା ଘର ପ୍ରତି ବହୁତ ଅଶୁଭ ହୋଇଥାଏ । ବାସ୍ତୁ ଅନୁଯାୟୀ ତୁଳସୀ ଗଛକୁ ସର୍ବଦା ଘରର ମୂଳରୁ ଅଧିକ ଉଚ୍ଚତାରେ ରଖିବା ଉଚିତ୍ । ଏହାକୁ କୌଣସୀ ପାତ୍ର ବା ହାଣ୍ଡିରେ ଲଗାଇ ଘର ପ୍ରାଙ୍ଗଣରେ ରଖନ୍ତୁ। ଏହା କରିବା ଦ୍ୱାରା ଘରେ ଶୁଭ ଏବଂ ଭଲ ବାତାବରଣ ସୃଷ୍ଟି ହେବ ।
  • ତୁଳସୀ ଗଛ ନିକଟରେ ରଖନ୍ତୁ ନାହିଁ ଅନ୍ୟ କୌଣସୀ ଗଛ । ଯଦି ଆପଣଙ୍କ ଘରେ ଅଧିକ ଗଛ ଲଗେଇଛନ୍ତି , ତେବେ ମନେରଖନ୍ତୁ ଯେ ତୁଳସୀ ଗଛ ନିକଟରେ କାକଟସ୍ ବା କୌଣସୀ କଣ୍ଟା ପ୍ରଜାତିର ଗଛ ରଖନ୍ତୁ ନାହିଁ । ଏହା ଘରେ ନାକାରତ୍ମକ ଶକ୍ତି ସୃଷ୍ଟି କରେଇଥାଏ ।
  • ବାସ୍ତୁ ଅନୁଯାୟୀ ତୁଳସୀ ଗଛ ନିକଟରେ କଦଳୀ କିମ୍ବା ଚପଲ ରହିବା ଉଚିତ୍ ନୁହେଁ । ଯାହା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ ।
  • ତୁଳସୀ ଗଛରେ କେଶ ନଖୋଲି ପାଣି ଦେବା ଉଚିତ୍ । ପ୍ରାୟତଃ  ଦେଖାଯାଏ ମହିଳାମାନେ ଖୋଲା କେଶରେ ପାଣି ଦେଇଥାନ୍ତି । ବାସ୍ତୁ ଅନୁଯାୟୀ ଏହା କରିବା ଉଚିତ୍ ନୁହେଁ। ଏହା ଦ୍ୱାରା ଧନହାନୀ ହୋଇଥାଏ ।
  • ଯଦି ତୁଳସୀ ଗଛର ପତ୍ର ଶୁଖି ଯ।ଉଛି, ତେବେ ଏହାକୁ ଘରେ ରଖନ୍ତୁ ନାହିଁ । ଏହାକୁ ଯେକୌଣସି ମନ୍ଦିର କିମ୍ବା ନଦୀରେ ବିସର୍ଜନ କରାଇ ଦିଅନ୍ତୁ । କାରଣ ଶୁଖି ଯାଇଥିବା ତୁଳସୀ ଗଛ ବା ପତ୍ର ଘର ପାଇଁ ଅଶୁଭ ଅଟେ । ଏହା ଭବିଷ୍ୟତର ବହୁ ବିପଦର ସୃଷ୍ଟି କରାଇଥାଏ ।