• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଅକ୍ଟୋବର ମାସ, ୨୬ ତାରିଖ, ମଙ୍ଗଳବାର, ତୁଳା୧୦ ଦିନ, କାର୍ତ୍ତିକମାସ,କୃଷ୍ଣପକ୍ଷ, ପଞ୍ଚମୀ ଯୁକ୍ତ ଷଷ୍ଠୀତିଥି, ଆର୍ଦ୍ରାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:-ସ୍ୱାସ୍ଥ୍ୟ ଦିଗରୁ ଆଶ୍ୱସ୍ଥି ଲାଭ କରିବେ ଓ କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ହୋଇପାରିବ । ସାମାଜିକ କାର୍ଯ୍ୟରେ ସଫଳତା ମିଳିବା ସହ ମାନସମ୍ମାନ ବୃଦ୍ଧି ହୋଇପାରିବ । ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇପାରିବେ ।

ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

 

ବୃଷ:- ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବାର ସମ୍ଭବ ରହିଛି । ବ୍ୟବସାୟ କ୍ଷେତ୍ରରେ କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ବିଗିଡି ଥିବା କାର୍ଯ୍ୟଟି ସଜାଡି ଦେଇପାରିବେ ।

ପ୍ରତିକାର:-ଆଉ, ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

 

ମିଥୁନ:- ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ବହୁତ ଖୁସି ରହିପାରନ୍ତି । କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ। କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇପାରିବେ ।

ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ

 

କର୍କଟ:- ସରକାରୀ କାମରେ ସଫଳତା ପାଇବା ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇପାରିବ । ନୂଆ ଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିପାରିବ । ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବା ଫଳରେ ଅଧିକାରୀ କାମରେ ପ୍ରସନ୍ନ ରହିପାରିବେ ।

ପ୍ରତିକାର-ଗୋମୁତ୍ର ଓ ଫିଟିକିରିରେ ଦାନ୍ତସଫା ରଖନ୍ତୁ

 

ସିଂହ:-ସାମାଜିକ ପତିଆରା ଅମଳିନ ରହିବ ଓ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆସିପାରିବ । ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇପାରନ୍ତି । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରନ୍ତି ।

ପ୍ରତିକାର:-ବେଲ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ

କନ୍ୟା:-ଶତ୍ରୃ ମାନେ ଦୂରେଇ ଯିବେ ଓ ପ୍ରିୟଜନ ମାନେ ଆଗକୁ ବଢିବାରେ ସାହାଯ୍ୟ କରିପାରନ୍ତି । ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ ହେବ ଓ ମେହନତର ପରିଣାମ ମିଳିପାରିବ । ନିଜର ଇଛା ପୂରଣ ପାଇଁ କୌଣସି କର୍ମ କରି ପ୍ରଶଂସା ପାଇପାରିବେ ।

ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

 

ତୁଳା:- ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହୋଇପାରିବ । କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ରହିଛି ।

ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣା କରି ଢାଳନ୍ତୁ

 

ବିଚ୍ଛା:- ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହୋଇପାରେ । ଟଙ୍କାର ଆବଶ୍ୟକତା ପୂରଣ ହୋଇ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହୋଇପାରିବ । ବ୍ୟବସାୟୀକ କ୍ଷେତ୍ରରେ ବୁଦ୍ଧିମତା କାରଣରୁ ପ୍ରଚୁର ମାତ୍ରାରେ ଲାଭବାନ ହୋଇପାରିବେ ।

ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

 

ଧନୁ:-ସାମାଜିକ ପତିଆରା ଅମଳିନ ରହିବା ସହ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିପାରିବ । ଶାରୀରିକ ସୁସ୍ଥତା ଅନୁଭବ କରିବା ସହ ମାନସିକ ଶାନ୍ତି ମିଳିପାରିବ । ରୋଜଗାର ସମସ୍ୟା ସୁଧୁରି ଯାଇ ଧନ ଲାଭ ହେବାରୁ ମନ ଖୁସି ରହିପାରିବ ।

ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

 

ମକର:-ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇପାରିବ । ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇପାରିବେ । ବୃତ୍ତିଗତ ଦୃଷ୍ଟିରୁ ସ୍ୱାଭିମାନ ସୁରକ୍ଷିତ ରହିବା ଫଳରେ କର୍ମ କ୍ଷେତ୍ରରେ ପ୍ରଶଂସିତ ହୋଇପାରିବେ ।

ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

 

କୁମ୍ଭ:- ସାହିତ୍ୟ, କଳା, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇପାରେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । କର୍ମ କ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇପାରିବେ ।

ପ୍ରତିକାର:- କାଉ, ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

 

ମୀନ:- ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ, ପରିଣାମ ମଧ୍ୟ ସାମ୍ନାକୁ ଆସିପାରିବ । ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବା ଫଳରେ ପାରିବାରିକ ଜୀବନ ସୁଖମୟ ହୋଇପାରିବ । ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହୋଇପାରିବ ।

ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ