• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି୨୦୨୧ ମସିହା, ଅକ୍ଟୋବର ମାସ, ୧୯ ତାରିଖ, ମଙ୍ଗଳବାର, ତୁଳା ୩ ଦିନ, ଆଶ୍ୱିନ ମାସର ୨୭ ଦିନ, ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି, ଉତ୍ତର ଭାଦ୍ରପଦ ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ -ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ପାରିବାରିକ ଅଶାନ୍ତି ଦେଖାଦେଇପାରେ । ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେ‌ଇପାରନ୍ତି ।

ପ୍ରତିକାର- ନାଲି ରଙ୍ଗର ବ୍ୟବହାର କରନ୍ତୁ

 

ବୃଷ -ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି । କର୍ମ କ୍ଷେତ୍ରରେ ମାନ ସମ୍ମାନ ପାଇପାରନ୍ତି । ପରିବାରରେ ଶାନ୍ତି ମିଳିପାରେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଚନ୍ଦନ ତିଳକ ମଥାରେ ଲଗାନ୍ତୁ

 

ମିଥୁନ –କର୍ମ କ୍ଷେତ୍ରରେ ଶାନ୍ତି ମିଳିପାରିବ । ଦୈନିକ ରୋଜଗାର ବୃଦ୍ଧି ପାଇପାରେ । ବ୍ୟବସାୟରେ ସଫଳତା ପାଇବେ, ମନରେ ଶାନ୍ତି ପାଇବାର ଆଶା ରହିଛି ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ

 

କର୍କଟ -ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ଶାରୀରିକ ଅସୁସ୍ଥତା ଏବଂ ମାନସିକ ଚିନ୍ତା ବୃଦ୍ଧି ହୋଇପାରେ । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇପାରିବେ ।

ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

 

ସିଂହ -ବ୍ୟବସାୟରେ ଲାଭବାନ ହୋଇପାରିବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ପାଇପାରିବ । ଶରୀରରେ ଆଘାତ ଲାଗିପାରେ, ସତର୍କ ରୁହନ୍ତୁ ।

ପ୍ରତିକାର- ଓଁ ନମଃ ଶିବାୟ ମନ୍ତ୍ର ୨୧ ଥର ଜପ କରନ୍ତୁ

କନ୍ୟା -ବ୍ୟବସାୟରେ ସଫଳ ହୋଇପାରିବେ । ଆକସ୍ମିକ ଧନ ଲାଭ ହେବାର ସୁଯୋଗ ରହିଛି । ମହିଳାମାନେ ପାରିବାରିକ ଶାନ୍ତି ପାଇପାରିବେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ବ୍ୟବହାର କରନ୍ତୁ

 

ତୁଳା -ମାନ ସମ୍ମାନରେ ବୃଦ୍ଧି ହୋଇପାରେ । କର୍ମ କ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି । ବନ୍ଧୁ ମିଳନ ଓ ବନ୍ଧୁବାନ୍ଧବଙ୍କ ସହଯୋଗ ପାଇପାରିବେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଗୋ ମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

 

ବିଛା -ବ୍ୟବସାୟରେ ଲାଭ କ୍ଷତି ସମାନ ରହିପାରେ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ସଫଳତା ପାଇପାରିବେ । ପରିବାରରେ ପିଲାମାନଙ୍କ ପାଇଁ ଚିନ୍ତିତ ରହିପାରନ୍ତି ।

ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

 

ଧନୁ – କର୍ମ କ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରନ୍ତି । ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ ।

ପ୍ରତିକାର- ଓଁ ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ

 

ମକର -ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରିବେ । ଆକସ୍ମିକ ଅର୍ଥ ଲାଭର ସୁଯୋଗ ଆସିପାରେ । ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

 

କୁମ୍ଭ –କର୍ମ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇପାରିବେ । ଇଚ୍ଛିତ ଅଭିଳାଷ ପୂରଣ ହୋଇପାରିବ । ପରିବାରରେ ଶାନ୍ତି ପାଇପାରିବେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ନୀଳ ରଙ୍ଗର ବ୍ୟବହାର କରନ୍ତୁ

 

ମୀନ –କର୍ମ କ୍ଷେତ୍ରରେ ଉନ୍ନତି ହୋଇପାରିବ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି । ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ପାଇପାରିବେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ