• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଆଫଗାନିସ୍ତାନ ଦଖଲ ପରେ ଧୀରେ ଧୀରେ ନିଜର ନିଷ୍ଠୁର ରୂପ ଦେଖାଇବା ସହ କ୍ରୁର ଆଦେଶ ଜାରି କରୁଛି ତାଲିବାନ୍ । ଏକ ସପ୍ତାହ ମଧ୍ୟରେ ଆଫଗାନୀ ନାଗରିକଙ୍କୁ ସରକାରୀ ସମ୍ପତ୍ତି, ଯାନ ଏବଂ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଟୋଲ୍ ନ୍ୟୁଜ୍ ଅନୁସାରେ ତାଲିବାନ୍ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ୍ ଏକ ବୟାନ୍ ଜାରି କରି ଲୋକଙ୍କୁ ସରକାରୀ ସମ୍ପତ୍ତି, ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ଯାନବାହାନ ହସ୍ତାନ୍ତର କରିବାକୁ କହିଛନ୍ତି । ତେବେ ଏପରି ନକଲେ ଆଫଗାନିସ୍ତାନ ନାଗରିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।

କାବୁଲରେ ଯାହା ପାଖରେ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ଅନ୍ୟାନ୍ୟ ସରକାରୀ ସାମଗ୍ରୀ ଥିବା ବ୍ୟକ୍ତି ଏକ ସପ୍ତାହ ମଧ୍ୟରେ ଇସଲାମ ଏମିରେଟର ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରନ୍ତୁ ବୋଲି ବୟାନ ଜାରି ହୋଇଛି । ଯେଉଁମାନେ ନିର୍ଦ୍ଦେଶ ଅବମାନନା କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ” ଏହାପୂର୍ବରୁ ଶୁକ୍ରବାର ଦିନ ବିଶେଷ ଉପଦେଶ ଦେବା ପାଇଁ ଇମାମମାନଙ୍କୁ ଅନୁରୋଧ କରିଥିଲା ତାଲିବାନ୍ । ଉପଦେଶରେ କ୍ଷମତାଶୀନ ତାଲିବାନର ଆଦେଶ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଆଫଗାନିସ୍ତାନ ନାଗରିକଙ୍କୁ ଦେଶ ଛାଡିବାକୁ ଦେଉନାହାନ୍ତି ତାଲିବାନୀ

ତାଲିବାନ ଶାସନ କଳ ଅକ୍ତିଆର କରିବା ପରେ ଆଫଗାନିସ୍ତାନରେ ଭୟର ବାତାବରଣ ଅଛି । ଲୋକମାନେ ଦେଶ ଛାଡି ପଳାୟନ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଲିବାନ ଲୋକଙ୍କୁ ଏପରି କରିବାକୁ ବାରଣ କରୁଛି । ତାଲିବାନୀମାନେ ବିମାନବନ୍ଦରରେ ଉପସ୍ଥିତ ଅଛି । ଆଫଗାନିସ୍ତାନ ନାଗରିକମାନଙ୍କୁ ବିମାନ ବନ୍ଦରରେ ପହଞ୍ଚିବାକୁ ମଧ୍ୟ ଅନୁମତି ଦେଉ ନାହାନ୍ତି । କୌଣସି ଆଫଗାନିସ୍ତାନ ନାଗରିକଙ୍କୁ ଦେଶ ଛାଡିବାକୁ ଦିଆଯିବ ନାହିଁ ବୋଲି ତାଲିବାନ୍ ପକ୍ଷରୁ କୁହାଯାଇଛି । ବିମାନ ବନ୍ଦରକୁ ଯାଉଥିବା ରାସ୍ତା ଅବରୋଧ କରାଯାଇଛି । କେବଳ ବିଦେଶୀ ନାଗରିକଙ୍କୁ ସେହି ରାସ୍ତାରୁ ବିମାନବନ୍ଦରକୁ ଯିବାକୁ ଅନୁମତି ଦିଆଯାଇଛି ।

ସେପଟେ ତାଲିବାନୀ ସଂଗଠନ ହାତରେ ଲାଗିଛି ଅତ୍ୟାଧୁନିକ ବ୍ଲାକହକ୍ ହେଲିକପ୍ଟର । ତାଲିବାନ ହାତରେ ଲାଗିଥିବା ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭବିଷ୍ୟତରେ ବିନାଶର କାରଣ ହୋଇପାରେ । ଆମେରିକୀୟ ସାଂସଦ ଜିମ ବ୍ୟାଙ୍କସ୍ ଆମେରିକାର ଏପ୍ରକାର ଚରମ ଅବହେଳା ପାଇଁ ଜୋ ବାଇଡେନ ପ୍ରଶାସନକୁ ସମାଲୋଚନା କରିଛନ୍ତି । ଜିମ ବ୍ୟାଙ୍କସ୍ ଅନେକ ଗୁଡିକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛି । ବର୍ତ୍ତମାନ ତାଲିବାନ ପାଖରେ ଯେତିକି ବ୍ଲାକହକ୍ ହେଲିକପ୍ଟର ଅଛି, ତାହା ବିଶ୍ୱର ୮୫ ପ୍ରତିଶତ ଦେଶରେ ନାହିଁ ବୋଲି ସେ କହିଛନ୍ତି ।