• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୱାଶିଂଟନ୍ : ୯୦ ଦିନ ପରେ କାବୁଲକୁ କବଜା କରିନେବ ତାଲିବାନୀ ସଂଗଠନ ! ଏବେ ସୁଦ୍ଧା ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ୭୫ ପ୍ରତିଶତ କବଜା କରି ସାରିଛନ୍ତି । ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅକ୍ତିଆରକୁ ଆଣୁଛନ୍ତି । ତେବେ ବର୍ତ୍ତମାନ ତାଲିବାନୀ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ସୁଦ୍ଧା ଏବେ ପାଇଁ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ସିଧାସଳଖ ବିପଦ ନାହିଁ । କିନ୍ତୁ ଅଧିକ ସମୟ ଧରି ନିୟନ୍ତ୍ରଣ ବଜାୟ ରଖିବା ଆଫଗାନିସ୍ତାନ ସରକାରଙ୍କ ପାଇଁ କଷ୍ଟକର ହୋଇ ପଡ଼ିବ । ୩୦ ଦିନ ମଧ୍ୟରେ କାବୁଲକୁ ଅଲଗା କରିବା ସହ ସମ୍ଭବତ ୯୦ ଦିନ କବଜା କରିପାରେ ବୋଲି ଆମେରିକାର ପ୍ରତିରକ୍ଷା ଅଧିକାରୀ ଚେତାବନୀ ଦେଇଛନ୍ତି ।

ତାଲିବାନ ସଂଗଠନ ୬ ଦିନ ମଧ୍ୟରେ ଆଠଟି ରାଜ୍ୟର ରାଜଧାନୀ ଦଖଲ କରିସାରିଛି । ଏହାସହ ୧୧ ଟି ପ୍ରାଦେଶିକ ରାଜଧାନୀ ଦଖଲ କରିବାକୁ ଧମକ ମଧ୍ୟ ଦେଇଛି । ଆମେରିକାର ସୈନ୍ୟ ନେତୃତ୍ୱ ଏନେଇ ପୂର୍ବରୁ ଆଶଙ୍କା ପ୍ରକାଶ କରିଥିଲେ । ଆଫଗାସ୍ତାନ ସୁରକ୍ଷା ବଳ ତାଲିବାନୀ ସଂଗଠନ ସାମ୍ନାରେ ଶୀଘ୍ର ପରାସ୍ତ ହୋଇଯାଉଛନ୍ତି । କିନ୍ତୁ ହ୍ୱାଇଟ ହାଉସ୍, ପେଣ୍ଟାଗନ୍ କିମ୍ବା ଆମେରିକୀୟ ଜନସାଧାରଣ ଏହାକୁ ରୋକିବା ପାଇଁ ଚାହୁଁଛନ୍ତି, କିନ୍ତୁ ବର୍ତ୍ତମାନ ବିଳମ୍ବ ହୋଇସାରିଛି ବୋଲି ଅଧିକାରୀ କହିଛନ୍ତି ।

ଆଫଗାନିସ୍ତାନ ୧୯୯୬ ରୁ ୯/୧୧ ଆକ୍ରମଣ ପର୍ଯ୍ୟନ୍ତ ଶାସନ କରୁଥିବା ତାଲିବାନ ବୁଧବାର ଦିନ ଆହୁରି ତିନୋଟି ପ୍ରାଦେଶିକ ରାଜଧାନୀକୁ କବଜା କରି ଦେଶର ପ୍ରାୟ ଦୁଇ ତୃତୀୟାଂଶ ଅଂଶକୁ ନିୟନ୍ତ୍ରଣ କରିନେଇଛି । ୯/୧୧ ଆକ୍ରମଣ ପରେ ଆମେରିକୀୟ ସେନା ଦେଶରେ ନିଜର ପ୍ରଭାବ ବିସ୍ତାର କରିଥିଲା । ବିଦ୍ରୋହୀମାନଙ୍କର ପାଖରେ କୌଣସ ବାୟୁସେନା ନାହିଁ ଏବଂ ସେମାନଙ୍କ ସଂଖ୍ୟା ଆମେରିକା ଦ୍ୱାରା ତାଲିମପ୍ରାପ୍ତ ଆଫଗାନିସ୍ତାନ ପ୍ରତିରକ୍ଷା ବାହିନୀ ତୁଳନାରେ ବହୁତ କମ୍ । ତଥାପି ସେମାନେ ଆଶ୍ଚର୍ଯ୍ୟଜନକ ଭାବରେ ବିଭିନ୍ନ ଅଞ୍ଚଳ ଦଖଲ କରିଛନ୍ତି ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚଳିତ ମାସ ଶେଷ ସୁଦ୍ଧା ଆଫଗାନିସ୍ତାନରେ ମିଶନ ଶେଷ କରିବାକୁ ଆମେରିକା ସ ସୈନିକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଫଗାନିସ୍ତାନରୁ ଅଧିକାଂଶ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରାଯାଇଛି, ଆଉ ଏହାପରେ ତାଲିବାନୀ ସଂଗଠନ ଦେଶରେ ସକ୍ରିୟ ଉଠିଛି ।