• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆମେରିକାରେ ଘଟିଲା ଅଭାବନୀୟ ଘଟଣା । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଣାଣି ପୂର୍ବରୁ କୋର୍ଟ ବାହାରେ ନିଜ ଶରୀରରେ ନିଆଁ ଲଗାଇ ଦେଇଛନ୍ତି ଜନୈକ ବ୍ୟକ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଠିକ କୋର୍ଟ ସାମ୍ନାରେ । ତେବେ କେଉଁ ପରିସ୍ଥିତିରେ ବ୍ୟକ୍ତି ଜଣକ ନିଜ ଶରୀରରେ ନିଆଁ ଲଗାଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସାଙ୍ଗେ ସାଙ୍ଗେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବ୍ୟକ୍ତିଜଣଙ୍କ ଦେହରେ ନିଆଁ ଲାଗିବା ପରେ ସେ ତଳେ ପଡ଼ି ଚିତ୍କାର କରୁଥିଲେ । ଫଳରେ ତ୍ୱରିତ ପଦକ୍ଷେପ ନିଆଯାଇପାରିଲା । ସୂଚନା ଅନୁସାରେ ପ୍ରଥମେ ବ୍ୟକ୍ତିଜଣକ ପାର୍କ ପଟରୁ ଚାଲି ଚାଲି ଆସିଥିଲେ ।

ପରେ ସେ ନିଜ ବ୍ୟାଗକୁ କିଛି ପଦାର୍ଥ ବାହାର କରିଥିଲେ । ତେବେ ତାହା କ’ଣ ଥିଲା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହା ପରେ ଉକ୍ତ ବ୍ୟକ୍ତିଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ତେବେ ସେହି ପଦାର୍ଥ ସହ ନିଆଁ ଲାଗିବାର କି ସମ୍ପର୍କ ରହିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ହେଉଛି, ଏହି ଘଟଣାର ମାତ୍ର କିଛି ମିନିଟ ପୂର୍ବରୁ ଟ୍ରମ୍ପଙ୍କର ଶୁଣାଣି ହେବାର ଥିଲା ।

ଏଥିପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ବିଚାର ଲାଗି ୧୨ ଜଣ ବିଚାରପତିଙ୍କ ସହ ଅନ୍ୟ ୬ ଜଣଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି । ଟ୍ରମ୍ଫଙ୍କ ଉପସ୍ଥିତି ପାଇଁ ପୂରା କୋର୍ଟ ପରିସରରେ ସୁରକ୍ଷା କଡ଼ାକଡ଼ି ଥିଲା । ତେବେ ଏହି ଘଟଣା ପରେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।