• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଉଲଙ୍ଗନ ହେଉଛି ଶିକ୍ଷାର ମୌଳିକ ଅଧିକାର 

  • ୟୁନେସ୍କୋ ଏବଂ ୟୁନିସେଫ ପକ୍ଷରୁ ଚେତାବନୀ 

କାବୁଲ : ଆଫଗାନିସ୍ତାନରେ ଝିଅମାନଙ୍କ ପାଇଁ ସ୍କୁଲ୍‌ବନ୍ଦ ହେବା ଦ୍ୱାରା ଶିକ୍ଷାର ମୌଳିକ ଅଧିକାରର ଉଲଙ୍ଘନ ହେଉଛି ।  United Nations Educational, Scientific and Cultural Organization (ୟୁନେସ୍କୋ) ଏବଂ United Nations Children's Fund (ୟୁନିସେଫ)  ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି । ଆଫଗାନିସ୍ତାନ ବାଳିକା ବିଦ୍ୟାଳୟ ବନ୍ଦ ହେବା ନିଷ୍ପତ୍ତି ଶିକ୍ଷାର ଅଧିକାରକୁ ଉଲ୍ଲଂଘନ କରୁଛି । ୟୁନେସ୍କୋର ମହାନିର୍ଦ୍ଦେଶକ ଆଣ୍ଡ୍ରେ ଅଜୋଲେ ଏକ ବିବୃତ୍ତିରେ କହିଛନ୍ତି, ବାଳିକା ବିଦ୍ୟାଳୟ ବନ୍ଦ ରହିଲେ ବାଳିକା ଓ ମହିଳାଙ୍କ ଶିକ୍ଷାର ମୈଳିକ ଅଧିକାରର ଉଲ୍ଲଂଘନ କରିବ । 

ଝିଅମାନଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆ ନଗଲେ ଏହାର ଅତି ଭୟାଭୟ ପରିଣାମ ହେବ ବୋଲି ୟୁନେସ୍କୋ ଚେତାବନୀ  ଦେଇଛି । ଶିକ୍ଷା ଓ ଜୀବନ ସମ୍ପର୍କରେ ସେମାନଙ୍କର କୌଣସି ଜ୍ଞାନ ରହିବ ନାହିଁ । ଭବିଷ୍ୟତ ଜୀବନ ପୂରା ଅନ୍ଧକାରରେ କଟିବ । ଏହାସହ ଝିଅମାନଙ୍କୁ ଶିକ୍ଷାରୁ ସମୂର୍ଣ୍ଣ ଭାବରେ ଦୂରେଇ ରଖିବା ଦ୍ୱାରା ବାଲ୍ୟ ବିବାହର ଆଶଙ୍କା ବଢ଼ିଯିବ । ଯାହା ଦ୍ୱାରା ପୁଅ ଓ ଝିଅ ମଧ୍ୟରେ ଥିବା ଭେଦଭାବ ଅଧିକ ବଢାଇ ।   


ଆଫଗାନିସ୍ତାରେ ବାଳିକା ଶିକ୍ଷା କ୍ଷେତ୍ର ପାଇଁ ଅନେକ ଲାଭ ହୋଇଛି, ଯାହାକୁ ବଜାୟ ରଖିବା ରଖିବା ଉଚିତ ।  ଆଜୋଲେ କହିଛନ୍ତି, ଦେଶର ଝିଅମାନେ ଶିକ୍ଷିତ ହେଲେ ଆଫଗାନ୍‌ର ଭବିଷ୍ୟତ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଆଫଗାନିସ୍ତାନରେ ଥିବା ଉଭୟ ପୁଅ ଓ ଝିଅ ସେମାନଙ୍କର ଶିକ୍ଷା ଅଧିକାରକୁ ସମାନ ଭାବରେ ଲାଭ ଉଠାଇ ପାରିବେ । 


ତେବେ ୟୁନିସେଫ ଆଫଗାନିସ୍ତାନ ବାଳିକା ଶିକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛି । ଏନେଇ ୟୁନିସେଫ୍ ମୁଖ୍ୟ କହିଛନ୍ତି, ବର୍ତ୍ତମାନ ସମୟରେ ଅନେକ ଝିଅଙ୍କୁ ଦେଶକୁ ଫେରିବାକୁ ଅନୁମତି ଦିଆଯାଉନାହିଁ, ଯାହାକୁ ନେଇ ଆମେ ଗଭୀର ଚିନ୍ତିତ । ଶିକ୍ଷା ହେଉ ବା କୌଣସି  କ୍ଷେତ୍ରରେ ମଧ୍ୟ ଝିଅମାନଙ୍କୁ ଅଣାଦର କରିବା ନୁହେଁ, ତେଣୁ ସେ ଏହି ସମସ୍ୟାର ସମାଧାନ ପାଇଁ  ଆହ୍ୱାନ ଦେଇଛନ୍ତି ।