• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ଜନ ଓ ଶୂନଶାନ ଦ୍ୱୀପରେ ୩୨ ବର୍ଷ । ପାଖରେ ସାଙ୍ଗସାଥୀ, ବନ୍ଧୁପରିଜନ, ପରିବାର ଲୋକ କେହି ନଥିଲେ । ହେଲେ ନିଛାଟିଆ ଦ୍ୱୀପରେ ଶାନ୍ତି ଅନୁଭବ ହେଉଥଇଲା । ମୁକ୍ତ ବିହଙ୍ଗ ପରି ସେ ମନ ଇଚ୍ଛା ଘୁରି ବୁଲୁଥିଲେ । ଜଣେ ଇଟାଲୀୟ ନାଗରିକ ୩୨ ବର୍ଷ ଧରି ଏକ ଦ୍ୱୀପରେ ଏକାକୀ ରହୁଥିଲେ । ସେଠାରେ କିଛି ବିଲେଇ ଏବଂ ପକ୍ଷୀ ତାଙ୍କର ସାଥୀ ହୋଇଥିଲେ । ତିନି ଦଶନ୍ଧି ଧରି ଏହି ଦ୍ୱୀପରେ ତାଙ୍କର କୌଣସି ମଣିଷ ବନ୍ଧୁ ନଥିଲେ । କେବଳ ପକ୍ଷୀ ଏବଂ ବିଲେଇମାନଙ୍କ ସହିତ ବନ୍ଧୁତା କରି ବର୍ଷ ବର୍ଷ କଟାଇ ଦେଇଛନ୍ତି ।

ଇଟାଲୀୟ ନାଗରିକ Mauro Morandi । ବୁଦେଲିର ସାର୍ଦ୍ଦିଆନ୍ ଦ୍ୱୀପରେ ୩୨ ବର୍ଷ ଏକୁଟିଆ ଜୀବନ ବିତାଇଛନ୍ତି । ବର୍ତ୍ତମାନ ତାଙ୍କୁ ୮୨ ବର୍ଷ । ନିଜ ଜୀବନର ଅଧିକାଂଶ ସମୟ ସେ ନିର୍ଜନ ଦ୍ୱୀପରେ ଅତିବାହିତ କରିଛନ୍ତି । ତେବେ ବର୍ତ୍ତମାନ ତାଙ୍କୁ ସହରକୁ ଯିବାକୁ ପଡ଼ିଛି । କାରଣ ବର୍ତ୍ତମାନ ସେହି ଅଞ୍ଚଳର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରବେଶ ନିଷେଧ ଘୋଷଣା କରାଯାଇଛି, ତେଣୁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ତାଙ୍କୁ ଦ୍ୱୀପ ଛାଡିବାକୁ ପଡିଛି ।

୧୯୮୯ ରେ Mauro ସେହି ଦ୍ୱୀପକୁ ଯାଇଥିଲେ Mauro Morandi । ସେଠାକୁ ଯିବା ପରେ ତାଙ୍କ ମନ ସେଠାରେ ହିଁ ଅଟକି ଗଲା । ସେ ସ୍ଥାନ ଏତେ ଭଲଲାଗିଲା ଯେ ସେହିଠାରେ ହିଁ ରହିବାକୁ ମନସ୍ଥ କରିଥିଲେ । ନିଛାଟିଆ ଦ୍ୱୀପରେ ଏକ ଅଜଣା ଶାନ୍ତି ଅନୁଭବ ହେଉଥିଲା । ସେ ସେଠାରେ ବହୁ ବର୍ଷ ରହିଲେ । ତେବେ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶର ପରେ ସେ ମେ ନିକଟସ୍ଥ ଏକ ଛୋଟ ଦ୍ୱୀପ La Maddalenaକୁ ଚାଲି ଆସିଛନ୍ତି । ପେନସନରେ ମିଳୁଥିବା ଟଙ୍କାରେ ସେ ଏବେ ଜୀବନ ବିତାଉଛନ୍ତି । ପୂର୍ବରୁ ସେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ନିର୍ଜନ ଦ୍ୱୀପ ଛାଡ଼ି ଆସିବା ପରେ ସେ ବର୍ତ୍ତମାନ ଏକ ଘର ନେଇଛନ୍ତି।

ସିଏନ୍ଏନ୍ ସହ ଆଲୋଚନା ବେଳେ ସେ କହିଛନ୍ତି, 'ମୁଁ ଦୀର୍ଘ ଦିନ ଧରି ଏକୁଟିଆ ରହୁଥିଲି । ପ୍ରଥମେ ଥର ପାଇଁ ଯେତେବେଳେ ସହରକୁ ଆସିଲି, ମୋତେ କାହା ସହିତ କଥା ହେବାକୁ ଇଚ୍ଛା ହେଉନଥିଲା । ଅଚାନକ୍ ମୋ ଜୀବନ ଏକ ନୂଆ ମୋଡ଼ ନେଇଛି । ପରେ ଏବେ ମୁଁ ଲୋକଙ୍କ ସହ କଥାବାର୍ତ୍ତା କରିବା ଆରମ୍ଭ କରିଛି । ’ସେ ନିଜ ଜୀବନର ଅନୁଭୂତି ଉପରେ ଏକ ପୁସ୍ତକ ଲେଖିଛନ୍ତି ଏବଂ ସେ ଯୁବକମାନଙ୍କୁ କିଛି ନୂଆ କରିବା ପାଇଁ ପ୍ରେରଣା ମଧ୍ୟ ଦେଉଛନ୍ତି ।