• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ପରମ୍ପରା ନାଁରେ ନୀରିହ ପ୍ରାଣୀଙ୍କ ହତ୍ୟା

  • ପରମ୍ପରା ପାଇଁ ହତ୍ୟାକଲେ ଶହ ଶହ ଡଲ୍‌ଫିନ୍‌

  • ଘଟଣାକୁ ନିନ୍ଦିଲା ସାରା ବିଶ୍ୱ 

ଡେନ୍‌ମାର୍କ: ପରମ୍ପରା ପାଇଁ ଡଲ୍‌ଫିନ୍‌ ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ବରଂ ହଜାର ହଜାର ଡଲ୍‌ଫିନ୍‌ଙ୍କର ହତ୍ୟା । ଡେନ୍‌ମାର୍କ ସ୍ଥିତ ସ୍ୱାମିତ୍ୱରେ   ପରମ୍ପରା ପୂରଣ କରିବା ପାଇଁ ପ୍ରାୟ ୧୨୨୮ ଟି ଡଲଫିନ୍‌ର ହତ୍ୟା କରାଯାଇଛି । ଏହି ଘଟଣାକୁ ସମଗ୍ର ବିଶ୍ୱ ନିନ୍ଦା କରୁଛି । ସମୁଦ୍ର କୂଳରେ ମରି ପଡିଥିବା ମୃତ ଡଲ୍‌ଫିନ୍‌ଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ପୂରା ସମୁଦ୍ରର ପାଣି ରକ୍ତରେ ଲାଲ ହୋଇଯାଇଥିବାବେଳେ ସମସ୍ତେ ଏହି ଲୋମହର୍ଷଣକାରୀ ଦୃଶ୍ୟ ଦେଖି ନିନ୍ଦା କରିବା ସହ ଏପରି ପୂରାତନ ପରମ୍ପରାକୁ ଘୃଣା କରୁଛନ୍ତି ।

ସୂଚନାଯୋଗ୍ୟ, ପ୍ରତି ବର୍ଷ ଏପରି ହଜାର ହଜାର ଡଲ୍‌ଫିନ୍‌କୁ ହତ୍ୟାକରିବା ଡେନ୍‌ମାର୍କ ସ୍ୱାମିତ୍ୱ ଦ୍ୱୀପରେ ଥିବା ବାସିନ୍ଦାଙ୍କ ପୂରାତନ ପରମ୍ପରା । ଚଳିତ ବର୍ଷ ମଧ୍ୟ ସମାନ ପରମ୍ପରା ଯୋଗୁ 'ଗ୍ରାଇଣ୍ଡ୍' ନାମକ ଏକ ପାରମ୍ପରିକ ଶିକାର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଯେଉଁଥିରେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରାୟ ୧୪୨୮ରୁ ‌ଊର୍ଦ୍ଧ୍ୱ ଡଲ୍‌ଫିନ୍‌ମାନଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଛି ।

ଗତ ସେପ୍ଟେମ୍ୱର୧୨ ତାରିଖରେ ପଶୁ କଲ୍ୟାଣ ଗୋଷ୍ଠୀ ସେଫର୍ଡ ପକ୍ଷରୁ ଡଲ୍‌ଫିନ୍ ହତ୍ୟାର ଫଟୋ ସେୟାର କରାଯାଇଥିଲା । ଫଟୋଟିକୁ ସେୟାର କରି ସେ ଲେଖିଛନ୍ତି, ‘ଶିକାରୀମାନେ ପ୍ରଥମେ ଡଲଫିନ୍‌ର ଦଳକୁ ଘେରି ସେମାନଙ୍କୁ ଅଳ୍ପ ପାଣି ଆଡକୁ ଗୋଡ଼ାଇଥିଲେ । ସେମାନେ ଯେତେବେଳେ ଅଳ୍ପ ପାଣି ଥିବା ଅଞ୍ଚଳକୁ ଯାଇଥିଲେ ସେତେବେଳେ ଛୁରୀ ଏବଂ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହତ୍ୟା କରିଥିଲେ । ଡଲଫିନ୍‌ରୁ ଏତେ ରକ୍ତ ବାହାରିଥିଲା ଯେ ପୂରା ସମୁଦ୍ର କୂଳ ଲାଲ ରଙ୍ଗର ହୋଇଯାଇଥିଲା’ ।

କ‘ଣ ଏହି 'ଗ୍ରାଇଣ୍ଡ୍' ପରମ୍ପରା ?

ଗ୍ରାଇଣ୍ଡ ହେଉଛି ପାରମ୍ପରିକ ସମାରୋହ,  ଯାହା ଶହ ଶହ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ଏହି ଡଲଫିନ୍‌ ମରା କାର୍ଯ୍ୟକ୍ରମ ତଥା 'ଗ୍ରାଇଣ୍ଡ୍' ଆଇନଗତ ଭାବରେ ଲିଗାଲ ଅଟେ । ସେଠାରେ ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ ପରମ୍ପରା ଅନୁଯାୟୀ ଡଲ୍‌ଫିନ୍‌ ଶିକାର କରାଯାଇଥାଏ । ପ୍ରାଣିମାନଙ୍କର ହତ୍ୟା କରିବା ପରେ ଶିକାରୀମାନେ ସେହି ମାଂସକୁ ଖାଇଥାନ୍ତି

ଆନିମଲ ୱେଲ୍‌ଫେୟାରମାନଙ୍କର କହିବା ଅନୁସାରେ, ଏତେ ସଂଖ୍ୟକ ଡଲ୍‌ଫିନ୍‌ଙ୍କ ମୃତ୍ୟୁ ହୋଇଛି ଯେ, ଏତେ ପରିମାଣର ମାଂସ ସମୂର୍ଣ୍ଣ ଭାବରେ ବ୍ୟବହାର ହେବନାହିଁ । ବାସ୍ତବରେ ଏହା ଏକ ହୃଦୟ ବିଦାରକ ଦୃଶ୍ୟ ଅଟେ । ମଣିଷର ପରମ୍ପରା ନାଁରେ ଆମେ ନିରୀହଙ୍କୁ ହତ୍ୟା କରିବା ବନ୍ଦ କରୁନାହୁଁ । ବଳି ଓ ଶିକାର ନାଁରେ ନିର୍ଦ୍ଦୋଷ ପଶୁପକ୍ଷକ୍ଷୀଙ୍କ ହତ୍ୟା କରିବା ପ୍ରଥାକୁ ବନ୍ଦ କରିବା ସହ ଏହାକୁ ବିରୋଧ କରିବା ଉଚିତ୍‌ ।