• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଚୀନ୍‌ରେ ବଡ଼ ଧରଣର ବିଜୁଳି ସଂକଟ ।

  • ଅନେକ ରାଜ୍ୟରେ ଲୋକେ ଅନ୍ଧାରରେ ରାତି କାଟିଛନ୍ତି ।

  • ଏହାର ବଡ଼ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ପଡ଼ିଛି ।

  • ଗ୍ଲୋବାଲ ସପ୍ଳାଇ ଚେନ୍‌ରେ ବାଧା ଉପୁଜିଛି ।

ନୂଆଦିଲ୍ଲୀ: ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛି ଚୀନ୍‌ । ଏଭଳି କହିବାର ଅର୍ଥ ହେଉଛି, ସାରା ବିଶ୍ୱ ଯେତେବେଳେ କରୋନା ମହାମାରୀରେ ଅଣନିଶ୍ୱାସୀ ହୋଇପଡ଼ିଥିଲା ସେତେବେଳେ ଚୀନ୍‌ ଆରମ୍ଭ କରିଥିଲା ଚକ୍ରାନ୍ତ । ସାରା ବିଶ୍ୱ ଠପ୍‌ ପଡ଼ିଯାଇଥିବା ବେଳେ ଚୀନ୍‌ କିନ୍ତୁ ଦୌଡ଼ିବାକୁ ଆରମ୍ଭ କରିଥିଲା । ଚୀନ୍‌ର ଉହାନ୍‌ ସହରରୁ କରୋନା ମହମାରୀର ସୃଷ୍ଟି ହୋଇଥିବା କୁହାଯାଉଛି । ହେଲେ ଚୀନ୍‌ ସର୍ବପ୍ରଥମେ କରୋନା ମୁକ୍ତ ହୋଇଥିଲା । ଏହା ପଛରେ କ’ଣ ରହିଛି ରହସ୍ୟ, ତାକୁ ନେଇ ଏବେ ବି ଅନେକ ସନ୍ଦେହ ।

ଏବେ ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ, ଚୀନ୍‌ରେ ଘୋର ବିଦ୍ୟୁତ ସଙ୍କଟ ଦେଖାଯାଇଛି । ସାରା ବିଶ୍ୱ ଠପ୍‌ ପଡ଼ିଥିବା ବେଳେ ଚୀନ୍‌ ଦୌଡ଼ିବାକୁ ଆରମ୍ଭ କରିଥିଲା । ଯାହାର ପରିଣାମ ଆଜି ଚୀନ୍‌ ଭୋଗୁଛି । ଆର୍ଥିକ ଦୃଷ୍ଟିରୁ ନିଜକୁ ସୁଦୃଢ଼ କରିବା ଓ ଧିକ ଲାଭଖୋର ମନବୃତ୍ତି ରଖିବା କାରଣରୁ ଆଜି ଚୀନ୍‌ରେ ଘୋର ବିଦ୍ୟୁତ ସଙ୍କଟ । ଏମିତିକି ଲୋକଙ୍କ ଘର ସାମାନ୍ୟ ବଲ୍‌ ଟିଏ ବି ଜଳୁନି । ଲୋକେ ଅନ୍ଧାରରେ ଦିନ କାଟୁଛନ୍ତି । ସରକାରଙ୍କ ପକ୍ଷରୁ ଏଥିପାଇଁ କଡ଼ା ତାଗିଦ୍‌ ମଧ୍ୟ କରାଯାଇଛି ।

ଖାଲି ସେତିକି ନୁହେଁ ଲାଭଖୋର ମନବୃତ୍ତି ରଖି ଚୀନ୍‌ରେ ଯେଉଁଭଳି ଭାବେ ବିଭିନ୍ନ ଉତ୍ପାଦନକୁ ବୃଦ୍ଧି କରାଯାଇଥିଲା, ତାହା ମଧ୍ୟ ଠପ୍‌ ହୋଇଯାଇଛି । ଏହାର ମୂଳ କାରଣ ମଧ୍ୟ ସେହି ବିଦ୍ୟୁତ ସଙ୍କଟ । ଉତ୍ପାଦନ ଠପ୍‌ ହେବା ପରେ କମ୍ପାନୀ ମାନଙ୍କର ଆର୍ଥିକ ମେରୁଦଣ୍ଡ ମଧ୍ୟ ଦୋହଲି ଯାଇଛି । ଚୀନ୍‌ର ଅନେକ ରାଜ୍ୟରେ ଲୋକେ କେବଳ ଯେ, ଅନ୍ଧାରରେ ରାତି କାଟିଛନ୍ତି ତାହା ନୁହେଁ ବରଂ ଆର୍ଥିକ ଗତିବିଧି ଠପ୍ ହୋଇଯିବାରୁ ଏହାର ବଡ଼ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ପଡ଼ିଛି । ଗ୍ଲୋବାଲ ସପ୍ଳାଇ ଚେନ୍‌ରେ ବାଧା ଉପୁଜିବାରୁ ଅନ୍ୟ ଦେଶକୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡ଼ୁଛି । ଚୀନ୍ ସରକାର ବିଜୁଳି ଆବଣ୍ଟନ ଓ ବ୍ୟବହାର ଉପରେ ସୀମା ନିର୍ଦ୍ଧାରଣ କରିଛନ୍ତି । ବିଶେଷ କରି ଉତ୍ତର ଚୀନ୍‌ରେ ସ୍ଥିତି ଅଧିକ ଖରାପ ରହିଛି ।

ଯେଉଁ ବୈଦ୍ୟୁତିକ ସାମଗ୍ରୀ ଦ୍ୱାରା ଅଧିକ ବିଜୁଳି ଖର୍ଚ୍ଚ ହେଉଛି ସେ ସବୁ ବ୍ୟବହାର କରନ୍ତୁନି ବୋଲି କହିଛନ୍ତି ସରକାର । ଯାହାର ପ୍ରଭାବ କମ୍ପାନୀଗୁଡ଼ିକ ଉପରେ ପଡ଼ିଛି । ଚୀନ୍‌ରେ ବିଜୁଳି ସଙ୍କଟ ଏତେ ଖରାପ ଯେ, ଆପଲ ଏବଂ ଟେସଲା ଭଳି କମ୍ପାନୀ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହି ସବୁ କମ୍ପାନୀର ସପ୍ଲାୟର୍ସଙ୍କୁ ବିଜୁଳି ମିଳୁନଥିବାରୁ ଅନେକ ପ୍ଲାଣ୍ଟରେ କାମ ବନ୍ଦ ରହିଛି । ୧୫ରୁ ଅଧିକ କମ୍ପାନୀଙ୍କ କହିବା କଥା ବିଜୁଳି ସଙ୍କଟ ଯୋଗୁଁ ସେମାନେ ଗୁରୁତର ଆର୍ଥିକ କ୍ଷତି ସହିଛନ୍ତି । ପ୍ରଡକ୍ସନ ଉପରେ ଏହାର ପ୍ରଭାବ ପଡ଼ିଛି । ସେପଟେ ପାଓ୍ୱାର କଟ୍ କାରଣରୁ ୩୦ରୁ ଅଧିକ ତାଇଓ୍ୱାନ କମ୍ପାନୀରେ କାମ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । 

ବିଜୁଳିର ଡିମାଣ୍ଡ ଅଧିକ ଆଉ ସପ୍ଲାଏ ବହୁତ କମ୍ ରହିବା କାରଣରୁ ଚୀନ୍‌ରେ ଏଭଳି ପରିସ୍ଥିତି ଉପୁଜିଛି । ସେପଟେ ଚୀନ୍‌କୁ ଅଷ୍ଟ୍ରେଲିଆରୁ ଆସୁଥିବା କୋଇଲାର ପରିମାଣ ହ୍ରାସ ପାଉଛି, ଫଳରେ କୋଇଲାରୁ ଉତ୍ପାଦନ ହେଉଥିବା ବିଜୁଳି ବି ଆବଶ୍ୟକତାକୁ ପୁରଣ କରିପାରୁନି ।