• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ସଙ୍ଗୀନ ହେଉଛି ଆଫଗାନିସ୍ତାନ ସ୍ଥିତି

  • କାବୁଲ ଏୟାରପୋର୍ଟରେ ଖାଦ୍ୟ, ପାନୀୟ ମିଳୁନି

  • ଭୋକ ଉପାସରେ ଛଟପଟ ହେଉଛନ୍ତି ଲୋକେ

କାବୁଲ: ତାଲିବାନ କବ୍‌ଜାକୁ ଆସିବା ପରେ ଆଫଗାନିସ୍ଥାନ  ସ୍ଥିତି ସଙ୍ଗୀନ ହୋଇ ଯାଇଛି। ତାଲିବାନୀଙ୍କ ଭୟରେ ଅଧିକାଂଶ ଲୋକ  ଦେଶ ଛାଡ଼ି ପଳାଇ ଯିବାକୁ ବସିଛନ୍ତି। ତେବେ ଆଫଗାନିସ୍ତାନରୁ ବାହାରିବା ପାଇଁ ଗୋଟିଏ ରାସ୍ତା ହେଉଛି କାବୁଲ ଏୟାର ପୋର୍ଟ। କାବୁଲ ଏୟାର ପୋର୍ଟର ସୁରକ୍ଷା ଆମେରିକା ସୈନ୍ୟଙ୍କ ହାତରେ। ତେଣୁ ସେଠାରେ ତାଲିବାନୀଙ୍କ ପ୍ରବେଶ ନ ଥିବାରୁ ଲୋକେ ଆପାତତଃ ସୁରକ୍ଷିତ। କାବୁଲ ଏୟାରପୋର୍ଟରେ ଏବେ ପାଖାପାଖି ଅଢେଇ ଲକ୍ଷ ଲୋକଙ୍କ ଭିଡ। ଏମାନେ ଦେଶ ଛାଡ଼ି ଚାଲିଯିବାକୁ ବସିଛନ୍ତି। ହେଲେ ଏଠାରେ ତାଲିବାନୀ ଭୟ ସିନା ନାହିଁ, ହେଲେ ଭୋକ ଉପାସରେ ଦେଶ ଛାଡ଼ିବା ପାଇଁ ଅପେକ୍ଷା କରିଥିବା ଲୋକେ ଭୋକ ଉପାସରେ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି।

ଏଥି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। କାବୁଲ ଏୟାରପୋର୍ଟରେ ଖାଦ୍ୟ ଓ ପାଣି ଦାମ ଆକାଶଛୁଆଁ ହୋଇଛି। ଏଠାରେ ପାଣି ଗୋଟିଏ ବୋତଲ କିଣିବାକୁ ହେଲେ ୪୦ ଡଲାର ଅର୍ଥାତ୍‌ ୩ ହଜାର ଟଙ୍କା ଏବଂ ଗୋଟିଏ ପ୍ଲେଟ ଭାତର କିଣିବାକୁ ହେଲେ ୧୦୦ ଡଲାର ଅର୍ଥାତ୍‌ ୭୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏୟାରପୋର୍ଟରେ ଖାଦ୍ୟ ବା ପାଣି ଯାହା ବି କିଣିଲେ ଆଫାଗାନିସ୍ତା କରେନ୍ସି ନେଉ ନାହାନ୍ତି। କେବଳ ଡଲାର ପେମେଣ୍ଟକୁ ହିଁ ଗ୍ରହଣ କରାଯାଉଛି। ଏପରି ସ୍ଥିତିରେ ଏୟାରପୋର୍ଟରେ ଅଢେଇ ଲକ୍ଷ ଲୋକ କେମିତି ଥିବେ ସହଜେ ଅନୁମେୟ।

ଆଫଗାନିସ୍ତାନରୁ ଆସିଥିବା ଲୋକଙ୍କ କହିବା ଅନୁଯାୟୀ, କାବୁଲରେ ଘରୁ ଏୟାରପୋର୍ଟକୁ ଆସିବା ପାଇଁ ଲୋକଙ୍କୁ ୫ରୁ ୬ ଦିନ ଲାଗିଥିଲା। କାରଣ ସହରରୁ ଏୟାରପୋର୍ଟ ପର୍ଯ୍ୟନ୍ତ ସବୁଆଡେ ତାଲିବାନୀ ପହରା। ତାଲିବାନିଙ୍କ ଗୁଳିଗୁଳା ଶବ୍ଦ ଯେମିତି ଆତଙ୍କ ଖେଳାଇ ଦେଇଛି। ଏପରି ସ୍ଥିତିରେ ଭିଡ ଭିତରେ ପଶି ଏୟାରପୋର୍ଟରେ ପହଞ୍ଚିବା କିଛି ସହଜ କଥା ନୁହେଁ। ଦୁର୍ଦ୍ଦଶା ସେତିକିରେ ବି ସରୁନି। ଏୟାରପୋର୍ଟରେ ପଶିଗଲେ ବି ୫ରୁ ୬ ଦିନ ଲାଗିଯାଉଛି ବିମାନ ଧରିବା ପାଇଁ। କେବଳ ବିସ୍କୁଟରେ ଜୀବନ ବଞ୍ଚାଇବାକୁ ପଡ଼ୁଛି। ସବୁଠାରୁ ଦୁଃଖଦ ଦୃଶ୍ୟ ହେଉଛି, ପିଲାମାନେ ମାତା-ପିତାଙ୍କ ବିନା ଦେଶ ଛାଡୁଥିବା ଦେଖିବାକୁ ମିଳୁଛି। 

ଖାଦ୍ୟାପେୟର ଦରଦାମ ବୃଦ୍ଧି ଯୋଗୁ ଲୋକଙ୍କୁ ଓପାସରେ ଜୀବନ ବିତାଇବାକୁ ପଡ଼ୁଛି। ଖାଦ୍ୟାଭାବରୁ ଅନେକ ଲୋକ ଶରୀର ଦୁର୍ବଳ ହୋଇଗଲାଣି । କେହି କେହ ଅଚେତ ହୋଇ ଯାଉଥିବା ଦେଖିବାକୁ ମିଳିଛି। ତାଲିବାନମାନେ ଲୋକଙ୍କୁ ସହାୟତା କରିବା ବଦଳରେ ଧମକଚମକ ଦେଇ ଭୟଭୀତ କରାଉଛନ୍ତି। ମାରପିଟ୍‌ ବି କରୁଛନ୍ତି। କାବୁଲ ଏୟାରପୋର୍ଟ ବାହାରେ ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

ସୂଚନାଥାଉ କି, ଇତିମଧ୍ୟରେ ୮୨, ୩୦୦ ଲୋକଙ୍କୁ କାବୁଲ୍‌ରୁ ସୁରକ୍ଷିତ ବାହାର କରାଯାଇ ସାରିଲାଣି। କାବୁଲ୍‌ରେ ଥିବା ୬ ହଜାର ଆମେରିକୀଙ୍କ ମଧ୍ୟରୁ ୪ ହଜାର ୫ ଶହ ଲୋକ ଦେଶ ଛାଡି ସାରିଲେଣି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ତାର ଅଭିଯାନ ଶେଷ ନ କଲେ ପରିସ୍ଥିତି ଖରାପ ହେବ ବୋଲି ତାଲିବାନ ଧମକ ଦେଇ ସାରିଲାଣି।