• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହଜ୍‌ଖସ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅବସରରେ ପୂଜାର୍ଚ୍ଚନା କରାଯାଇଛି । କରୋନା କଟକଣା ଯୋଗୁଁ ରଥଯାତ୍ରା ହେଉନଥିବାରୁ କେବଳ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଖୁବ୍ କମ୍ ସଂଖ୍ୟକ ଶ୍ରଦ୍ଧାଳୁ ମନ୍ଦିରକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ତେବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ଦିରକୁ ଆସି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରି ମହାପ୍ରଭୁଙ୍କ ପାଖରେ ସେ ପ୍ରାର୍ଥନା କରିଛନ୍ତି ।

 

ଆମେରିକାର ହ୍ୟୁଷ୍ଟନରେ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା । ଏଠାରେ ଥିବା ଓଡ଼ିଶା କଲ୍‌ଚର ସେଣ୍ଟର ଏହି ରଥଯାତ୍ରାର ଆୟୋଜନ କରିଥିଲା । ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଠାକୁରଙ୍କୁ ରଥାରୁଢ କରାଯାଇଥିଲା । ଆଉ ଏହାପରେ ଘଣ୍ଟ ଘଣ୍ଟା ସହିତ ରଥକୁ ଟାଣି ଥିଲେ ଶ୍ରଦ୍ଧାଳୁ । ଏହି ରଥଯାତ୍ରାରେ ହ୍ୟୁଷ୍ଟନରେ ରହୁଥିବା ଓଡ଼ିଆଙ୍କ ସହ ଅନ୍ୟ ପ୍ରବାସୀ ଭାରତୀୟମାନେ ମଧ୍ୟ ସାମିଲ ହୋଇଥିଲେ ।