• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅଯୋଧ୍ୟା: ପାଖେଇ ଆସୁଛି ଦୀପାବଳୀ । ଉତ୍ସବମୁଖର ହୋଇଉଠିଛି ସାରା ଭାରତ । ରାଜ୍ୟର ବିଭିନ୍ନ ସ୍ଥାନରେ ଦିପାବଳି ନେଇ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।ତେବେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଅଯୋଧ୍ୟାର ସରାୟୁ ନଦୀକୂଳରେ ଆସନ୍ତାକାଲି ୯ ଲକ୍ଷ ମାଟି ଦୀପ ଜଳାଯିବା ନେଇ ଯୋଜନା କରାଯାଇଛି । ପୂର୍ବ ବର୍ଷ ମଧ୍ୟ ଏହି ନଦୀକୂଳରେ ୬ ଲକ୍ଷ ଦୀପ ଜଳାଯାଇଥିଲା । ତେବେ ଏବର୍ଷ ୯ ଲ‍କ୍ଷ ଦୀପ ଜଳାଇ ବିଶ୍ୱ ରେକର୍ଡ କରିବ ଉତ୍ତରପ୍ରଦେଶ ସରକାର ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦ୍ୱାରା ଗତ ପାଞ୍ଚବର୍ଷ ଧରି ଏକ ଦୀପୋତ୍ସଭ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ପ୍ରତିବର୍ଷ ଅଯୋଧ୍ୟାରେ ଆୟୋଜିତ ଏହି ଦୀପୋତ୍ସଭ କାର୍ଯ୍ୟକ୍ରମ ବିଶ୍ୱ ରେକର୍ଡ କରିବାରେ ଲାଗିଛି । ଅଯୋଧ୍ୟା ଜିଲ୍ଲା ମାଜିଷ୍ଟ୍ରେଟ ନୀତୀଶ କୁମାର କହିଛନ୍ତି ଯେ ରାମ କି ପାଏଡି ଘାଟରେ ନଅ ଲକ୍ଷ ଦୀପ ବ୍ୟତୀତ ସହରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଅଯୋଧ୍ୟା ସମେତ ସାରା ବିଶ୍ୱର ଭଲ ଭବିଷ୍ୟତ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କଥା ନୀତୀଶ କୁମାର କହିଛନ୍ତି ।

ପୂର୍ବରୁ ସୁପ୍ରିମକୋର୍ଟ ଦ୍ୱାରା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ଭବ୍ୟ ମନ୍ଦିରର ନିର୍ମାଣ ୨୦୨୪ ଜାତୀୟ ନିର୍ବାଚନ ପୂର୍ବରୁ ଶେଷ ହେବ ବୋଲି ଆଶା କରାଯାଉଛି । ରାଜ୍ୟ ମତଦାନ ନେଇ ବିଜେପିର ଅନେକ କାର୍ଯ୍ୟକ୍ରମ ରାମ ମନ୍ଦିର ଚାରିପାଖରେ ଆୟୋଜିତ ହେବ ବୋଲି ଆଶା କରାଯାଉଛି, ଯାହାର ମୂଳଦୁଆ ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ହୋଇଥିଲା ।

ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଗଠନ ପରେ ଦୀପୋତ୍ସଭ କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜିତ କରାଯାଉଛି । ଚଳିତ ବର୍ଷର ଏହି କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଇଭେଣ୍ଟ ସାଇଟକୁ ନେଇ ଅନେକ ବ୍ୟାରିକେଡ୍ କରାଯାଇଛି । ପ୍ରଶାସନ ପକ୍ଷରୁ ନଦୀର ଉଭୟ ପାର୍ଶ୍ୱରେ କଡା ସୁରକ୍ଷାବଳୟର ବ୍ୟବସ୍ଥା କରାଯାଇଛି ।