• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କରୋନା ମହାମାରୀ ଯୋଗୁଁ ଅଭାବ ଅନଟନରେ ବୁଣାକାର

  • ପ୍ରାୟ ଦେଢ଼ ବର୍ଷ ହେଲା କରୋନା ସବୁ ଉଜାଡ଼ି ଦେଇଛି

  • ଶାଢ଼ୀ ବିକ୍ରି ହୋଇ ପାରୁନାହିଁ

ଆଜି ଜାତୀୟ ହସ୍ତତନ୍ତ ଦିବସ । କହିବାକୁ ଗଲେ ଏହା ବୁଣାକାରଙ୍କ ଦିନ । ରାଜ୍ୟରେ ହଜାର ହଜାର ପରିବାର ଲୁଗା ବୁଣି ଗୁଜୁରାଣ ମେଣ୍ଟାଇଥାନ୍ତି । ବାନ୍ଧ କଳା ଓ ସମ୍ବଲପୁରୀ ଶାଢ଼ୀ ରାଜ୍ଯର ଏକ ସ୍ୱତନ୍ତ୍ର ପରିଚୟ । ଦେଶ ବିଦେଶରେ ଏହି ସମ୍ବଲପୁରୀ ଶାଢ଼ୀର ବହୁତ ଚାହିଦା ରହିଛି । ତେବେ ବର୍ତ୍ତମାନ ସମ୍ବଲପୁରୀ ଶାଢ଼ୀ ବୁଣୁଥିବା ପରିବାରଙ୍କ ଅବସ୍ଥା କହିଲେ ନସରେ ।

ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପେଟୁପାଲିର କିଛି ବୁଣାକାର ପରିବାର ଲୁଗା ବୁଣାରେ ବ୍ୟସ୍ତ । ।କିଏ ସୂତାରେ ବାନ୍ଧ ବାନ୍ଧୁଛି ତ କିଏ ଏଥିରେ ସାହାଯ୍ଯ କରୁଛି । ଚାଲିଛି ବିଭିନ୍ନ କାମ । ଶେଷରେ ବୁଣା ହେଉଛି ଶାଢ଼ୀ । ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ପରିବାରର ସମସ୍ତେ ନିଜ ସାଧ୍ୟମତେ ଲାଗିଛନ୍ତି କାମରେ । ଆଉ ଏତେ ପରିଶ୍ରମ ପରେ ବାନ୍ଧକଳାର ନିଦର୍ଶନ ସମ୍ବଲପୁରୀ ଶାଢ଼ୀ । ହେଲେ ଜାତୀୟ ହସ୍ତତନ୍ତ ଦିବସର କିଛି ମାନେ ନାହିଁ ଏହି ବୁଣାକାରଙ୍କ ପାଖରେ । କାରଣ ହାତ ଚାଲିଲେ ହିଁ ପାଟି ଚାଲେ । ଶାଢ଼ୀ ବୁଣି ବିକ୍ରି କରିବା ପରେ ହିଁ ପେଟକୁ ଦାନା ଯାଏ ।

ପ୍ରାୟ ଦେଢ଼ ବର୍ଷ ହେଲା କରୋନା ସବୁ ଉଜାଡ଼ି ଦେଇଛି । ଶାଢ଼ୀ ବିକ୍ରି ହୋଇ ପାରୁନାହିଁ । କାରଣ ବଜାରକୁ ତ ଯାଇ ହେଉନି । ତା ଛଡ଼ା ବିବାହ, ବ୍ରତ, ଶୁଦ୍ଧି ଉପରେ କଟକଣା ଥିବାରୁ ଲୁଗାର ଚାହିଦା କମିଛି । ବୁଣା ଶାଢ଼ୀ ବିକ୍ରି ହୋଇପାରୁ ନଥିବାରୁ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ବୁଣାକାର । ତା ସହିତ ରଙ୍ଗ, ସୂତା ପରି କଞ୍ଚାମାଲର ଦାମ ଏତେ ବଢ଼ି ଯାଇଛି ଯେ, ଲାଭ ସେତିକି ହେଉନାହିଁ ।

ବୁଣାକାରଙ୍କ ସମସ୍ୟା ସଂପର୍କରେ ଆମେ ବରଗଡ଼ ଜିଲ୍ଲା ବୟନ ଶିଳ୍ପ ଉପନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି । ସେ କହିଛନ୍ତି, ବରଗଡ଼ ଜିଲ୍ଲାରେ ବହୁ କୁଶଳୀ ବୁଣାକାର ରହିଛନ୍ତି । ସେମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ତାକୁ କାର୍ଯ୍ୟକାରୀ କରାଯାଉଛି ।