• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଜବରଦସ୍ତ ଆକ୍ସନ ସହ ଓହ୍ଲାଇଲେ ଖିଲାଡି ଅକ୍ଷୟ

  • ଫିଲ୍ମରେ ଅଜୟ ଦେବଗନ୍ ଓ ରଣବୀର ସିଂହଙ୍କ କ୍ୟାମିଓ

ମୁମ୍ବାଇ: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ସୂର୍ଯ୍ୟବଂଶୀ । ଅକ୍ଷୟ-କ୍ୟାଟ୍ରିନାଙ୍କ ରୋମାନ୍ସ ସହ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଜବରଦସ୍ତ ଆକ୍ସନକୁ ବଡ ପରଦାରେ ଦେଖିପାରିବେ ଦର୍ଶକ । ଅଜୟ-ରଣବୀରଙ୍କ କ୍ୟାମିଓକୁ ବଡ଼ ସ୍କିନ୍‌ରେ ଦେଖିଛନ୍ତି ଦର୍ଶକ । ଫିଲ୍ମଟି ୨୦ ମାସ ପରେ ରିଲିଜ୍ ହୋଇଥିବାରୁ ବେଶ ଉତ୍ସାହିତ ରହିଛନ୍ତି ଦର୍ଶକ । ସେହିପରି କରୋନା ପରେ ସିନେମା ଓ ହଲ୍‌ର ସ୍ଥିତି ଏହି ପିଲ୍ମ ଜରିଆରେ ସୁଧୁରିବା ବୋଲି ଆଶା କରାଯାଉଛି ।

ଫିଲ୍ମରେ ଦମଦାର ଆକ୍ସନ୍ ସାଙ୍ଗକୁ ରହିଛି କ୍ଲାସିକ୍ ଷ୍ଟଣ୍ଟ ଓ ଫୁଲ୍ ଅଫ୍ କମିଡି । ହିନ୍ଦୀ ଦର୍ଶକଙ୍କୁ ଯାହା ଦରକାର ସେ ସବୁ ନେଇ ପୁଣି ଥରେ ବଡ଼ ପରଦା୍କୁ ଫେରିଛନ୍ତି ବଲିଉଡ୍ ଖିଲାଡି ଅକ୍ଷୟ କୁମାର । ରିଲିଜ୍ ହୋଇଛି ଅକିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ସୂଯର୍ୟବଂଶୀ । ଦେଶର ତିନି ହଜାରରୁ ଅଧିକ ଓ ବିଦେଶରେ ୧୩୦୦ ସ୍କିନ୍‌ରେ ରିଲିଜ୍ ହୋଇଛି ଏହି ଫିଲ୍ମ । ମୁମ୍ବାଇରେ କିଛି ସିନେମା ହଲ୍‌ରେ ଭୋର୍ ୬ଟାରୁ ଫିଲ୍ମର ପ୍ରଥମ ଶୋ ବି ଆରମ୍ଭ ହୋଇଯାଇଛି । ଫ୍ୟାନ୍ସଙ୍କ ତରଫରୁ ଜବରଦସ୍ତ ରେସପନ୍ସ ମିଳିଛି ଏହି ଫିଲ୍ମକୁ ।

୧୧ ବର୍ଷ ପରେ ପୁଣି ଥରେ କ୍ୟାଟ୍ରିନା ଓ ଅକ୍ଷୟଙ୍କ ହିଟ୍ ଯୋଡ଼ିକୁ ଦେଖିଛନ୍ତି ଦର୍ଶକ । ସେହିପରି ୨୦୧୨ ରାଉଡି ରାଠୋର ପରେ ୟୁନିଫର୍ମ କ୍ୟାରେରରେ ଅକ୍ଷୟ କୁମାର ଅଭିନୟ କରିଛନ୍ତି । ୧୯୯୩ ମୁମ୍ବାଇ ସିରିଏଲ୍ ବ୍ଲାଷ୍ଟ ପରେ ଲୁଚି ରଖାଯାଇଥିବା କିଛି ବିସ୍ଫୋରକକୁ ଖୋଜିବା, ଆତଙ୍କବାଦୀଙ୍କୁ ନିପାତ କରିବା ତାସହ ପୋଲିସକୁ କର୍ତ୍ତବ୍ୟନିଷ୍ଠ ଅବତାରକୁ ନେଇ ଫିଲ୍ମର କାହାଣୀ ଆଧାରିତ ହୋଇଛି । ଭେଟେରାନ୍ ଭର୍ସଟାଇଲ୍ ଜ୍ୟାକି ସର୍ଫଙ୍କୁ ନେଗେଟିଭ୍ ଅବତାରରେ ଦେଖିବେ ଦର୍ଶକ ।

ସବୁଠୁ ଆକର୍ଷଣୀୟ ରହିଛି ଫିଲ୍ମରେ ଅଜୟ ଦେବଗନ୍ ଓ ରଣବୀର ସିଂହଙ୍କ କ୍ୟାମିଓ । ତିନି ପୋଲିସକୁ ଏକାସଙ୍ଗେ ଗୋଟିଏ ଫ୍ରେମ୍‌ରେ ଦେଖିବାକୁ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରି ରହିଥିଲେ ଫ୍ୟାନ୍ସ । କରୋନା କଟକଣା ଯୋଗୁଁ ୨୦ ମାସ ପରେ ଫିଲ୍ମ ରିଲିଜ୍ ହୋଇଛି । କରୋନା କଟକଣା କୋହଳ ହେବା ପରେ ରିଲିଜ୍ ହେଉଥିବା ସବୁଠୁ ବଡ଼ ଫିଲ୍ମ ହେଉଛି ସୂଯର୍ୟବଂଶୀ ।

 

ଫିଲ୍ମର ନିର୍ଦ୍ଦେଶନା ଆକ୍ସନ୍ ମାଷ୍ଟର ରୋହିତ ସେଟ୍ଟି ଦେଇଛନ୍ତି । ତେଣୁ ଦର୍ଶକ ହାଇଫାଇ ଫାଇଟ୍ ଓ ଗାଡ଼ି ଉଡୁଥିବାର ଦେଖିପାରିବେ । ତାସହ ଫିଲ୍ମର ଗୀତ ରିଲିଜ୍ ହେବା ପରେ ହିଁ ଦର୍ଶକ ଏହାକୁ ବେଶ ପସନ୍ଦ କରିଛନ୍ତି । ଆଶା କରାଯାଉଛି କରୋନା ପରେ କ୍ଷତି ସହିଥିବା ଭାରତୀୟ ସିନେମା ଓ ହଲ୍ ଏହି ଫିଲ୍ମ ପରେ ପୁଣି ଥରେ ଟ୍ରାକ୍‌କୁ ଫେରିବ ।