• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଓସ୍କାର ଦୌଡ଼ରୁ ବାଦ୍ ପଡ଼ିଲା ହିନ୍ଦୀ ଫିଲ୍ମ ସର୍ଦ୍ଦାର ଉଦ୍ଧମ । ଭାରତୀୟ ଜୁରୀ ସର୍ଦ୍ଦାର ଉଦ୍ଧମ ଫିଲ୍ମଙ୍କୁ ଚୟନ ପ୍ରକ୍ରିୟାରୁ ବାଦ୍ ଦେଇଛନ୍ତି । ଆଉ ଏବେ ଏହାକୁ ନେଇ ତେଜିଛି ବିବାଦ । ଫିଲ୍ମରେ ବ୍ରିଟିଶରଙ୍କ ପ୍ରତି ଭାରତୀୟଙ୍କ ହିଂସା ଓ ଘୃଣା ମନୋଭାବ ଦର୍ଶାଯାଇଥିବାରୁ ଏହାକୁ ବାଦ୍ ଦିଆଯାଇଥିବା କହିଛନ୍ତି ଜୁରି ଇଦ୍ରଜିତ ଦାସଗୁପ୍ତା ।

ଜାଲିଆନାଓ୍ବାଗ୍ ପ୍ରସଙ୍ଗକୁ ବେଶ କଠୋର ଭାବେ ଫିଲ୍ମରେ ପ୍ରଦର୍ଶନ ହୋଇଛି । ଭାରତର କିଛି ଲୁକାୟିତ ହିରୋଙ୍କ ସମ୍ପର୍କରେ ଦର୍ଶାଯାଇଛି । ଫିଲ୍ମ ନିର୍ମାଣକାରୀଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଛି । କିନ୍ତୁ ଫିଲ୍ମର ବହୁ ଅଂଶରେ ବ୍ରିଟିଶଙ୍କ ପ୍ରତି ହିଂସାକୁ ଚିତ୍ରଣ କରାଯାଇଥିବାରୁ ଏହାକୁ ଚୟନ କମିଟି ଖାରଜ କରିଥିବାର ସୂଚନା ମିଳିଛି । ତାସହ ଫିଲ୍ମ ବହୁତ ଲମ୍ବା ହୋଇଥିବାରୁ ଲୋକଙ୍କ ପାଖରେ ଆଦୃତ ହୋଇପାରିନି ବୋଲି ସେ ବାରମ୍ବାର ଦୋହରାଇଛନ୍ତି ।

ଓସ୍କାର ରେସ୍‌ରୁ ସର୍ଦ୍ଦାର ଉଦ୍ଧମ୍ ବାଦ୍ ପଡ଼ିବା ପରେ ଏବେ ଏହାକୁ ନେଇ ସୋସିଆଲ୍ ମିଡିଆରେ ପ୍ରବଳ ବିରୋଧ ଦେଖାଦେଇଛି । ଫିଲ୍ମରେ ସର୍ଦ୍ଦାର ଉଦ୍ଧମ ସିଂଙ୍କ କାହାଣୀକୁ ନିଖୁଣ ଭାବେ ପରିବେଷଣ କରିଛନ୍ତି ନିର୍ଦ୍ଦେଶକ ସୁଜିତ ସରକାର । ଜାଲିଓ୍ବାନାବାଗ୍ ଘଟଣା ପରେ ତତ୍କାଳୀନ ପଞ୍ଜାବ ଜିଲ୍ଲାପାଳ ମାଇକେଲ୍ ଡାଏରଙ୍କୁ ଲଣ୍ଡନରେ ହତ୍ୟା କରି ବିରୋଧ ପ୍ରଦର୍ଶନ କରିଥିଲେ । ସର୍ଦ୍ଦାର ଉଦ୍ଧମ ସିଂହ ଫିଲ୍ମ ଆମାଜନ୍ ପ୍ରାଇମ୍‌ରେ ରିଲିଜ୍ ହେବା ପରେ ଢେର ପ୍ରଶଂସା ସାଉଁଟିଛି । କିନ୍ତୁ ଓସ୍କାରରୁ ବାଦ ପଡିବା ପରେ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ପ୍ରତିବର୍ଷ ଓସ୍କାର ପାଇଁ ଭାରତୀୟ ସିନେମା ମଧ୍ୟରୁ କିଛି ଫିଲ୍ମ ମନୋନୀତ ହୋଇଥାଏ । ଏବର୍ଷ ମଧ୍ୟ ବିଦ୍ୟା ବାଲନ ଅଭିନିତ ‘ଶେରନୀ’ ଏବଂ ଭିକ୍କି କୌଶଲ ଅଭିନିତ ଫିଲ୍ମ ‘ସର୍ଦ୍ଦାର ଉଧମ୍‌ ସିଂ’ ଓସ୍କାର ୨୦୨’ ପାଇଁ ମନୋନୀତ ହୋଇଥିଲେ। ଏନେଇ ୨ଟି ଫିଲ୍ମର କଳାକାର ବିଦ୍ୟା ବାଲନ ଓ ବିକି କୌଶଲ ନିଜର ଖୁସି ଜାହିର କରିଥିଲେ । ସେପଟେ ସେମାନଙ୍କ ପ୍ରଶଂସକ ଏବଂ ବଲିଉଡ୍‌ର ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । କିନ୍ତୁ ଓସ୍କାରରୁ ସର୍ଦ୍ଦାର ଉଦ୍ଧମ୍ ବାଦ୍ ପଡ଼ିବା ପରେ ଉଭୟ ବଲିଉଡ ଓ ପ୍ରଶଂସକ ଏନେଇ ବିରୋଧ କରିବାରେ ଲାଗିଛନ୍ତି ।