• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅଭିନୟ କରିବା ଆଗରୁ ପ୍ରଫେସନାଲ୍ ରୋଷେୟା ଥିଲେ ପଙ୍କଜ ତ୍ରପାଠି 

ମୁମ୍ବାଇ: ବହୁ ଚର୍ଚ୍ଚିତ ‘ଶୋ’ କନ୍ ବନେଗା କରୋଡ଼ପତି(କେବିସି)ରେ ଅଭିନେତା ପଙ୍କଜ ତ୍ରିପାଠୀ ନିଜର ବ୍ୟକ୍ତିଗତ ଜୀବନ ବଷୟରେ ଖୁଲାସା କରିଛନ୍ତି । ଏହି ସପ୍ତାହରେ କେବିସି ଶୁକ୍ରବାର ବିଶେଷ ଅଧ୍ୟାୟରେ ଅଭିନେତା ପଙ୍କଜ ତ୍ରିପାଠୀ ଓ ପ୍ରତୀକ ଗାନ୍ଧୀ ଅତିଥି ହୋଇ ଆସିଥିଲେ । କେବିସିର ହଟ୍ ସିଟ୍‌ରେ ପଙ୍କଜ ଓ ପ୍ରତୀକ ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ କେବିସିର ଅଧ୍ୟାୟରେ ଉପସ୍ଥିତ ଥିଲେ । ‘ଶୋ’ ରେ ଜିତିଥିବା ଧନ ରାଶିକୁ ଜନ ହିତକର କାର୍ଯ୍ୟରେ ଲଗାଇବା ପାଇଁ ଦୁଇ ଜଣ ଅଭିନେତା କହିଛନ୍ତି । ନାରୀ ଶିକ୍ଷା ଓ ସେମାନଙ୍କର ସୁରକ୍ଷା କରୁଥିବା ସଂସ୍ଥାକୁ ଏହି ଟଙ୍କା ରାଶି ଦାନ କରିବେ ବୋଲି ଜଣାପଡିଛି ।

ଶୋ’ ରେ ଅମିତାଭ ପଙ୍କଜ ଓ ପ୍ରତୀକଙ୍କ ସହ ବହୁତ ସମୟ ଧରି କଥାବାର୍ତ୍ତା କରିଥିବା ମଧ୍ୟ ଦେଖା ଦେଇଥିଲା । କଥାବାର୍ତ୍ତା ସମୟରେ ଦୁଇ ଅଭିନେତା ନିଜ ଜୀବନ ତଥା କ୍ୟାରିୟର ସହିତ ଜଡିତ ଅନେକ ଗୁଡିଏ ବ୍ୟକ୍ତିଗତ କଥାର ମଧ୍ୟ ଖୁଲାସା କରିଥିଲେ । ତେବେ ପଙ୍କଜ କହିଥିଲେ କି ସେ ଖୁବ ଭଲ ରୋଷେଇ କରିବା ଜାଣନ୍ତି କାରଣ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ସେ ରୋଷେୟା ଭାବରେ ହିଁ କାମ କରୁଥିଲେ । ଅମିତାଭ ବଚ୍ଚନ ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ଏହାପରେ ଅମିତାଭ ପଙ୍କଜଙ୍କୁ ପ୍ରଶ୍ନ କରିଥିଲେ ଯେ କଣ ଆପଣ ଘରେ ରୋଷେଇ କରନ୍ତି । ଏହାର ଜବାବରେ ପଙ୍କଜ କହିଥିଲେ ଯେ ସେ ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ସେ ପ୍ରଫେସନାଲ କୁକ୍ ଥିଲେ । ବିହାରର ପାଟନା ସ୍ଥିତ ଏକ ହୋଟେଲରେ ସେ ରୋଷେୟା ଥିଲେ । ହୋଟେଲରେ ନାଇଟ୍ ଡ୍ୟୁଟି କରିବା ବେଳେ ଦିନ ସମୟରେ ସେ ଥିଏଟରରେ ରହି ଅଭିନୟର ଅଭ୍ୟାସ କରୁଥିଲେ ।

ଏହା ଛଡ଼ା ପଙ୍କଜଙ୍କ ପତ୍ନୀ ମଧ୍ୟ ପଙ୍କଜଙ୍କୁ ନେଇ ଏକ ମଜାଦାର କଥା ସେୟାର କରିଥିଲେ । ପଙ୍କଜଙ୍କ ସ୍ତ୍ରୀ କହିଛନ୍ତି କି ସେ ରୋଷେଇ କରିବା ତାଙ୍କ ସ୍ୱାମୀଙ୍କଠୁ ଶିଖିଛନ୍ତି । ସୂଚନା ଅନୁସାରେ ୱେବ୍ ସିରିଜ୍ ଓ ଓଟିଟି ପ୍ଲାଟ୍ ଫର୍ମରେ ପଙ୍କଜ ବହୁ ପ୍ରସିଦ୍ଧ ଲାଭ କରିଛନ୍ତି । ଏହାଛଡ଼ା ଅନେକ ଫିଲ୍ମ ତଥା ୱେବସିରିଜରେ ପଙ୍କଜ ଚମତ୍କାର ଅଭିନୟ କରିଛନ୍ତି ।