• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚଢ଼ାଉ ବେଳେ ୫ଟି ପ୍ୟାନକାର୍ଡ଼ ପାଇଲେ ଭିଜିଲାନ୍ସ ଅଧିକାରୀ

  • ରାମଚନ୍ଦ୍ରଙ୍କ ଘରୁ ଭିନ୍ନ ଭିନ୍ନ ନମ୍ବର ଥିବା ୫ଟି ପ୍ୟାନ୍ କାର୍ଡ ମିଳିଲା

  • ୫ଟି ପ୍ୟାନ୍ କାର୍ଡରେ ବାପା ନାଁ ମଧ୍ୟ ଭିନ୍ନ ଭିନ୍ନ ଥିବା ଦେଖାଯାଇଛି

  • ୩ଟି ପ୍ୟାନ୍ କାର୍ଡରେ ଜନ୍ମବର୍ଷ ୧୯୭୦ ଥିବା ବେଳେ ଅନ୍ୟ ୨ଟିରେ ଭିନ୍ନ

ନିମାପଡ଼ା : ଜଣଙ୍କ ନାଁରେ ଗୋଟିଏ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟି ପାନ୍ କାର୍ଡ । ପାନ୍ କାର୍ଡରେ ନାଁ ସମାନ ରହିଥିଲେ ମଧ୍ୟ ନମ୍ବର ଅଲଗା ଅଲଗା ରହିଛି । ପୁରୀ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଏଥିସହ ପାନକାର୍ଡରେ ତାଙ୍କର ବାପାଙ୍କ ନାଁ ମଧ୍ୟ ଭିନ୍ନ ରହିଛି । ଏପରିକି ଜନ୍ମ ତାରିଖ ମଧ୍ୟ ଭିନ୍ନ ଭିନ୍ନ ରହିଛି । ରାମଚନ୍ଦ୍ର ଜେନା ଚଞ୍ଚକତା କରି ଏଭଳି ପାନକାର୍ଡ ହାତେଇଥିବା ସୂଚନା ମିଳିଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଭୋରରୁ ଭିଜିଲାନ୍ସ ରେଡ୍ ହୋଇଥିଲା । ତହସିଲଦାରଙ୍କ ଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଜବତ ହୋଇଥିଲା । ପରେ ସରକାରୀ ଘରୁ ମିଳିଥିଲା ୫୦ ହଜାର ଟଙ୍କା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତହସିଲଦାରଙ୍କ ଘରେ ରେଡ୍ ଚାଲିଛି । କଟକ ସିଡିଏ ଘର ଓ କେନ୍ଦ୍ରାପଡା ସ୍ଥିତ ଧାନମଣ୍ଡଳ ବାସଭବନରେ ମଧ୍ୟ ରେଡ୍ ହେଉଛି ।