• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ଲୁହାପଥର ଓ କୋଇଲା କିଣା ନେଇ ୫୬ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ । ନୂଆଦିଲ୍ଲୀରେ ଥିବା PEC ଲିମିଟେଡ୍ ଓ ସୁନ୍ଦରଗଡ଼ରେ ଥିବା ଏକ ଘରୋଇ କମ୍ପାନିରେ ଦୂର୍ନୀତି ଅଭିଯୋଗ ଆସିବା ପରେ ଆକ୍ସନ୍ ମୁଡକୁ ଆସିଛି ସିବିଆଇ । ରାଜଧାନୀ ଦିଲ୍ଲୀ, ଥାଣେ, ଗୌହାଟୀ, ଗାଜିଆବାଦ ସମେତ ୧୧ଟି ସ୍ଥାନରେ ଚଢ଼ାଉ ହୋଇଛି । ଚଳିତ ବର୍ଷ ସୁଦ୍ଧା କମ୍ପାନିରେ ୫୬ କୋଟି ୮୯ ଲକ୍ଷ ୫୨ ହଜାର ୪୧୬ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି ।

ଦିଲ୍ଲୀର PEC ଲିମିଟେଡର ତତ୍କାଳୀନ CMDଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ କମ୍ପାନିର ସିଏମଡିଙ୍କ ସମୟରେ ୫୬ କୋଟିରୁ ଅଧିକ ଲୋକଙ୍କ ଟଙ୍କା ଠକେଇ ହୋଇଛି । କମ୍ପାନିର କିଛି ଉଚ୍ଚପଦସ୍ତ କର୍ମଚାରୀ ଓ ପୂର୍ବତନ କର୍ମଚାରୀଙ୍କୁ ମିଶାଇ ୧୨ ଜଣଙ୍କ ନାଁରେ ବି ମାମଲା ରୁଜୁ ହୋଇଛି ।