• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋରାପୁଟ: ମୋବାଇଲ ଛଡ଼ାଇ ନେବାରୁ ଅଷ୍ଟମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା । ଏପରି ଘଟଣା ଘଟିଛି କୋରାପୁଟ ସହର ଗୌତମ ନଗରରେ । ମୃତକ ହେଲେ ଗୌତମନଗରର ଶ୍ରୀନିବାସ ରାଓଙ୍କ ୧୩ ବର୍ଷ ବୟସର ପୁଅ ବି.ମନୋହର । ଅଷ୍ଟମ ଶ୍ରେଣୀର ମନୋହର କୋରାପୁଟସ୍ଥିତ ଏକ ଘରୋଇ ସ୍କୁଲର ଛାତ୍ର । କରୋନା ଯୋଗୁ ଅନଲାଇନ କ୍ଲାସ ଚାଲୁଛି, ତେଣୁ ମନୋହର ହାତରେ ଅଧକାଂଶ ସମୟ ମୋବାଇଲ ରହୁଥିବାରୁ ପାଠ ନପଢି ଗେମ୍ ଖେଳୁଥିଲା ।

ପରିବାର ଲୋକେ ଯେତେ ବୁଝାଇଲେ ବି ଗେମ୍ ଖେଳରୁ ବାଦ୍‌ ପଡ଼ୁନଥିଲା ମନୋହର । ଗତକାଲି ପରିବାର ଲୋକେ ଏଥିରେ ଅତିଷ୍ଠ ହୋଇ ମନହୋରଠାରୁ ମୋବାଇଲ ଛଡ଼ାଇ ଆଣିଥିଲେ । ଫଳରେ ଅତ୍ୟନ୍ତ କ୍ରୋଧିତ ହୋଇଥିଯାଇଥିଲା ମନୋହର । ସେ ଏକ ରୁମ ଭିତରକୁ ପଶି ଭିତରୁ କବାଟ ବନ୍ଦ କରିଦେଇଥିଲା । ପରେ ବେକରେ ଶାଢ଼ି ବାନ୍ଧି ଫ୍ୟାନରେ ଝୁଲିପଡି ଆତ୍ମହତ୍ୟା କରିଥିଲା । ଏନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ପରିବାର ଲୋକ ଜାଣିବାପରେ ପୁଅକୁ ତୁରନ୍ତ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରିକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ଖବରପାଇ ଟାଉନଥାନା ପୋଲିସ ମେଡିକାଲଠାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଗତ ୩୦ ତାରିଖରେ ମଧ୍ୟ ସମାନ ଧରଣ ଏକ ଘଟଣା ଘଟିଥିଲା କେନ୍ଦୁଝରରେ । ମୋବାଇଲ ଗେମ୍ ପାଇଁ ଜଣେ ଛାତ୍ର ନିଜ ଜୀବନ ହାରିଥିଲେ । କେନ୍ଦୁଝର ଜିଲ୍ଲା ଶାଳପଡ଼ା ଆଦର୍ଶ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିଲେ । ମୃତ ଛାତ୍ର ଘସିପୁରା ଥାନା ଇନ୍ଦୁପୁର ଗାଁର ଚଗୁଲୁ ଜେନାଙ୍କ ପୁଅ ସୌମ୍ୟରଞ୍ଜନ । ସୂଚନା ଅନୁଯାୟୀ, ସୌମ୍ୟରଞ୍ଜନ ବିଦ୍ୟାଳୟରୁ ଫେରିବା ପରେ ମୋବାଇଲ ଧରି ଫ୍ରିଫାୟାର ଗେମ୍ ଖେଳୁଥିଲେ ।

ପୁଅ ଗେମ୍‌ ଖେଳୁଥିବା ଦେଖି ମା’ ବିରକ୍ତି ପ୍ରକାଶ କରିଥିଲେ । ଗେମ୍‌ ଖେଳିବାକୁ ମନା କରିବା ସହିତ ଆସନ୍ତାକାଲିର ବିଷୟ ପଢ଼ିବାକୁ ସୌମ୍ୟକୁ ତାଙ୍କ ମାଆ କହିଥିଲେ । ମା’ ଗାଳି କରିବାରୁ ମ୍ରିୟମାଣ ହୋଇ ସୌମ୍ୟ ଘର ଛାତ ଉପରକୁ ଚାଲି ଯାଇଥିଲେ । ସେଠାରେ ସେ ବେକରେ ଗାମୁଛା ଭିଡ଼ି ଝୁଲି ପଡ଼ିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଛାତ୍ରକୁ ମୃତ ଘୋଷଣା କରିଥିଲେ ।