• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବାରିପଦା: କରୋନା ସହାୟତା ଆଳରେ ଶ୍ରମିକଙ୍କୁ ଶୋଷଣ ଅଭିଯୋଗ। ନିଜକୁ ଶ୍ରମ କର୍ମଚାରୀ କହି ଶ୍ରମିକଙ୍କ ଠାରୁ ଲୁଟି ନେଲେ ହଜାର ହଜାର ଟଙ୍କା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ପଡ଼ିଆବେଡା ଓ ଖଣ୍ଡବନ୍ଧ ପଞ୍ଚାୟତରେ। ଖଣ୍ଡବନ୍ଧ ଓ ନୂଆପଡା ଗ୍ରାମର ଶ୍ରମିକଙ୍କଠୁ ହଜାର ହଜାର ଟଙ୍କା ଲୁଟି ନେଇଛନ୍ତି ଠକ। ଶ୍ରମିକମାନେ ଶନିବାର ଠାକୁରମୁଣ୍ତା ଥାନାରେ ଅଭିଯୋଗ କରିବା ସହ ଥାନାର ଏକ କପି ଜିଲ୍ଲାପାଳଙ୍କୁ ଦେଇଥିଲେ।

ଠକ ମହିଳା ଜଣକ ନିଜକୁ ଜଗାବଳିଆ ସଂସ୍ଥାର ସଭାନେତ୍ରୀ ଓ ସାଙ୍ଗରେ ଆସିଥିବା ଯୁବକଙ୍କୁ ସମ୍ପାଦକ ବୋଲି ପରିଚୟ ଦେଇଥିଲେ। ଶ୍ରମିକଙ୍କୁ ଶ୍ରମିକକାର୍ଡ ଓ ଆଧାରକାର୍ଡ ଧରି ପଡ଼ିଆବେଡା ହାଟକୁ ଡାକିଥିଲେ। ୧୫୦୦ଟଙ୍କାର ଲୋଭ ଦେଖାଇ ପ୍ରତେକଙ୍କ ଠୁ ଲୁଟିନେଲେ ୨୦୦ଟଙ୍କା ନେଇଯାଇଥିଲେ।

ପୋଲିସ ତଦନ୍ତ କରି ଏ ସମ୍ପର୍କରେ ଜଗା କାଳିଆ ଶ୍ରମିକ ସଂଘର ସଭାନେତ୍ରୀ ଶାନ୍ତି ରାଉତଙ୍କୁ ଫୋନ ଯୋଗେ ପଚାରିବାରୁ ସେ ତାଙ୍କ ସଂଘର ସଦସ୍ୟ ହେବାପାଇଁ ୨ ଶହ ଟଙ୍କା ନେଇଥିଲେ ଓ ରସିଦ ମଧ୍ୟ ଦେଇଥିଲେ। ଏହାକୁ ନେଇ ପୋଲିସ ତଦନ୍ତ ଚଳାଇଛି।