• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର: ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ଗିରଫ କରାଯାଇଛି । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣକୁ ଗିରଫ କରିଛି ପୋଲିସ । ଏନେଇ ପ୍ରେସମିଟ୍‌ କରି ଭୁବନେଶ୍ୱର ଡିସିପି ବିସ୍ତୃତ ସୂଚନା ଦେବେ । ତେବେ ପୂର୍ବରୁ ମୃତ୍ୟୁଞ୍ଜୟ ଓ ଦୀନେଶ ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କରିଥିଲେ । ଆତ୍ମସର୍ପଣ କରିବା ପରେ ମୃତ୍ୟୁଞ୍ଜୟ ଓ ଦୀନେଶଙ୍କୁ କମିଶନରେଟ ପୋଲିସ ଭୁବନେଶ୍ୱର ଆଣି ପଚରାଉଚରା କରୁଥିଲା ।  

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁକୁ ଅନେକ ଦିନ ବିତି ଯାଇଥିଲେ ହେୱ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠି ପାରିନାହିଁ । ମନୀଷଙ୍କୁ କିଏ ମାରିଲା, କିପରି ମୃତ୍ୟୁ ହେଲା  ତାହା ଜଣାପଡ଼ୁନି ।  ପ୍ରତିଦିନ ମନୀଷଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ଖିଅ ଯୋଡ଼ି ହୋଇଛି । ଶଙ୍କା-ଆଶଙ୍କା ଭିତରେ ଅନେକ କଥା ସାମ୍ନାକୁ ଆସିଛି ।

ଗତ ଶନିବାର ମନୀଷ, ମୃତ୍ୟୁଞ୍ଜୟ ଏବଂ ଦିନେଶ ସାଉଥ୍‌ ସିଟି ହୋଟେଲ୍‌କୁ ଯାଇଥିଲେ। ତେବେ ସେଠି ବିଲ୍ ପେମେଣ୍ଟକୁ ନେଇ ବଚସା ହୋଇଥି ମନୀଷଙ୍କୁ ସଂପୃକ୍ତ ହୋଟେଲ୍ କର୍ମଚାରୀ ଅଟକ ରଖିଥିଲେ । ଏହାପରେ କିଛି ଲୋକ ମାରପିଟ୍ କରିବା ସହ ଟଙ୍କା ମାଗୁଥିବା ନେଇ ରବିବାର ଭୋରରେ ବାପା ନବୀନ ଦାସଙ୍କୁ ଫୋନ୍ କରି ଜଣାଇଥିଲେ ମନୀଷ ।

ଖବର ପାଇ ଭୋର୍ ୩ଟା ୨୪ରେ ୫ ହଜାର ଓ ୩ଟା ୨୭ରେ ଆଉ ୩ ହଜାର ଟଙ୍କା ପଠାଇଥିଲେ ପରିବାର ଲୋକ । ଆଉ ସେହ ଟଙ୍କାରେ ହୋଟେଲ୍ ବିଲ୍ ପେମେଣ୍ଟ ହୋଇଥିବା ସନ୍ଦେହ କରାଯାଉଛି । ଆଉ ତାର କେଇ ଘଣ୍ଟା ପରେ ପୋଖରୀରୁ ମିଳିଥିଲା ମନୀଷଙ୍କ ମୃତଦେହ ।