• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କମିଶନରେଟ ପୋଲିସ ହାତରେ ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗ୍ । ଗ୍ୟାଙ୍ଗର ୪ ସାଇବର ଠକକୁ ଗିରଫ କଲା ସାଇବର ଥାନା ପୋଲିସ୍‌ । ଗିରଫ ଅଭିଯୁକ୍ତ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଏକାମ୍ର ବିହାରରେ ରହୁଥିଲେ ତୃପ୍ତି ରଂଜନ ପାତ୍ର ଓ ତାଙ୍କ ସ୍ତ୍ରୀ ବନଲତା ସାହୁ ଏବଂ ବଲାଙ୍ଗୀର ଅଂଚଳର ମାନସ ରଂଜନ ସୁନା ଓ ଏୟାରଫିଲ୍ଡ ଥାନା କଣ୍ଟିଲୋ ଗ୍ରାମର ନିହାର ରଞ୍ଜନ ପାଇକରାୟ ।

ଟେଲିଗ୍ରାମ ଜରିଆରେ ସାଧାରଣ ଲୋକଙ୍କୁ ଚୁନା ମାରୁଥିଲେ ଏହି ଗ୍ୟାଙ୍ଗ । ଭୁବନେଶ୍ୱରରେ ବସି ସାରା ବିଶ୍ୱର ଲୋକଙ୍କୁ କରୁଥିଲେ ଠକେଇ । ଇନଭେଷ୍ଟମେଣ୍ଟ କରି ୨୦ ପ୍ରତିଶତ ହାରରେ ଲାଭ ଟଙ୍କା ପାଇବା ନେଇ ଏମାନେ ସାଧାରଣ ଲୋକଙ୍କୁ ଦେଉଥିଲେ ଲୋଭନୀୟ ଅଫର୍ । ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ଲୋକଙ୍କୁ ଚୂନା ଲଗାଇଥିଲେ ଏହି ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗ ।

ସୂଚନା ଅନୁସାରେ ଗତ ୧୧ ତାରିଖରେ ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଅଂଚଳର ଅବଦୁଲ ଆକବର ଖାନ ଠକେଇର ଶିକାର ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ । ପାଖାପାଖି ୧୧ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ । ଅବୁଦଲଙ୍କ ଅଭିଯୋଗକ୍ରମେ ପୋଲିସ୍‌ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ତଦନ୍ତ ବେଳେ ୪୬ଟି ମ୍ୟୁଲ୍ ଆକାଉଣ୍ଟ, ମୁଖ୍ୟ ଅଭିଯୁକ୍ତ ଠାରୁ ଗୋଟିଏ ମୋବାଇଲ ଜବତ ହୋଇଛି। ଆକାଉଣ୍ଟ ନେଣଦେଣ ସମ୍ପର୍କିତ ତଥ୍ୟ ମଧ୍ୟ ଜବତ କରାଯାଇଛି ।