• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୨୪ ଘଣ୍ଟାରେ ୮୧୬ ସଂକ୍ରମିତ ଚିହ୍ନଟ

  • ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୬ ଆକ୍ରାନ୍ତ

ଭୁବନେଶ୍ୱର : ଧୀରେ ଧୀରେ ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୧୬ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୬ ଜଣ ଆକ୍ରାନ୍ତ ଅଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୪୭୫ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୪୧ଜଣ ଅଛନ୍ତି ।  

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩, ବାଲେଶ୍ୱର ଜିଲ୍ଲାରୁ ୪୬, ବରଗଡ଼ ଜିଲ୍ଲାରୁ ୧୩, ଭଦ୍ରକ ଜିଲ୍ଲାରୁ ୯, ବଲାଙ୍ଗିର ଜିଲ୍ଲାରୁ ୩, କଟକ ଜିଲ୍ଲାରୁ ୧୧୬ , ଦେବଗଡ଼ ଜିଲ୍ଲାରୁ ୧୩, ଢେଙ୍କାନାଳ ଜିଲ୍ଲାରୁ ୧୯, ଗଞ୍ଜାମ ଜିଲ୍ଲାରୁ ୯, ଜଗତସିଂହପୁର ଜିଲ୍ଲାରୁ ୩୪, ଯାଜପୁର ଜିଲ୍ଲାରୁ ୩୧, ଝାରସୁଗୁଡ଼ା ଜିଲ୍ଲାରୁ ୧, କଳାହାଣ୍ଡି ଜିଲ୍ଲାରୁ ୪, କନ୍ଧମାଳ ଜିଲ୍ଲାରୁ ୩, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲାରୁ ୧୬, ଖୋର୍ଦ୍ଧା ଜିଲ୍ଲାରୁ ୨୯୧, କୋରାପୁଟ ଜିଲ୍ଲାରୁ ୫, ମାଲକାନଗିରି ଜିଲ୍ଲାରୁ ୪, ନୟୁରଭଞ୍ଜ ଜିଲ୍ଲାରୁ ୨୭, ନୟାଗଡ଼ ଜିଲ୍ଲାରୁ ୧୨, ନୂଆପଡ଼ା ଜିଲ୍ଲାରୁ ୧, ପୁରୀ ଜିଲ୍ଲାରୁ ୨୦, ରାୟଗଡ଼ା ଜିଲ୍ଲାରୁ ୧, ସମ୍ବଲପୁର ଜିଲ୍ଲାରୁ ୧୮, ସୁନ୍ଦରଗଡ଼ ଜିଲ୍ଲାରୁ ୧୬ ଓ ଷ୍ଟେଟ ପୁଲରୁ ୬୨ଜଣ ଚିହ୍ନଟ ହୋଇଛନ୍ତି ।

 

ଆଜି ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ଫଳରେ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୭,୬୯୭କୁ ବୃଦ୍ଧି ପାଇଛି ।  କଟକରୁ ୩୮, ଜଗତସିଂହପୁରରୁ ୯, ଢେଙ୍କାନାଳରୁ ୬ ଓ ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଂଜରୁ ୩ ଜଣ ଲେଖାଏଁ କରୋନାରେ ଜୀବନ ହରାଇଛନ୍ତି । ସେହିପରି ଅନୁଗୁଳ ଓ ନବରଂଗପୁରରୁ ୨ ଲେଖାଏଁ, ଭଦ୍ରକ, କେନ୍ଦୁଝର, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।  

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୪୮୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୭୬୪ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଥିବା ବେଳେ ୯୮୮୮୪ ଜଣ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି । ବର୍ତ୍ତମରନ ସୁଦ୍ଧା ରାଜ୍ୟରେ ୧୭୮୦୭୫୫୭ ନମୁନା ପରୀକ୍ଷଣ ହୋଇଛି ।