• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଜୁଲାଇ ୧୬ରେ ସରୁଛି ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ କଟକଣା ଅବଧି। ତେବେ ଜୁଲାଇ ୧୬ ପରେ କଟକଣାମୁକ୍ତ ହେବ କି ରାଜ୍ୟ ?  ସମ୍ପୂର୍ଣ୍ଣ ଅନ୍‌ଲକ୍‌ ନା କାଟାଗୋରୀ A, B ଫର୍ମୁଲାରେ ଜାରି ରହିବ କଟକଣା ? ଏହା ଉପରେ ସମସ୍ତଙ୍କ ନଜର ରହିିଛି। ବିଶେଷ କରି ସବୁ ଜିଲ୍ଲାରେ ଏଯାଏ ବସ୍ ସେବା ଆରମ୍ଭ ହୋଇନଥିବା ବେଳେ ଜିମ୍, ବିୟୁଟି ପାର୍ଲର, ମଲ୍ ଆଦି ବନ୍ଦ ରହିଛି। 

ସାମଗ୍ରିକ  ଭାବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି କାଟେଗୋରୀ-B ଜିଲ୍ଲାରେ ଆସୁଥିବା କଟକ, ଖୋର୍ଦ୍ଧା ଓ ପୁରୀ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବିଶେଷ କରି ଭୁବନେଶ୍ୱର ଓ କଟକ ମହାନଗରରେ ପଜିଟିଭ୍ ସଂଖ୍ୟା ଆଖିଦୃଶିଆ ଭାବେ କମୁନାହିଁ। ତେଣୁ ଅନ୍‌ଲକ୍‌ ପ୍ରକ୍ରିୟାକୁ ଗଲାବେଳେ ଏହି ୨ ସହର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇପାରେ।

ଅନ୍ୟପକ୍ଷରେ, ଜୁଲାଇ ୧୫ ପରେ ବି ସାରା ରାଜ୍ୟରେ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସମ୍ଭାବନା ରହିଛି। ସେହିପରି ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସଭାସମିତିକୁ ଏବେ ଅନୁମତି ଦିଆଯାଇ ନପାରେ। ତେବେ ମଲ୍, ପାର୍ଲର, ସ୍ପା, ସାଲୁନ୍, ଜିମ୍, ସୁଇମିଂ ପୁଲ୍ ଓ ସବୁ ଜିଲ୍ଲାରେ ବସ୍ ଚଳାଚଳକୁ ଗାଇଡ୍‌ଲାଇନ୍‌ ସହ ଖୋଲିବାକୁ ଅନୁମତି ମିଳିପାରେ। 

ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ତୃତୀୟ ଲହର ଆସୁ କି ନ ଆସୁ ସର୍ଭେଲାନ୍ସ ଓ ଟିକାକରଣ ଜାରି ରହିବ। କଟକ, ଭୁବନେଶ୍ୱର, ବାଲେଶ୍ୱର, ମୟୂରଭଞ୍ଜରେ ସଂକ୍ରମଣ ଅଧିକ ରହୁଛି। କଟକ, ଭୁବନେଶ୍ୱରରେ କିଭଳି ସଂକ୍ରମଣ କମିବ, ସେନେଇ ପଦକ୍ଷେପ ନିଆଯାଉଛି।ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। କିନ୍ତୁ ନଜର ରଖାଯାଇଛି। ମହାମାରୀରେ ଏମିତି ୱେଭ୍‌ ଆସେ, ତେବେ ମ୍ୟୁଟେସନ ଯୋଗୁ ସଂକ୍ରମଣ ନ କମି ବଢ଼ୁଛି। ସରକାରଙ୍କୁ ତଥ୍ୟ ଦିଆଯାଉଛି, ସରକାର ଯଥା ସମୟରେ ପଦକ୍ଷେପ ନେବେ।

ଗତକାଲି ୧,୯୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯କୁ ବୃଦ୍ଧିକୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୯୨ ଜଣ ଚିହ୍ନଟ ହୋଇଛନ୍ତି ଓ ଲୋକାଲ କେସ୍ ୮୮୨ ରହିଛି ।