• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅକ୍ଟୋବର ଆରମ୍ଭରୁ ପୁଣି ବଢ଼ିଲା ପିଆଜ ଦର

  • ମହଙ୍ଗା ମାଡ଼କୁ ନେଇ ଖାଉଟି ହିନସ୍ତା

ଭୁବନନେଶ୍ୱର : ପୁଣି ବଢ଼ିଲା ପିଆଜ ଦର । ଅକ୍ଟୋବର ଆରମ୍ଭରୁ ତଥା ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ପୁଣି ବଢ଼ିଲା ପିଆଜ ଦର । ତୈଳ ଦର ପରେ କନ୍ଦାଇଲା ପିଆଜ । ଗତ ୨ ଦିନ ଭିତରେ ପିଆଜ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି ପାଇଛି । ମହଙ୍ଗା ମାଡ଼କୁ ନେଇ ଖାଉଟି ହିନସ୍ତା ହେଉଛନ୍ତି । ଏମିତି ତ ଦର ବୃଦ୍ଧି ହେଲେ ସାଧାରଣ ଲୋକଙ୍କ ପରିବା ଡାଲାରୁ ହଜିଯିବ ପିଆଜ । 

ଚଳିତ ସପ୍ତାହର ଆରମ୍ଭରେ ପିଆଜ କିଲୋ ୩୫ ଟଙ୍କା ଥିବାବେଳେ ଆଜି ସକାଳେ ଭୁବନେଶ୍ୱରରେ ୪୫ରୁ ୫୦ ଟଙ୍କାରେ ପହଞ୍ଚିଛି । ବାହାର ରାଜ୍ୟରୁ ପିଆଜ କମ୍ ଆସୁଥିବାରୁ ଦର ବୃଦ୍ଧି ପାଉଥିବା କୁହାଯାଇଛି । ଲଗାଣ ବର୍ଷା ଫଳରେ ନାସିକର ଗୋଦାମ ଗୁଡ଼ିକ କ୍ଷତିଗ୍ରସ୍ତ ହେବାରୁ ପିଆଜ ନଷ୍ଟ ହୋଇଯାଇଛି । ଆଉ ଏଥିଯୋଗୁଁ ଦର ବୃଦ୍ଧି ପାଉଛି ।

ସପ୍ତାହକ ମଧ୍ୟରେ ନାସିକରେ ପିଆଜ କ୍ୱିଣ୍ଟାଲ ଉପରେ ୨୪୦୦ ଟଙ୍କା ବୃଦ୍ଧି ପାଇଛି । ତିନିଦିନ ତଳେ ନାସିକରେ ପିଆଜ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୪୦ରୁ ୪୫ ଟଙ୍କା ହୋଇଛି । ତାହାର ସିଧାସଳଖ ପ୍ରଭାବ ଓଡ଼ିଶାର ବଜାର ଉପରେ ପଡ଼ିଛି ବୋଲି ବ୍ୟବସାୟୀମାନେ କହିଛନ୍ତି ।

କେବଳ ସାଧାରଣ ଜନତା ନୁହେଁ ବ୍ୟବସାୟୀ ମଧ୍ୟ ଅଚାନକ୍ ପିଆଜ ଦର ବୃଦ୍ଧି ପାଇଁ ଅସନ୍ତୋଷ ଜାହିର କରିଛନ୍ତି । ସେପଟେ ଯୋଗାଣ ବିଭାଗ ମନ୍ତ୍ରୀ ଓ ସରକାର ଏ ଦିଗରେ ଚିନ୍ତା କଲେ ବଜାର ଦର ଠିକ୍ ରହିବ ଓ ନାସିକ୍ ଉପରେ ନିର୍ଭର କରିବାକୁ ପଡ଼ିବନି ବୋଲି ମତପ୍ରକାଶ ପାଇଛି ।