ଏ ଝିଅର ନିଷ୍ଠାକୁ ମାନିବାକୁ ପଡିବ । ବାପାମାଆ ଦୁଇ ଜଣଯାକ ଜଣକ ପରେ ଜଣେ ଚାଲିଗଲେ । ଘରେ ଆଉ କେହି ନଥିଲେ । ପ୍ରଶାସନ ଝିଅଟିକୁ ଆଣି ଗୋଟିଏ ଶିକ୍ଷାଶ୍ରମରେ ରଖି ପାଠ ପଢାଇଲା । ଏ ବର୍ଷ ଦଶମ ପାସ୍ କଲା । ହେଲେ ତା ପରେ ସମସ୍ତଙ୍କୁ ଚମକାଇଦେଲା, ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହେବାର ଲକ୍ଷ୍ୟ ରଖିଛି ଶର୍ମିଷ୍ଠା।