ଅନ୍ଧ କରିଦେଲା ପୁତ୍ର ମୋହ। ପର ହୋଇଗଲା ନିଜ କଅଁଳ ଶିଶୁକନ୍ୟା। ସେହି କନ୍ୟାକୁ ଛାଡ଼ି ଶେଷରେ ଅନ୍ୟର ଶିଶୁପୁତ୍ରକୁ ମେଡ଼ିକାଲରୁ ନେଇଗଲେ ଦମ୍ପତ୍ତି। ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଏବଂ ପ୍ରତ୍ୟେକ ବାପା, ମା’ଙ୍କୁ ଭୟଭୀତ କଲା ଭଳି ଚାଞ୍ଚଲ୍ୟକର ଘଟଣା, ଆଜି ବାଲେଶ୍ବରରେ ଦୋହଲାଇ ଦେଇଛି। ତା’ସହ ମେଡ଼ିକାଲ୍ ପରିସରରେ ଢ଼ିଲା ସୁରକ୍ଷା ବ୍ୟବସ୍ଥାର ପୋଲ୍ ଖୋଲିଥିବାବେଳେ ଘଟଣାରେ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ।
ଏପ୍ରିଲ ଆରମ୍ଭରେ ତାପମାତ୍ରା ୪୩ ଡେଇଁଛି। ଆଜି ରାଜଧାନୀରେ ପାରଦ ୪୩.୫ ଡିଗ୍ରୀ ରହିଥିଲା। ସେହିପରି ୯ଟି ସ୍ଥାନରେ ୪୨ ଉପରେ ତାପମାତ୍ରା ରେକର୍ଡ ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହ ବଢିଛି ଅଂଶୁଘାତ ଆଶଙ୍କା। ସେପଟେ ଆସନ୍ତାକାଲି ଯାଏଁ ୧୪ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଦିନକୁ ଦିନ ଯାଜପୁର ଜିଲ୍ଲାର କୋରେଇ ବିଧାନସଭା ଆସନରେ ରୋଚକ ହେଉଛି ରାଜନୀତି। ଗୋଟିଏ ପଟେ ବିଜେପି ଯୋଦ୍ଧା ଘୋଷଣା କରି ସାରିଥିବାବେଳେ ବିଜେଡି ପ୍ରାର୍ଥୀ ଘୋଷଣା ଝୁଲାଇ ରଖିଛି ତ କଂଗ୍ରେସ କସରତରେ ଅଟକିଛି। ତେବେ ୟା ଭିତରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ଘଡ଼େଇ ବନାମ ଦାସ ପରିବାରର ଲିଗାସି ୱାର।
ବାଲେଶ୍ବର ଲୋକସଭା ଓ ବାକି ଥିବା ୩୯ ବିଧାନସଭାରେ କାହାକୁ ପ୍ରାର୍ଥୀ କରିବ ସେ ନେଇ ଅକଳରେ ବିଜେଡି। ସବୁଠୁ ବେଶି ଅଛିଣ୍ଡା ଅଙ୍କ ଭୁବନେଶ୍ବର ମଧ୍ୟ, ଜଗତସିଂହପୁରର ପାରାଦୀପ ଏବଂ ଏରସମା-ବାଲିକୁଦାରେ। କାହା ଟିକେଟ କାଟିବେ କାହାକୁ ରଖିବେ ସେ ନେଇ ହାଇପର ଟେନସନରେ ସୁପ୍ରିମୋ।
୫ ପୁଅ ଝିଅ ଥାଇ ବି ବୃଦ୍ଧ ବାପା ମାଆଙ୍କୁ ପଚାରୁନାହାନ୍ତି। ଖାଲି ସେତିକି ନୁହେଁ, ମାଡ଼ ମାରିବାକୁ ବି ପଛାଉ ନାହାନ୍ତି। ପୁଅ ମାଡ଼ ଭୟରେ ମେଡିକାଲରେ ଦିନ କାଟୁଛନ୍ତି ବୃଦ୍ଧ ବାପା ମାଆ।
ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଆଡମିଟ କାର୍ଡ ନେଉଥିବା ବେଳେ ସ୍କୁଲର ଶିକ୍ଷକ ପିଲାଙ୍କୁ ଟଙ୍କା ମାଗିବା କଥା ଭିଡିଓରେ କଏଦ ହୋଇଥିବା କୁହାଯାଉଛି । ତେବେ ଟଙ୍କା କଣ ପାଇଁ ମଗା ଯାଇଛି ପିଲାମାନେ ଜାଣିନଥିବା ବେଳେ, ୧୦୦ ଟଙ୍କା ଦେଇ ସେମାନେ ଆଡମିଟ କାର୍ଡ ନେଇଥିବା କହିଛନ୍ତି ।
କୋରାପୁଟ ଜିଲ୍ଲାରେ ମାଣ୍ଡିଆ ସଂଗ୍ରହ ନେଇ କୃଷି ବିଭାଗ ବିବାଦ ଘେରରେ ରହିଛି। କାରଣ ଜାନୁୟାରୀ ମାସରୁ ମଣ୍ଡି ଆରମ୍ଭ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏ ଟାର୍ଗେଟର ୫୦ ପ୍ରତିଶତ ମଧ୍ୟ ସଂଗ୍ରହ ହୋଇ ପାରିନାହିଁ।
ଖରା ବଢିବା ସହିତ ଗଛରେ ପାଚିବା ଆରମ୍ଭ କରିଛି ଚାହାଁର କୋଳି(ଚାର)। କୋଳିର ମିଠା ପଣରେ ମତୁଆଲା ଲୋକେ। କିଏ ଚାର ସଂଗ୍ରହ କରିବାରେ ବ୍ୟସ୍ତ ତ କିଏ ସଂଗ୍ରହ କରି ଦାଣ୍ଡ ଦୁଆରେ ଶୁଖାଉଛି। ଚାର ମଞ୍ଜିର ଚାହିଦା କାହିଁରେ କେତେ, କିନ୍ତୁ ତାହାର ବଜାର ମୂଲ୍ୟ ବେଶୀ ନଥିବାରୁ ଅଭାବୀ ବିକ୍ରି ର ଶିକାର ହେଉଛନ୍ତି ସଂଗ୍ରହକାରୀ।
ରାଜଧାନୀରେ ବିଜେଡି କଳି ନେଲା ଉଗ୍ର ରୂପ। ଭୁବନେଶ୍ୱର ଏକାମ୍ର ଓ ଉତ୍ତର ନିର୍ବାଚନ ମଣ୍ଡଳୀ ଟିକେଟ ଘୋଷଣା ହୋଇଥିଲେ ବି ପ୍ରବଳ ବିଦ୍ରୋହ ପାଇଁ ଲଟକି ରହିଛି ମଧ୍ୟ ନିର୍ବାଚନ ମଣ୍ଡଳୀ। ଏକାମ୍ରରେ ବି ପ୍ରବଳ ଅସନ୍ତୋଷ। ବିଦ୍ରୋହୀ ସ୍ବାଧୀନ ଭାବେ ଲଢ଼ିବାକୁ ଘୋଷଣା କଲେଣି। ଏଭଳି ସ୍ଥଳେ ରାଜଧାନୀ ଭୋଟ ବ୍ୟାଙ୍କ୍କୁ ଦଳ କେମିତି ବଞ୍ଚାଇବ ତାକୁ ନେଇ ଚିନ୍ତାରେ ଦଳପତି।
ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ଇସ୍ତଫାର ଲମ୍ବା ଲାଇନ୍। ଶୀର୍ଷ ନେତୃତ୍ବଙ୍କ ଆଶ୍ବାସନାକୁ ଭରସାକୁ ନେଇପାରୁନାହାନ୍ତି ଅଧିକାଂଶ ନେତା। ସିଟିଂ ଏମ୍ଏଲ୍ଏ ପର୍ଶୁରାମ ଧଡ଼ାଙ୍କଠାରୁ ଆରମ୍ଭ କରି ଉପକୂଳରୁ ଉପାନ୍ତ ଯାଏଁ ସବୁଠି ଆଶାୟୀମାନେ ଦଳ ଛାଡୁଛନ୍ତି। ସେପଟେ ବିଜେଡି କହିଛି, ଏଥର ବିଦ୍ରୋହ ଅଧିକ ଅଛି, କିନ୍ତୁ ଦଳ ମ୍ୟାନେଜ୍ କରିନେବ।
ପଲିଟିକାଲ୍ ମୈଦାନରେ ଏଥର ବି ହେବ ରୋଚକ ଲଢ଼େଇ। ଓଡ଼ିଶା ଦେଖିବ ଫ୍ୟାମିଲି ଫାଇଟ୍। କେଉଁଠି ସାନ ଭାଇ ବନାମ୍ ବଡ଼ଭାଇ ମଧ୍ୟରେ ବଳ କଷାକଷି ତ ଆଉ କେଉଁଠି ଖୁଡ଼ୀ-ପୁତୁରାଙ୍କ ମଧ୍ୟରେ ହେବ କାଣ୍ଟେ କା ଟକ୍କର୍। ଏହି କ୍ରମରେ ଆଜି ଆସନ୍ତୁ ଦେଖିବା ହାଇଭୋଲଟେଜ୍ ଫ୍ୟାମିଲି ଟକ୍କରକୁ ନେଇ ଚିକିଟି ଏବଂ ନବରଙ୍ଗପୁରରୁ ଏକ ରିପୋର୍ଟ।
ଏପଟେ ହାତ ଦଳରେ ଅତଡ଼ା ଧସିବା ସ୍ଥିତି। ପ୍ରତିଦିନ ଦଳକୁ ବାଏ ବାଏ କରି ଚାଲିଛନ୍ତି ଜଣଙ୍କ ପରେ ଜଣେ ହେଭିୱେଟ୍। 24 ମହାଲଢ଼େଇ ସଜବାଜ ଭିତରେ ଡଜନେରୁ ଅଧିକ ନେତା ହାତ ଛାଡ଼ି ଅନ୍ୟ ଦଳକୁ ଡେଇଁଲେଣି। ଆଉ ଏପଟେ ବିଳମ୍ବରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରଠୁ ତ ଅସମ୍ଭାଳ ସ୍ଥିତି। କେଉଁଠି ବିଦ୍ରୋହ ତ କେଉଁଠି ଅସନ୍ତୁଷ୍ଟଙ୍କ ମେଳି ଦଳର ଟେନସନ୍ ବଢ଼େଇ ଦେଇଛି।
ନିଇତି ନୂଆ ସର୍ବକାଳୀନ ରେକର୍ଡ ଛୁଉଁଛି ସୁନା ଦର। ୪ ଦିନରେ ମହଙ୍ଗା ହେଲାଣି ୨ ହଜାର ଟଙ୍କା। ୭୦ ହଜାର ୬୦୦ ଟଙ୍କା ଟପିଲାଣି ଖାଣ୍ଟି ସୁନା । ୨୨ କ୍ୟାରେଟ୍ ବି ୬୪ ହଜାର ୭୫୦ ଟଙ୍କାରେ ପହଞ୍ଚିଗଲାଣି। ଆଗକୁ ଦର ଆହୁରି ବଢ଼ିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ। ଏମିତି ସ୍ଥିତିରେ ବିବାହ, ପର୍ବପର୍ବାଣୀ ପାଇଁ ବି ସୁନା କିଣିବାକୁ ଡରିଲେଣି ଗ୍ରାହକ।
ନିର୍ମାଣ ଶ୍ରମିକରୁ ସଙ୍ଗୀତ ନିର୍ଦ୍ଦେଶକ । ସ୍କୁଲ ବେଳେ ଶ୍ରମିକ, କଲେଜ ବେଳେ ରାଜମିସ୍ତ୍ରୀ । ହେଲେ ଜୀବନରେ ଜଣେ କଳାକାର ହେବାର ଜିଦ୍ ପାଇଁ ଏହି ଯୁବକ ଏବେ ଚର୍ଚ୍ଚାରେ ।
ପ୍ରଶାସନର ବ୍ୟାପକ ସଚେତନତା ସତ୍ତ୍ୱେ ବନ୍ଦ ହେଲାନି ବଳି ପରମ୍ପରା । ପୋଢ଼ମରା ଯାତ୍ରାରେ ବନ୍ଦ ହେଲାନି ବଳି ପ୍ରଥା ।
ପାଣି ପାଇଁ ହାହା କାର...ସ୍ୱାଧିନତାର ୭୪ ବର୍ଷ ପରେ ବି ବିଶୁଦ୍ଧ ପାଣି ଟୋପେ ପାଉନାହାଁନ୍ତି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଭାଲୁବସା ପଞ୍ଚାୟତର ରଖାସାହି ଓ ଧଳାଡିହି ଗ୍ରାମବାସୀ ।
ନେତାଙ୍କୁ ନେହୁରା ହେଲେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ, ହେଲେ କେହି ଶୁଣିଲେନି ।
ସହର ଭିତରେ ଲାଗିଛି ମାଳମାଳ ସରକାରୀ ବିଜ୍ଞାପନ । ଆଦର୍ଶ ଆଚରଣ ଵିଧି କେବେଠୁ ଲାଗିସାରିଲାଣି । ତଥାପି ଶୋଇ ରହିଛି ସ୍ଥାନୀୟ ପ୍ରଶାସନ । ମୟୂରଭଞ୍ଜ କପ୍ତିପଦାରେ ଦେଖିବାକୁ ମିଳିଛି ଏ ଦୃଶ୍ୟ ।
ଆଜି ୫ ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଟକ୍କର ଦେବେ ଭୃଗୁ ବକ୍ସିପାତ୍ର।
ଲଗାତର ଷଷ୍ଠ ଥର ପାଇଁ ବିଜେଡି ଦଖଲରେ ପୁରୀ ଆସନ ଥିବା ବେଳେ ଲଗାତର ତୃତୀୟ ଥର ପାଇଁ ସାଂସଦ ଅଛନ୍ତି ପିନାକୀ ମିଶ୍ର ।
ବିଜେଡି ଛାଡ଼ିଲେ ପର୍ଶୁରାମ ଧଡ଼ା । ଟିକେଟ ନ ଦେବାରୁ ଦେଲେ ଇସ୍ତଫା।
ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଆଉ ୨୭ ବିଧାନସଭା ଓ ୫ ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି।
ବିଜେଡିରେ ଯୋଗଦେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ନିକଟରେ ବିଜେପି ଛାଡିଥିଲେ ପ୍ରକାଶ। ସାଲେପୁର ପାଇଁ କୌଣସି ଦଳ ଘୋଷଣା କରିନାହାନ୍ତି ପ୍ରାର୍ଥୀ।
ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ । କ୍ରମାଗତ ଭାବେ କେଜରିୱାଲଙ୍କ ଓଜନ ହ୍ରାସ ପାଉଥିବା ଜଣାପଡ଼ୁଛି । ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗିରଫ ହେବା ପରଠାରୁ କେଜରିୱାଲଙ୍କ ଓଜନ ପାଖାପାଖି ୪ କେଜି ହ୍ରାସ ପାଇଗଲାଣି ବୋଲି କୁହାଯାଉଛି ।
ତାଇବାନରେ ଅନୁଭୂତ ଭୂକଂପର କେନ୍ଦ୍ରସ୍ଥଳ ଥିଲା ହୁଆଲିଆନ ସହରର ଦକ୍ଷିଣ ପଟୁ ୧୮ କିଲୋମିଟର ଦୂରରେ । ଏହା ପୂର୍ବରୁ ୧୯୯୯ ସେପ୍ଟେମ୍ବର ମାସରେ ତାଇୱାନରେ ହୋଇଥିବା ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୭.୬ । ସେତେବେଳେ ୨ ହଜାର ୪ ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ହଜାର ବିଲଡିଂ ଭୁଶୁଡି ପଡିଥିଲା ।