ମୁହାଁମୁହିଁ ହେଲେ ଜୟପୁର ରାଜ ପରିବାରର ଦୁଇ ବୋହୂ

ବିଶାଖାପାଟଣା  : ବିଶାଖାପାଟଣା ରାମକୃଷ୍ଣ ସମୁଦ୍ର କୂଳର ଐତିହାସିକ ହାୱା ମହଲ। ଲିପିବଦ୍ଧ ହୋଇଛି ରାଜତନ୍ତ୍ରର ସ୍ୱର୍ଣ୍ଣାକ୍ଷର। ହେଲେ ଏହି ପ୍ରାଚୀନ କୀର୍ତ୍ତିରାଜି ଏବେ ଛନ୍ଦି ହୋଇଯାଇଛି ପାରିବାରିକ ବିବାଦ ଭିତରେ। ମାଲିକାନାସତ୍ତ୍ୱକୁ ନେଇ ଜୟପୁରର ତତ୍କାଳୀନ ମହାରାଜା ବିକ୍ରମ ଦେବଙ୍କ ଦୁଇ ପୁତ୍ରବଧୂଙ୍କ ମଧ୍ୟରେ ଲାଗିରହିଛି ଟଣା ଓଟରା।

୧୯୧୭ ମସିହା। ଖରା ଛୁଟି କଟାଇବା ପାଇଁ ପରିବାର ସଦସ୍ୟଙ୍କ ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରିଥିଲେ ତତ୍କାଳୀନ ଜୟପୁର ମହାରାଜା ରାମଚନ୍ଦ୍ର ଦେବ। ସମୟକ୍ରମେ ତାଙ୍କ ପୁଅ ତଥା ବିକ୍ରମଦେବ ନିଜ ଦୁଇ ପୁଅ ଶକ୍ତିବିକ୍ରମ ଦେବ ଓ ବିଭୁତି ଭୂଷଣ ଦେବଙ୍କ ନାଁରେ କରାଇଦେଇଥିଲେ। କିନ୍ତୁ ୧୯୯୭ରେ ବିଭୁତି ଭୂଷଣଙ୍କ ମୃତ୍ୟୁ ପରେ ଉଠିଛି ବିବାଦ।

ଅଭିଯୋଗ ଅନୁଯାୟୀ, ବଡ଼ପୁଅ ଶକ୍ତି ବିକ୍ରମଙ୍କ ପତ୍ନୀ ମାୟାଙ୍କା କୁମାରୀ ଦେବୀ ହାୱାମହଲ ଉପରେ ମାଲିକାନା ଜାହିର କରିଛନ୍ତି। ଏପରିକି ରାଜବଂଶର କୌଣସି ସଦସ୍ୟଙ୍କୁ ପ୍ରବେଶ ଅନୁମତି ବି ଦେଉନାହାଁନ୍ତି। ଏହି ବିବାଦ ଏବେ ତୀବ୍ର ରୂପ ଧାରଣ କରିବା ପରେ ଗଣମାଧ୍ୟମ ଅାଗରେ ମୁହଁ ଖୋଲିଛନ୍ତି ବର୍ତ୍ତମାନର ମହାରାଜା ତଥା ସ୍ୱର୍ଗତ ବିଭୁତି ଭୂଷଣଙ୍କ ପୁଅ।

୨୦୧୩ରେ ଜୟପୁର ରାଜବଂଶ ତଥା ବିଭୁତି ଭୂଷଣଙ୍କ ଏକମାତ୍ର ପୁଅ ବିଶ୍ୱେଶ୍ୱର ଚନ୍ଦ୍ରଚୂଡ଼ ଦେଓଙ୍କୁ ଜୟପୁର ମହାରାଜା ଭାବେ ଅଭିଷିକ୍ତ କରାଯାଇଥିଲା। କିନ୍ତୁ ରାଜବଂଶରେ ଅାଉ କୌଣସି ପୁରୁଷଦାୟାଦ ନାହାଁନ୍ତି ବୋଲି ଦାବି କରିଛନ୍ତି ବିକ୍ରମ ଦେବଙ୍କ ବଡ଼ବୋହୂ ମାୟାଙ୍କା କୁମାରୀ ଦେବୀ। ଏହି ହାୱାମହଲକୁ ବିଭୁତି ଭୂଷଣ ବିକ୍ରି କରିଦେଇଥିବା କହିଛନ୍ତି ସେ। ତାସହ ତାଙ୍କର ଏକମାତ୍ର କନ୍ୟା ସନ୍ତାନ ଥିବାବେଳେ ତାଙ୍କ ଝିଅ ହିଁ କେବଳ ଏକମାତ୍ର ରାଜକୁମାରୀ ଏବଂ ସେ ନିଜକୁ ରାଜମାତା ବୋଲି ଦାବି କରିଛନ୍ତି।

ଗତ ୨୦ ବର୍ଷ ଧରି ସେ ହାୱାମହଲର ଦେଖାଶୁଣା କରୁଛନ୍ତି। ତେଣୁ ଏହା ଉପରେ କାହାର କର୍ତ୍ତୃତ୍ୱ ନାହିଁ ବୋଲି ବିଶାଖାପାଟଣାରେ ପାଲଟା ପ୍ରେସମିଟ୍ କରି ଦାବି କରିଛନ୍ତି। ଶହେ ବର୍ଷ ତଳର ଏହି ହାୱାମହଲରେ ରହିଛି ୧୯ଟି କୋଠରୀ, ଗୋଟିଏ ବଡ଼ ଡ଼୍ୟାନ୍ସ ଫ୍ଲୋର୍। ୧୯୬୧ରେ ବିଶାଖାପାଟଣା ଅାସିଥିବାବେଳେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଏହି ମହଲରେ କିଛିଦିନ କଟାଇଥିଲେ। ଏହି ହାୱାମହଲରେ ରହିଛି ବହୁ ପ୍ରାଚୀନ ଯୁଗର ଅାକର୍ଷଣୀୟ କାଠ ସରଞ୍ଜାମ ଏବଂ ଅାସବାବପତ୍ର।

 

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like