ରାଜ୍ୟର ଏକାଧିକ ସ୍ଥାନରେ ଭିଜିଲାନ୍ସ ରେଡ୍: ଜାଣନ୍ତୁ କେଉଁ ଅଧିକାରୀଙ୍କ ଘରେ ହେଲା ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ। କଳାହାଣ୍ଡି ଧର୍ମଗଡ଼ରେ ପଞ୍ଚାୟତ ପିଇଓଙ୍କ ଘରେ ଭିଜିଲାନ୍ସ ଯାଞ୍ଚ ହୋଇଛି। ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଯାଞ୍ଚ ହୋଇଥିବା ଜଣାପଡ଼ିଛି। ପିଇଓ ବାଲେଶ୍ୱର ନାଏକଙ୍କ ଭବାନୀପାଟଣା, ଭେଲାଗାଁ ଘର ଓ ପଞ୍ଚାୟତ ଅଫିସ୍ରେ ରେଡ୍ କରାଯାଇଛି।

 

ସେପଟେ ଭିଜିଲାନ୍ସ ଜାଲରେ ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଅଧିକାରୀ ପାଣ୍ଡବ ନନ୍ଦଙ୍କ ଘରେ ଭିଡିଲାନ୍ସ ଚଢ଼ଉ ହୋଇଛି। ଭିଜିଲାନ୍ସ ଟିମ୍ ଏକକାଳୀନ କଲଙ୍ଗାରେ ଥିବା ବାସଭବନ ଓ ଅଫିସରେ ଚଢ଼ଉ କରିଛି। ତାଲପାଲି ପଞ୍ଚାୟତରେ ନିଯୁକ୍ତ ଥିବା ପାଣ୍ଡବ, ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ମିଳିବା ପରେ ଭିଜିଲାନ୍ସ ଟିମ୍ ଆଜି ଚଢ଼ଉ କରିଛି। ଏବେ ତାଙ୍କର ବିଭିନ୍ନ କାଗଜପତ୍ର, ଘର, ଜମିବାଡ଼ି ଭେଲୁଏୟନ କରାଯାଉଥିବା ନେଇ ସୂଚନା ମିଳିଛି।

ସେପଟେ ବୌଦ୍ଧରେ ବି ହୋଇଛି ଭିଜିଲାନ୍ସ ରେଡ୍। କଣ୍ଟାମାଲ୍ ଉମା ସେବା ସମବାୟ ସମିତି ସମ୍ପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଯାଞ୍ଚ କରିଛି ଭିଜିଲାନ୍ସ। ଆୟ ବର୍ହିିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍। ସନ୍ତୋଷ କୁମାରଙ୍କ ନାଁରେ ଏକାଧିକ ଘର, ଜମି, ଯାନବାହନ ଥିବା ଅଭିଯୋଗ ହୋଇଛି। ଏହାକୁ ଆଧାର କରି ଭିଜିଲାନ୍ସ ଯାଞ୍ଚ କରୁଛି । ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶ ପରେ ଫୁଲବାଣୀ ଓ ବୌଦ୍ଧ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିବା ନେଇ ସୂଚନା ମିଳିଛି।

You might also like