ମାୟାନଗରୀ ମୁମ୍ବାଇରେ ଆଜି ଗଣେଣ ବିସର୍ଜନ

ମୁମ୍ବାଇ: ୧୦ ଦିନର ପୂଜା ପରେ ଆଜି ବିସର୍ଜିତ ହେବେ ଶ୍ରୀଗଣେଶ। ଏହାକୁ ନେଇ ମାୟାନଗରୀ ମୁମ୍ବାଇ ଚଳଚଞ୍ଚଳ ହୋଇପଡ଼ିଛି। ସହରର ଗଳି କନ୍ଦିରୁ ଆରମ୍ଭ କରି ସମସ୍ତ ପୂଜା ମଣ୍ଡପରୁ ଗଣପତି ବାପାଙ୍କୁ ଆଜି ବିସର୍ଜନ କରାଯାଉଛି। ଗଣେଶ ଚତୁର୍ଥୀଠୁ ପୂଜା ପାଉଥିବା ବିଘ୍ନ ବିନାଶକଙ୍କୁ ଶୋଭାଯାତ୍ରାରେ ନିଆଯାଉଛି।

ପ୍ରସିଦ୍ଧ ଲାଲ୍‌ବାଗ ରାଜାଙ୍କୁ ବିସର୍ଜନ ପୂର୍ବରୁ ମଣ୍ଡପରେ ଭୋଗ ଲଗାଯିବା ସହ ଆଳତୀ କରାଯାଇଛି। ଲାଲବାଗ ରାଜାଙ୍କ ଦର୍ଶନ ପାଇଁ ସକଳୁ ହିଁ ପ୍ରବଳ ଭିଡ଼ ଜମିଛି। ଆଜି ସକାଳ ୭ଟାରୁ ଅରମ୍ଭ ହୋଇଥିବା ବିଭିନ୍ନ ମଣ୍ଡପର ମୂର୍ତ୍ତି ବିସର୍ଜନ ରାତି ୧୧ଟା ଯାଏ ଚାଲିବ। ଏନେଇ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟତଃ ଟ୍ରାଫିକ୍ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରାଯାଇଛି। ମୁମ୍ବାଇ ପୁଲିସ୍‌ ସହ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି।

You might also like