ଭାରତର ‘ବିଷକନ୍ୟା’ ; ୫ଟି ବିଷାକ୍ତ ସାପ ସହ ରହନ୍ତି ଏହି ଝିଅ
୩ବର୍ଷ ବୟସରୁ ଅହିରାଜ ସହ ବନ୍ଧୁତା
ଆପଣଙ୍କୁ ଏମିତି ଏକ ଝିଅ ବିଷୟରେ କହୁଛୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଉତ୍ତରପ୍ରଦେଶ ବୁନ୍ଦେଲ୍ଖଣ୍ଡର ହମିର୍ପୁର ଠାରୁ କିଛି କିଲୋମିଟର ଦୂରରେ ଥିବା ଘାଟମ୍ପୁର ଗାଁରେ ରୁହନ୍ତି ଏହି ଝିଅ। ଯାହାଙ୍କୁ ସମସ୍ତେ ‘ବିଷକନ୍ୟା’ ବୋଲି କୁହନ୍ତି।
ସୂଚନା ମୁତାବକ, ୮ବର୍ଷୀୟା କାଜୋଲ୍ ନାମ୍ନୀ ଏହି ଝିଅକୁ ‘ବିଷକନ୍ୟା’ କୁହାଯାଉଛି କାରଣ ସେ ଭୟଙ୍କର ବିଷାକ୍ତ ଅହିରାଜ ସାଥିରେ ରହନ୍ତି। ଏକାଠି ଖାଇବା ପିଇବା ଓ ଶୋଇବା ସଙ୍ଗେ ସଙ୍ଗେ ସାଥିରେ ଖେଳିଥା’ନ୍ତି । ଅହିରାଜ ଏକ ଅତ୍ୟନ୍ତ ବିଷାକ୍ତ ସାପ ବୋଲି ସମସ୍ତେ ଜାଣନ୍ତି। ଏହାର ବିଷ ଏତେ ମାରାତ୍ମକ ଯେ, ଏହି ସାପ ଏକାଥରକେ ୪୦ ଜଣ ଲୋକଙ୍କୁ ମାରି ଦେଇପାରେ। କାଜୋଲଙ୍କ ପାଖରେ କେବଳ ଗୋଟିଏ ନୁହେଁ ୬ଟି ବିଷାକ୍ତ ଅହିରାଜ ସାପ ଅଛନ୍ତି ଏବଂ ସେ ସବୁବେଳେ ସେହି ସାପ ମାନଙ୍କ ଗହଣରେ ରହୁଛନ୍ତି।
ଯେତେବେଳେ କାଜୋଲଙ୍କୁ ୩ ବର୍ଷ ହୋଇଥିଲା ,ସେ ସ୍କୁଲ୍ ଯିବା ଛାଡ଼ିଦେଇଥିଲେ। କାରଣ ତାଙ୍କୁ ଏହି ଅହିରାଜ ସହ ଖେଳିବାକୁ ଭଲ ଲାଗୁଥିଲା। ସ୍କୁଲ୍ ନଯାଇ ସେ ସକାଳରୁ ସନ୍ଧ୍ୟା ଯାଏ ସାପ ସହ ଥା’ନ୍ତି। କାଜୋଲଙ୍କ ଦୁଇ ଭାଇ ଓ ୬ ଭଉଣୀ। ସମସ୍ତେ ମାତା-ପିତାଙ୍କ ସହ ରୁହନ୍ତି । କାଜୋଲଙ୍କର ଏପରି ସାପ ପ୍ରୀତି ଦେଖି ପରିବାର ଲୋକ ଖୁବ୍ ଚିନ୍ତିତ। ମାଆ ଚାହୁଁଛନ୍ତି ଝିଅ ସ୍କୁଲ୍ ଯାଉ, ପାଠ ପଢୁ। କିନ୍ତୁ କାଜୋଲ ସ୍କୁଲ୍ ଯିବାକୁ ଚାହୁଁନାହାନ୍ତି।
ଆପଣ ଭାବୁଥିବେ ଏହି ବିଷାକ୍ତ ସାପ କ’ଣ କାଜୋଲଙ୍କର କିଛି ଅସୁବିଧା କରୁନଥିବ ? ହଁ , ସାପ ଅନେକ ଥର କାଜଲଙ୍କୁ କାମୁଡ଼ି ଦେଇଛି। କିନ୍ତୁ ଏହା ପରେ ବି ସେ ସାପ ସହ ରହିବା ଛାଡ଼ି ନାହାନ୍ତି ବରଂ ଅଧିକରୁ ଅଧିକ ସାପକୁ ଭଲପାଉଛନ୍ତି। ଯେତେବେଳେ ବି ସାପ କାମୁଡିଛି କାଜୋଲଙ୍କ ବାପା ତାଙ୍କୁ ଚେରମୂଳି ସାହାଯ୍ୟରେ ଚିକିତ୍ସା କରିଥା’ନ୍ତି। ତାଙ୍କର ଏପରି ସାପ ସହ ବନ୍ଧୁତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ( ସୌଜନ୍ୟ : ଏନ୍ଡିଟିଭି)
ଦେଖନ୍ତୁ ଏହି ଭିଡିଓ –