ସେନା ଉପରକୁ ପୁଣି ଥରେ ଅାକ୍ରମଣ

ଜମ୍ମୁ-କାଶ୍ମୀର: ଜମ୍ମୁ ଓ କାଶ୍ମୀରରେ ସେନା ଉପରକୁ ପୁଣି ଥରେ ଅାକ୍ରମଣ। ଉଦ୍ଧମପୁର ହାଇୱେରେ ପେଟ୍ରୋଲିଂ ପାର୍ଟି ଉପରେ ଅତର୍କିତ ଅାକ୍ରମଣ କରିଛନ୍ତି ଅାତଙ୍କବାଦୀ। ତେବେ ଏହି ଅାକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଅାଜି ସକାଳୁ ସର୍ଚ୍ଚ ଅପରେସନ୍‌ରେ ବାହାରିଥିଲେ ସୁରକ୍ଷାବାହିନୀ।

ଉଦ୍ଧମପୁର ହାଇୱେ ନିକଟ ଝାଜର୍ କୋଟଲି ପୁଲିସ ଷ୍ଟେସନ୍ ନିକଟରେ ମୋର୍ଟାର ଏବଂ ଗୁଳିମାଡ଼ ହୋଇଛି। ହେଲେ ସଜାଗ ଥିବା ଯବାନ ଏହାର କଡ଼ା ଜବାବ ଦେଇଥିଲେ। ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି ସଂପୃକ୍ତ ଅାତଙ୍କବାଦୀ।

୨ରୁ ୩ ଜଣ ଅାତଙ୍କବାଦୀ ଏକ ଟ୍ରକ୍‌ ଯୋଗେ ଅାସି ଅାକ୍ରମଣ କରିଥିବା ଜଣାପଡିଛି। ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ଟ୍ରକ୍‌ରୁ ଗୋଟିଏ AK-47 ରାଇଫଲ୍ ସମେତ ମାଗାଜିନ୍ ଜବତ ହୋଇଛି। ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯିବା ସହ ଜାତୀୟ ରାଜପଥରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।

You might also like
Comments
Loading...