ARSS ସିନିୟର ଇଂଜିନିୟରଙ୍କ ସନ୍ଦେହ ଜନକ ମୃତ୍ୟୁ

ଭୁବନେଶ୍ୱର : ARSS ସିନିୟର ଇଂଜିନିୟର ପ୍ରକାଶ ବେହେରାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହରିଦାସପୁର-କେନ୍ଦ୍ରାପଡ଼ା ରେଲୱେ ଲାଇନ ପ୍ରୋଜେକ୍ଟର ଲଳିତଗିରି ବାଜିପଟା ନିକଟରେ ସାଇଟରେ କାମ କରୁଥିବା ବେଳେ ଗୁରୁତର ଅାହତ ହୋଇ ପ୍ରଥମେ କେନ୍ଦ୍ରାପଡା, ପରେ ଏକ ଘରୋଇ ହସ୍ପିଟାଲକୁ ନେବାବେଳେ ତାଙ୍କର ମୃତ୍ୟୁ ହୋଇଛି।

ସାଇଟରେ କାମ କରୁଥିବାବେଳେ କାର-ଜେସିବି ସହ ଦୁର୍ଘଟଣାଗ୍ରସ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସାଇଟ ମ୍ୟାନେଜର କହିଛନ୍ତି। ସେପଟେ ପରିବାର ଲୋକେ ଏହାକୁ ବିଶ୍ୱାସ କରୁନଥିବାବେଳେ ,ଏହାପଛରେ କିଛି ରହସ୍ୟ ଥିବା ଅଭିଯୋଗ କରିଛନ୍ତି। ମୃତ ପ୍ରକାଶ ବେହେରା ଭୁବନେଶ୍ୱର ଚକେଇସିଅାଣିରେ ରହୁଥିଲେ।

You might also like