ହରିଅାଣା ରେଓ୍ୱାଡ଼ି ଗଣଦୁଷ୍କର୍ମ ଅଭିଯୋଗ ଘଟଣା

ଅାଉ ଜଣେ ଅଭିଯୁକ୍ତ ଓଡ଼ିଶାରୁ ଗିରଫ

ଚଣ୍ଡିଗଡ଼ : ଓଡ଼ିଶାରୁ ଗିରଫ ହେଲା ହରିଅାଣା ରେୱାଡ଼ି ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ଅନ୍ୟତମ ଅଭିଯୁକ୍ତ।  ଗଞ୍ଜାମର ଗୋଳାବନ୍ଧ ଅାର୍ମି ଏୟାର ଡିଫେନ୍ସ କଲେଜରୁ ମାମଲାର ଅନ୍ୟତମ ଅଭିଯୁକ୍ତ ନବୀନ ଓରଫ ନିକୁକୁ ଗିରଫ କରିଛି ହରିୟାଣା ପୁଲିସ। ଏ ନେଇ ଗୋପାଳପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ନବୀନ ଗୋଳାବନ୍ଧ ଅାର୍ମି ଏୟାର ଡିଫେନ୍ସ କଲେଜରେ ଟ୍ରେନିଂ ନେଉଥିଲା। ନବୀନର ଘର ହରିଅାଣା ମହେନ୍ଦ୍ରଗଡ଼ ଜିଲ୍ଲାର ନୂଅାଗାଁରେ। ନବୀନ ଛୁଟିରେ ଗାଁକୁ ଯାଇଥିବା ବେଳେ ଏଭଳି ଜଘନ୍ୟ କାଣ୍ଡ ଘଟିଥିଲା । ଛାତ୍ରୀଙ୍କୁ ଗଣଦୁଷ୍କର୍ମ ବେଳେ ନବୀନ ଘଟଣାସ୍ଥଳରେ ଉପସ୍ଥିତ ଥିଲା । ଘଟଣା ସମ୍ପର୍କରେ ଜାଣି ସୁଦ୍ଧା କର୍ତ୍ତୃପକ୍ଷଙ୍କୁ ଜଣାଇ ନଥିବା ଅଭିଯୋଗରେ ନବୀନକୁ ଗିରଫ କରିଛି ପୁଲିସ।

ରେଓ୍ୱାଡ଼ିରେ ମେଧାବୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୂର୍ବରୁ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା। ଗତ ସେପ୍ଟେମ୍ବର ୧୨ ତାରିଖରେ ଘଟିଥିବା ଏହି ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା।

You might also like