ବନ୍ୟା ପାଣି ଛାଡ଼ିବା ପରେ କେରଳରେ ବଢ଼ିଛି ଦୁର୍ଦ୍ଦଶା
ଥିରୁଅନନ୍ତପୁରମ୍ : ପାଣି ଛାଡ଼ିବା ପରେ କେରଳ ବନ୍ୟାର ଦୁର୍ଦ୍ଦଶାର ଚିତ୍ର ଅଧିକ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୭୩କୁ ବୃଦ୍ଧି ପାଇଛି।କେରଳରେ ପ୍ରାୟ ୭୭୬ ଗାଁର ସାଢ଼େ ୫ ଲକ୍ଷ ଲୋକ ସିଧାସଖଳ ପ୍ରଭାବିତ ହୋଇଛନ୍ତି। ୩୨ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି। ରିଲିଫ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯାଉଛି।
ବନ୍ୟା ଘେରରୁ ୨ ଲକ୍ଷ ୮୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ପ୍ରାୟ ୫ ହଜାର ଲୋକ ୬୪୫ଟି ରିଲିଫ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ଏବେ ବି ଅନେକ ସ୍ଥାନରେ ଫଶି ରହିଥିବା ପ୍ରାୟ ସାଢ଼େ ୧୨ ଲକ୍ଷ ବିପନ୍ନ ଲୋକଙ୍କୁ ତିନି ସେନା ଏବଂ ଅର୍ଦ୍ଧ ସାମରିକ ବାହିନୀ ଉଦ୍ଧାର କରୁଛନ୍ତି। ବିଭିନ୍ନ ସ୍ଥାନରୁ ରିଲିଫ ସାମଗ୍ରୀ କେରଳକୁ ପହଞ୍ଚିବାରେ ଲାଗିଛି।