ବଜାରକୁ ଅାସିବ ନୂଅା ଶହେ ଟଙ୍କିଅା ନୋଟ୍

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବଜାରକୁ ଅାସିବ ନୂଅା ଶହେ ଟଙ୍କିଅା ନୋଟ୍। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହେବାକୁ ଥିବା ଏହି ନୂତନ ଶହେ ଟଙ୍କିଅା ନୋଟ୍ ବାଇଗଣି ରଙ୍ଗର ରହିବ। RBI ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି।

ନୂଅା ନୋଟ୍ ଅାସିଲେ ବି ପୁରୁଣା ଶହେ ଟଙ୍କିଅା ନୋଟ୍ ପ୍ରଚଳନ ରହିବ। ନୂଅା ନୋଟ୍ ପୁରୁଣା ନୋଟ୍‌ରୁ ସାମାନ୍ୟ ଛୋଟ ଏବଂ ୧୦ ଟଙ୍କିଅାଠୁ ସାମାନ୍ୟ ବଡ଼ ରହିବ। ନୂଅା ଶହେ ଟଙ୍କିଅା ନୋଟ୍‌ର ପଛ  ପାର୍ଶ୍ୱରେ ଗୁଜରାଟର ରାଣୀ କି ଭାବ୍ ସ୍ମାରକର ଚିତ୍ର ସ୍ଥାନ ପାଇଛି।

 

 

You might also like