ସାନ୍ତାଳୀ ଭାଷାକୁ ମିଳିଲା ରାଜ୍ୟସଭାର ମାନ୍ୟତା

ନୂଆଦିଲ୍ଲୀ : ସାନ୍ତାଳୀ ଭାଷାକୁ ମିଳିଲା ରାଜ୍ୟସଭାର ମାନ୍ୟତା । ଏହା ସହିତ ଆଉ ୪ଟି ଭାଷାକୁ ବି ମାନ୍ୟତା ମିଳିଛି। ସେଗୁଡ଼ିକ ହେଲା ଡୋଗ୍ରୀ, କାଶ୍ମୀରି, କୋଙ୍କଣୀ ଓ ସିନ୍ଧି। ରାଜ୍ୟସଭାରେ ଆଲୋଚନା ବେଳେ ଏହି ନୂଆ ୫ଟି ଭାଷା ବ୍ୟବହାର କରିପାରିବେ ସାଂସଦମାନେ।

ଆଲୋଚନା ବେଳେ ଏହି ୫ଟି ଭାଷାର ସାଙ୍ଗେ ସାଙ୍ଗେ ଅନୁବାଦ କରିବାକୁ ରାଜ୍ୟସଭା ସେକ୍ରେଟାରିଏଟ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଆସନ୍ତା ମୌସୁମୀ ଅଧିବେଶନଠାରୁ ସାଂସଦମାନେ ସମ୍ବିଧାନର ଅଷ୍ଟମ ସିଡ୍ୟୁଲରେ ଥିବା ୨୨ଟି ଭାଷାରୁ ଯେକୌଣସି ଭାଷା ବ୍ୟବହାର କରିପାରିବେ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କହିଛନ୍ତି। ଆଗରୁ ୧୨ ଟି ଭାଷାର ଅନୁବାଦ ପାଇଁ ବ୍ୟବସ୍ଥା ଥିଲା।

 

 

You might also like