ଇଣ୍ଡିଅା ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅାନୁଷ୍ଠାନିକ ଉଦଘାଟନ

ନୂଅାଦିଲ୍ଲୀ : ଅାରମ୍ଭ ହେଲା ଇଣ୍ଡିଅା ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ- IPPB । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଅାଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍‌ରେ ଏହାକୁ ଅାନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।  ଏହାଦ୍ୱାରା ଦେଶର ଦେଢ ଲକ୍ଷରୁ ଅଧିକ ଡାକ ଘରକୁ IPPB ସହ ଲିଙ୍କ୍ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

IPPBରେ ସେଭିଙ୍ଗସ ଅାକାଉଣ୍ଟ ଉପରେ ୪ ପ୍ରତିଶତ ସୁଧ ରହିଛି।  IPPB ର ୬୫୦ଟି ଶାଖା ରହିବ।  ଏଥିସହ ୩୨୫୦ଟି ଅାକ୍‌ସେସ୍‌ ପଏଣ୍ଟ ରହିବ। ଏଠାରେ ଗ୍ରାହକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇପାରିବେ।

ଅାସନ୍ତା ଡିସେମ୍ବର ୩୧ ସୁଦ୍ଧା ଏସବୁ ସୁବିଧା ଉପଲବଧ କରାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।  ୨୦୧୭ ମସିହା ଜାନୁଅାରୀ ୩୦ରେ ରାୟପୁର ଓ ରାଞ୍ଚିରେ ଦୁଇଟି ପାଇଲଟ୍ ଶାଖା ଖୋଲି  IPPB ଅପରେସନ୍ ଅାରମ୍ଭ ହୋଇଥିଲା।

You might also like