ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି

ବାଜପେୟୀଙ୍କ ବିୟୋଗ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍‌ରେ ଲେଖିଛନ୍ତି, ପ୍ରକୃତରେ ଭାରତର ଜଣେ ରାଷ୍ଟ୍ରନାୟକ ଥିଲେ ବାଜପେୟୀ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ଅଟଳଜୀଙ୍କ ଦେହାନ୍ତ, ଏକ ଯୁଗର ଅବସାନ। ବାଜପେୟୀଙ୍କ ଏକ କବିତାକୁ ଟ୍ୱିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା।  କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଲେଖିଛନ୍ତି, ଭାରତ ଅାଜି ଜଣେ ମହାନ ସନ୍ତାନଙ୍କୁ ହରାଇଲା।


ସେହିପରି ଭାରତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ଟ୍ୱିଟ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ୍। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଲେଖିଛନ୍ତି ସେ ମୋ ଅାଦର୍ଶ ଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ତାଙ୍କ ବିୟୋଗ ଭାରତୀୟ ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

 

 

You might also like