ପ୍ରଧାନମନ୍ତ୍ରୀ ଜନ ଅାରୋଗ୍ୟ ଅଭିଯାନର ଅାଜି ଶୁଭାରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଜନ ଅାରୋଗ୍ୟ ଅଭିଯାନର ଅାଜି ଶୁଭାରମ୍।  ଝାଡ଼ଖଣ୍ଡରୁ ଅାଜି ଏହି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ଅାୟୁଷ୍ମାନ ଭାରତ ଯୋଜନା ଭାବେ ଏହାକୁ ନାମିତ କରାଯାଇଥିଲା ।

ଏହି ଯୋଜନା ମାଧ୍ୟମରେ ଗରିବ ଶ୍ରେଣୀର ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ବୀମା ସହାୟତା ଦେବାକୁ ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଧ୍ୟମରେ ସାରା ଦେଶରେ ପ୍ରାୟ ୧୦ କୋଟି ଗରିବ ପରିବାର ଉପକୃତ ହେବେ । ଗ୍ରାମାଞ୍ଚଳରେ ୮ କୋଟି ୩ ଲକ୍ଷ ପରିବାର ସମେତ ସହରାଞ୍ଚଳରେ ୨ କୋଟି ୩୩ ଲକ୍ଷ ପରିବାର ଏହି ଯୋଜନା ମାଧ୍ୟମରେ ତାଲିକାଭୁକ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ।

ମୁଖ୍ୟତଃ ଗରିବ ଶ୍ରେଣୀର ପରିବାରକୁ ଉନ୍ନତ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ରଖି ସାରା ଦେଶରେ ଏହି ଯୋଜନାର କାର୍ଯ୍ୟକାରୀ କରାଯାଉଛି। ଗତ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଏହି ଯୋଜନା ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ।

୨୫ ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ ହେବ । ଯୋଜନାରେ ବର୍ତ୍ତମାନ ମୋଟ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ତେଲେଙ୍ଗାନା, ଓଡ଼ିଶା, ଦିଲ୍ଲୀ, କେରଳ, ପଞ୍ଜାବ  ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହୋଇନାହାନ୍ତି। ଏହି ଯୋଜନାରେ କେନ୍ଦ୍ର ୩ ହଜାର ୫୦୦ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରିଛି।

ଏପଟେ କେନ୍ଦ୍ରର ଏଭଳି ଯୋଜନାକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

You might also like