ପୌର ନିର୍ବାଚନରେ ସଂରକ୍ଷଣ ହୋଇ ପାରିବନି ୫୦ପ୍ରତିଶତରୁ ଅଧିକ ଅାସନ

ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ୍

ନୂଆଦିଲ୍ଲୀ : ପୌର ନିର୍ବାଚନରେ ସଂରକ୍ଷଣ ନେଇ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ସୁପ୍ରିମକୋର୍ଟ। ଓଡ଼ିଶା ହାଇକୋର୍ଟ  ଅାଗରୁ ରାୟ ଦେଇଥିଲେ ଯେ, ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ। ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ।

କିନ୍ତୁ ହାଇକୋର୍ଟଙ୍କ ରାୟ ସହିତ ସୁପ୍ରିମକୋର୍ଟ ଏକମତ ହୋଇ କହିଛନ୍ତି, ଅାସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ । ଏହା ଫଳରେ ରାଜ୍ୟ ସରକାରଙ୍କୁ ଲାଗିଛି ଝଟ୍‌କା । ୨୦୧୨ ପ଼ଂଚାୟତ ନିର୍ବାଚନ, ୨୦୧୩ର ପୌର ନିର୍ବାଚନ, ୨୦୧୭ର ପଂଚାୟତ ନିର୍ବାଚନରେ ଅାସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ଥିଲା ।

ଏହା ୨୦୧୦ର ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟରେ ଦାୟର ହୋଇଥିଲା ଜନସ୍ୱାର୍ଥ ମାମଲା । ହାଇକୋର୍ଟ ସରକାରଙ୍କ ନିଷ୍ପତ୍ତିକୁ ବେଅାଇନ ବୋଲି କହିଥିଲେ, ଯାହାକି ସୁପ୍ରିମକୋର୍ଟରେ ମଧ୍ୟ କାଏମ୍ ରହିଛି।

You might also like