ପ୍ରହସନ ପାଲଟିଛି ମହିଳା ଚାଷୀଙ୍କୁ ମୋବାଇଲ ଯୋଗାଣ

ଜୟପୁର (ଟି. ଗୌରୀଶଙ୍କର): ମହିଳା ଚାଷୀଙ୍କୁ ମୋବାଇଲ ଯୋଗାଇବା ଯୋଜନା ଯେମିତି ଏକ ପ୍ରହସନ ପାଲଟିଛି। ଏଭଳି ଅଭିଯୋଗ ଅାସିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍‌ରେ। ଅନ୍ତା ଗାଁରେ ୮ ଏକର ଜମିରେ ଚାଷ କରିଛନ୍ତି ସବିତା ହରିଜନ। ହେଲେ ସେ ମୋବାଇଲ୍‌ ପାଇନଥିବା ଅଭିଯୋଗ ହୋଇଛି। ସେହିପରି ଚମ୍ପା ହରିଜନରଙ୍କର ମଧ୍ୟ ସମାନ ଅବସ୍ଥା। ଏମିତି ଅନେକ ମହିଳା ଚାଷୀ ମୋବାଇଲ୍‌ ପାଇଥିବା ନେଇ ସରକାରୀ କାଗଜ କଲମରେ ନାମ ଥିବା ବେଳେ ସେମାନେ ମୋବାଇଲ୍‌ ପାଇନଥିବା ଅଭିଯୋଗ କରିଛନ୍ତି।

ଗତବର୍ଷ ସରକାର ମହିଳା ଚାଷୀଙ୍କୁ ମୋବାଇଲ୍‌ ବଣ୍ଟନ ପାଇଁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରିଥିଲେ। ସେହି କ୍ରମରେ ସମବାୟ ବିଭାଗ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି କରିଥିଲେ। ଏଥିରେ ଜିଲ୍ଲାର ୧୦ଟି ଲ୍ୟାମ୍ପ୍‌ସର ମୋଟ ୮୯୦ଟି ମୋବାଇଲ୍‌ ବଣ୍ଟନ କରାଯାଇଥିଲା। ତେବେ ଏନେଇ ଉମୁରୀ ଲ୍ୟାମ୍ପ୍‌ସ ଶାଖା ପରିଚାଳକ କହିଛନ୍ତି, ସମସ୍ତଙ୍କୁ ସୂଚନା ଦିଅାଯାଇଥିଲା। ତା’ ସହ କିଛି ମହିଳା ଚାଷୀଙ୍କୁ ମୋବାଇଲ୍‌ ବଣ୍ଟନ କରାଯାଇଛି। ଅନ୍ୟପଟେ ବଣ୍ଟନ ନେଇ ସଂପୂର୍ଣ୍ଣ ବିବରଣୀ ପାଇଁ ଚିଠି କରିଥିବା କହିଛନ୍ତି ସମବାୟ ବିଭାଗ ସମୂହର ଉପନିବନ୍ଧକ ଭକ୍ତବନ୍ଧୁ ସାହୁ।

ଏବେ ଦେଖିବାକୁ ବାକି ରହିଲା, ମହିଳା ଚାଷୀ କେବେ ମୋବାଇଲ୍‌ ପାଉଛନ୍ତି।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like